ନୂଆଦିଲ୍ଲୀ: 72.5 ଲକ୍ଷ ଟଙ୍କା ମୂଲ୍ୟର ସୁନା ଚୋରା ଚାଲାଣ ଅଭିଯୋଗରେ କଷ୍ଟମ ଅଧିକାରୀଙ୍କ ଦ୍ବାରା ଗିରଫ ହୋଇଥିବା ତିନି ଜଣଙ୍କ ମଧ୍ୟରେ ଦୁଇଜଣ ଏୟାର ଇଣ୍ଡିଆ SATS (ଏଆଇ ସ୍ୟାଟ୍) କର୍ମଚାରୀ ଅଛନ୍ତି । ମାମଲାର ସବିଶେଷ ତଥ୍ୟ ଦେଇ ଏଥିରେ କୁହାଯାଇଛି ଯେ ସୋମବାର ଆବୁଧାବିରୁ ଜଣେ ଯାତ୍ରୀଙ୍କୁ କଷ୍ଟମ ଅଧିକାରୀମାନେ ଅଟକାଇଥିଲେ । ପଚରାଉଚରା ବେଳେ ସେ ସ୍ବୀକାର କରିଛନ୍ତି ଯେ ସେ ପ୍ରାୟ 2.48 କିଲୋଗ୍ରାମ ସୁନା ରଖିଛନ୍ତି ।
ଅନୁସନ୍ଧାନ ସମୟରେ ଜଣେ ଏୟାର ଇଣ୍ଡିଆ SATS କର୍ମଚାରୀ କଷ୍ଟମ ଅଧିକାରୀଙ୍କ ଦ୍ବାରା ଧରାପଡିଥିଲେ । ଅନ୍ୟ କର୍ମଚାରୀକୁ ସୁନା ପ୍ୟାକେଟ ଦେବା ସମୟରେ ଧରାପଡିଥିଲେ । AISATS ହେଉଛି ଏକ ବିମାନବନ୍ଦର ସେବା ପ୍ରଦାନକାରୀ । ଏହା ଏୟାର ଇଣ୍ଡିଆ (AI) ଏବଂ ସିଙ୍ଗାପୁର ବିମାନବନ୍ଦର ଟର୍ମିନାଲ୍ ସର୍ଭିସେସ୍ (SATS) ମଧ୍ୟରେ ମିଳିତ ଉଦ୍ୟମରେ ପରିଚାଳିତ ।