ଓଡିଶା

odisha

ETV Bharat / bharat

ଟ୍ବିଟର ଡାଉନ: ସମସ୍ୟାରେ ଉପଭୋକ୍ତା - ଫୋନ ଆପରେ ଚାଲୁଛି

ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟର ବିଶ୍ବର ଏବେ ଅନେକ ସ୍ଥାନରେ ଡାଉନ ରହିଛି। ଏହି ସୋସିଆଲ ମିଡିଆ ସାଇଟ ଠିକ ଭାବରେ କାମ କରୁନଥିବା ମଧ୍ୟ ଖବର ରହିଛି । ଡାଉନଡେଟେକ୍ଟରଙ୍କ ଅନୁସାରେ, ଗୁରୁବାର ସକାଳ 7:03 ରୁ ଉପଭୋକ୍ତାମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଧିକ ପଢନ୍ତୁ...

ଟ୍ବିଟର ଡାଉନ: ଫୋନ ଆପରେ ଚାଲୁଛି, କମ୍ପ୍ୟୁଟରରେ ଠିକସେ ଚାଲୁନି ସାଇଟ୍
ଟ୍ବିଟର ଡାଉନ: ଫୋନ ଆପରେ ଚାଲୁଛି, କମ୍ପ୍ୟୁଟରରେ ଠିକସେ ଚାଲୁନି ସାଇଟ୍

By

Published : Jul 1, 2021, 4:48 PM IST

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟର ବିଶ୍ବର ଏବେ ଅନେକ ସ୍ଥାନରେ ଡାଉନ ରହିଛି। ଏହି ସୋସିଆଲ ମିଡିଆ ସାଇଟ ଠିକ ଭାବରେ କାମ କରୁନଥିବା ମଧ୍ୟ ଖବର ରହିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଲୋକମାନେ କାହାର ସମ୍ପୂର୍ଣ୍ଣ ଟ୍ବିଟ୍ ମଧ୍ୟ ଦେଖିପାରୁ ନାହାନ୍ତି । ତେବେ ଅଧିକାଂଶ ସମସ୍ୟା ୱେବସାଇଟରେ ହିଁ ଦେଖିବାକୁ ମିଳୁଛି । ଡାଉନଡେଟେକ୍ଟରଙ୍କ ଅନୁସାରେ, ଗୁରୁବାର ସକାଳ 7:03 ରୁ ଉପଭୋକ୍ତାମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଡାଉନଡେଟେକ୍ଟରଙ୍କ ରିପୋର୍ଟ ଅନୁଯାୟୀ, ଅନେକ ବ୍ୟବହାରକାରୀ ରିପୋର୍ଟ କରିଛନ୍ତି ଯେ, ଟ୍ବିଟର ବ୍ୟକ୍ତିଗତ କମ୍ପ୍ୟୁଟରରେ ସଠିକ୍ ଭାବରେ କାମ କରୁନାହିଁ, କିନ୍ତୁ କିଛି ଉପଭୋକ୍ତା କହିଛନ୍ତି ଯେ, ମୋବାଇଲ ଆପରେ ଟ୍ବିଟର ସାଇଟ୍ ପ୍ରାୟ ଭଲ କାମ କରୁଛି ।

ଗତକାଲି ବିଳମ୍ବିତ ରାତିରୁ 6,000ରୁ ଅଧିକ ଉପଭୋକ୍ତା ଟ୍ବିଟରରେ ଚାଲୁଥିବା ସମସ୍ୟା ବିଷୟରେ ଜଣାଇଥିଲେ। ୱେବସାଇଟ୍ ଅନୁଯାୟୀ, ମୋଟ ରିପୋର୍ଟର ପ୍ରାୟ 93% ଟ୍ବିଟର ୱେବସାଇଟ୍ ସମସ୍ୟା ସହିତ ଜଡିତ। ଅଧିକାଂଶ ଉପଭୋକ୍ତା ଅଭିଯୋଗ କରିଛନ୍ତି ଯେ, ସେମାନେ ନିଜର ଟାଇମଲାଇନ୍ ଦେଖିପାରୁ ନାହାଁନ୍ତି। ଏଥିସହ ସେ କୌଣସି ଉତ୍ତର କିମ୍ବା ଡାଉନଲୋଡ୍ କରିବାରେ ମଧ୍ୟ ଅସମର୍ଥ ହୋଇଥିଲେ। ଏହା କରିବା ଦ୍ବାରା ଟ୍ବିଟରର ୱେବସାଇଟ୍ ରିଟ୍ରାଏ କରିବାକୁ ନିର୍ଦ୍ଦେଶ ଦେଉଥିଲା।

ନୂତନ ସୋସିଆଲ ମିଡିଆ ନିୟମକୁ ନେଇ ଡିଜିଟାଲ୍ କ୍ଷେତ୍ରରେ ଆମେରିକାର ବଡ଼ ବଡ଼ କମ୍ପାନୀ ଭାରତ ସରକାରଙ୍କ ସହ ଏବେ ବିବାଦ ଲାଗି ରହିଛି। ଅନେକ ଥର କୁହାଯିବା ସତ୍ତ୍ବେ ଭାରତର ନୂତନ ଆଇଟି ନିୟମକୁ ଜାଣିଶୁଣି ଅବହେଳା ଏବଂ ନିୟମ ପାଳନ କରିବାରେ ବିଫଳ ହୋଇଥିବାରୁ ଭାରତ ସରକାର ସମାଲୋଚନା କରିଛନ୍ତି।

ନିକଟରେ ଜମ୍ମୁ କାଶ୍ମୀର ଓ ଲଦାଖକୁ ମାନଚିତ୍ରରେ ଅଲଗା ଦେଶ ଦର୍ଶାଇଥିଲା ମାଇକ୍ରୋବ୍ଲଗିଂ ସାଇଟ । ତେବେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଟ୍ବିଟର ୱେବସାଇଟର କ୍ୟାରିୟର ପୃଷ୍ଠାରେ 'ଟ୍ବିପ୍ ଲାଇଫ୍' ବିଭାଗ ଅଧୀନରେ ଦେଖାଦେଇଥିବା ମାନଚିତ୍ରକୁ ୱେବସାଇଟରୁ ହଟାଇ ଦିଆଯାଇଥିଲା ।

ABOUT THE AUTHOR

...view details