ଓଡିଶା

odisha

ପୁଞ୍ଚ ସେକ୍ଟରରେ ଆତଙ୍କୀ ହମଲା, 2 ଯବାନ ଶହୀଦ

By

Published : Oct 15, 2021, 12:35 PM IST

ଗତକାଲି(ଗୁରୁବାର) ଜମ୍ମୁ କାଶ୍ମୀର ସୀମାରେ ଆହତ ହୋଇଥିବା 2 ଯବାନ ଆଜି ଶହୀଦ ହୋଇଛନ୍ତି । ଶହୀଦ ନେଇ ସେନା ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ପୁଞ୍ଚ ଆତଙ୍କୀ ହମଲାରେ ଆହତ 2 ଯବାନ ସହିଦ
ପୁଞ୍ଚ ଆତଙ୍କୀ ହମଲାରେ ଆହତ 2 ଯବାନ ସହିଦ

ଶ୍ରୀନଗର: ଗତକାଲି(ଗୁରୁବାର) ଜମ୍ମୁ କାଶ୍ମୀର ସୀମାରେ ଆହତ ହୋଇଥିବା 2 ଯବାନ ଆଜି ଶହୀଦ ହୋଇଛନ୍ତି । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ଜଣାପଡିଛି । ଏନେଇ ସେନା ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ଏଥିରେ ଜଣେ ଜେସିଓ Junior Commissioned Officer (JCO) ଶହୀଦ ହୋଇ ଥିବାବେଳେ ୨ ଯବାନ ଆହତ ହୋଇଥିଲେ । ଆଜି ଆହତ 2 ଯବାନଙ୍କ ପ୍ରାଣହାନୀ ଘଟିଛି । ତେବେ ଏହି କାରଣରୁ ଗତକାଲି ମଧ୍ୟ ରଜୌରୀ-ପୁଞ୍ଚ ରାସ୍ତାରେ ଯାନବାହନ ଯାତାୟତ ଉପରେ ରୋକ ଲଗାଯାଇଥିଲା ।

ସୂଚନା ଅନୁଯାୟୀ ଏହାପୂର୍ବରୁ ୧୧ ଅକ୍ଟୋବରରେ ଜମ୍ମୁ କାଶ୍ମୀରରେ ବଡ଼ଧରଣର ଆତଙ୍କୀ ଆକ୍ରମଣ ହୋଇଥିଲା । ଏଥିରେ ୫ ଯବାନ ସହିଦ ହୋଇଥିଲେ । ପୁଞ୍ଚ ଜିଲ୍ଲାର ସୁରାନକୋଟ ନିକଟସ୍ଥ ଦାରା କି ଗଲି ଅଞ୍ଚଳରେ ହୋଇଥିଲା ଏହି ଗୁଳି ବିନିମୟ । ଯବାନଙ୍କ ପକ୍ଷରୁ ପ୍ରଥମେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହାପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।

ନିକଟରେ ଜମ୍ମୁ କାଶ୍ମୀରରେ ହିନ୍ଦୁ ଓ ଶିଖମାନଙ୍କୁ ଟାର୍ଗେଟ କରି ହତ୍ୟା କରାଯାଇଛି । ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କ ହତ୍ୟା କରିବା ପରେ ସେନା ନିଜ ଅପରେସନର ଗତି ବଢାଇଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details