ହାଇଦ୍ରାବାଦ: ହାଇଦ୍ରାବାଦରେ ଅନର କିଲିଂ ଘଟଣା । ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଆସରିନ ସୁଲତାନାର ଭାଇ ସୟଦ ମୋବିନ୍ ଅହମ୍ମଦ ଏବଂ ମହମ୍ମଦ ମାସୁଦ ଅହମ୍ମଦଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଉଭୟ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରାଯାଇଥିଲା ଏବଂ ନ୍ୟାୟିକ ହେପାଜତ ପାଇଁ କୋର୍ଟରେ ହାଜର କରାଯାଇଛି ବୋଲି ସରୋର ନାଗର ପୋଲିସ କହିଛି । ତେବେ ମୃତକଙ୍କ ପରିବାରୁ ସହାୟତା ଯୋଗାଇ ଦିଆଯିବା ନେଇ ମଧ୍ୟ ପୋଲିସ କହିଛି ।
ଏହା ମଧ୍ୟ ପଢନ୍ତୁ:-ହାଇଦ୍ରାବାଦରେ ବିଭତ୍ସ ହତ୍ୟା, ଭାଇ ପୋଛି ଦେଲା ଭଉଣୀ ମଥା ସିନ୍ଦୁର
ସୂଚନା ଅନୁଯାୟୀ, ଅସରିନ ସୁଲତାନ ମୁସଲିମ ସମ୍ପ୍ରଦାୟର ହୋଇଥିବା ବେଳେ ସେ ଅନ୍ୟ ଏକ ସମ୍ପ୍ରଦାୟର ଯୁବକ ନାଗରାଜଙ୍କୁ ଜାନୁଆରୀରେ ପ୍ରେମ ବିବାହ କରିଥିଲେ । ଏହାକୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରିନଥିଲେ । ବୁଧବାର ଦିନ ହାଇଦ୍ରାବାଦ ସରୋର ନାଗର ପୋଲିସ ଷ୍ଟେସନ ଅନ୍ତର୍ଗତ GHMC କାର୍ଯ୍ୟାଳୟ ରାସ୍ତାରେ ନାଗରାଜଙ୍କୁ ଲୁହା ରଡ ଓ ଛୁରୀରେ ନିର୍ମମ ଭାବେ ହତ୍ୟା କରିଥିଲେ ଆସରିନଙ୍କ ଭାଇ ।
ଏହା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେତେବେଳକୁ ବିଳମ୍ବ ହୋଇସାରିଥିଲା । ଡାକ୍ତର ସେଠାରେତାଙ୍କୁ ମୃତ ଘୋଷଣା କରିଥିଲେ । ହାଇଦ୍ରାବାଦରେ ଏହି ହତ୍ୟାକାଣ୍ଡ ଘଟଣା ନେଇ BJP ଜୋରଦାର ନିନ୍ଦା କରିଛି । ଗତ ଜାନୁଆରୀରେ ଆସରିନ ଘର ଛାଡି ହାଇଦ୍ରାବାଦ ପଳାଇ ଆସିଥିଲେ ଓ ନାଗରାଜଙ୍କୁ ବିବାହ କରିଥିଲେ ।