ନୂଆଦିଲ୍ଲୀ: ଦେଶରେ ମହାମାରୀ କୋରୋନାର ଭୟାବହ ସଙ୍କଟ ଓ ସ୍ବାସ୍ଥ୍ୟ ବ୍ୟବସ୍ଥାର ଦୋହଲୁଥିବା ସ୍ଥିତି ମଧ୍ୟରେ ସମସ୍ତ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଛନ୍ତି ଚିଠି । କୋରୋନାର ମୁକାବିଲା ପାଇଁ 12 ପ୍ରମୁଖ ବିରୋଧୀ ଦଳ ପ୍ରଧାନମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି ।
କୋଭିଡ ମୁକାବିଲା ପାଇଁ ଏକଜୁଟ ବିରୋଧୀ, ପ୍ରଧାନମନ୍ତ୍ରୀଙ୍କୁ 12 ଦଳର ନେତାଙ୍କ ଚିଠି ଚିଠିରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ଏଚଡି ଦେବଗୌଡା, ଏନସିପି ମୁଖ୍ୟ ଶରଦ ପାୱାର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଫାରୁକ ଅବଦୁଲ୍ଲା, ଅଖିଳେଶ ଯାଦବ, ତେଜସ୍ବୀ ଯାଦବ, ଡି ରାଜା ଓ ସୀତାରାମ ୟେଚୁରୀଙ୍କ ହସ୍ତାକ୍ଷର ରହିଛି ।
ଏହି ଚିଠିରେ ମାଗଣା ଟିକାକରଣ, ସେଣ୍ଟ୍ରାଲ ଭିଷ୍ଟା ପ୍ରୋଗ୍ରାମ ବନ୍ଦ କରିବା ସହ ଏହାର ଚଙ୍କା ସ୍ବାସ୍ଥ୍ୟ ସୁବିଧାରେ ଲଗାଇବା, ବେରୋଜଗାର ନେଇ 6 ହଜାର ଟଙ୍କା ପ୍ରତିମାସ ଦେବାକୁ ଦାବି କରିଛନ୍ତି ବିରୋଧୀ ।
ବିରୋଧୀ ଦଳଙ୍କ ପକ୍ଷରୁ ଲିଖିତ ଏହି ଚିଠିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୁହାଯାଇଛି, ଟିକା ପାଇଁ ବଜେଟରେ 35,000 କୋଟି ଆବଣ୍ଟିତ ଅର୍ଥକୁ କେନ୍ଦ୍ର ସରକାର ବ୍ୟବହାର କରିବା ଉଚିତ। ତୁରନ୍ତ ଦେଶରେ ମାଗଣା, ସର୍ବଭାରତୀୟ ସାମୂହିକ ଟୀକାକରଣ ଅଭିଯାନ ଆରମ୍ଭ କରାଯାଉ । ଅଧିକରୁ ଅଧିକ ଟିକା, ଅକ୍ସିଜେନ ଏବଂ ଚିକିତ୍ସା ଉପକରଣ କିଣିବା ପାଇଁ ବେସରକାରୀ ଟ୍ରଷ୍ଟ ପାଣ୍ଠିର ବେନାମୀ ସମ୍ପତ୍ତି ଏବଂ ପିଏମ କେରେସ ପାଣ୍ଠିର ଟଙ୍କା ରିଲିଜ୍ କରାଯିବା ଦରକାର ବୋଲି ଦାବି କରାଯାଇଛି ।