ଓଡିଶା

odisha

ETV Bharat / bharat

3rd India-Central Asia Dialogue: ଦିଲ୍ଲୀରେ ପହଞ୍ଚିଲେ ତୁର୍କମେନିସ୍ତାନ ବୈଦେଶିକ ମନ୍ତ୍ରୀ - 3ୟ ଭାରତ-ମଧ୍ୟ-ଏସିଆ ସମ୍ମଳନୀ

ଦିଲ୍ଲୀରେ ପହଞ୍ଚିଲେ ତୁର୍କମେନିସ୍ତାନ ବୈଦେଶିକ ମନ୍ତ୍ରୀ ରସିଦ ମେରେଡୋଭ । 3rd India-Central Asia Dialogue ରେ ହେବେ ସାମିଲ । ୩ ଦିନିଆ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଅଧିକ ପଢନ୍ତୁ

3rd India-Central Asia Dialogue: ଦିଲ୍ଲୀରେ ପହଞ୍ଚିଲେ ତୁର୍କମେନିସ୍ତାନ ବୈଦେଶିକ ମନ୍ତ୍ରୀ
3rd India-Central Asia Dialogue: ଦିଲ୍ଲୀରେ ପହଞ୍ଚିଲେ ତୁର୍କମେନିସ୍ତାନ ବୈଦେଶିକ ମନ୍ତ୍ରୀ

By

Published : Dec 18, 2021, 7:26 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ପହଞ୍ଚିଲେ ତୁର୍କମେନିସ୍ତାନର ବୈଦେଶିକ ମନ୍ତ୍ରୀ ରସିଦ ମେରେଡୋଭ । 3ୟ ଭାରତ-ମଧ୍ୟ-ଏସିଆ ସମ୍ମଳନୀ(3rd India-Central Asia Dialogue)ରେ ଅଂଶ ଗ୍ରହଣ କରିବା ପାଇଁ ସେ ଦିଲ୍ଲୀରେ ପହଞ୍ଚିଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

ତୃତୀୟ ଭାରତ-ମଧ୍ୟ ଏସିଆ ସମ୍ମିଳନୀ (3rd India-Central Asia Dialogue) ଆଜି ଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି । ଏହି ତିନି ଦିନିଆ ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଅଧ୍ୟକ୍ଷତା କରିବେ । ଏହି ସମ୍ମିଳନୀରେ ସାମିଲ ହେବା ପାଇଁ ପୂର୍ବରୁ କାଜାଖସ୍ତାନର ବୈଦେଶିକ ମନ୍ତ୍ରୀ ମୁଖାର୍ ତିଲୁବେର୍ଡି ଆଜି ନୂଆଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ଗତକାଲି (ଶୁକ୍ରବାର) କିର୍ଗିଜସ୍ଥାନର ବୈଦେଶିକ ମନ୍ତ୍ରୀ ରୁସଲାନ୍ କାଜାକବାଭ ଏବଂ ତାଜିକିସ୍ତାନର ବୈଦେଶିକ ମନ୍ତ୍ରୀ ସିରୋଜିଦ୍ଦିନ ମୁହ୍ରିଦ୍ଦିନ ମଧ୍ୟ ନୂଆଦିଲ୍ଲୀରେ ପହଞ୍ଚିଥିଲେ ।

ଆଲୋଚନା ପୂର୍ବରୁ ତାଜିକିସ୍ତାନର ବୈଦେଶିକ ମନ୍ତ୍ରୀ ସିରୋଜିଦ୍ଦିନ ମୁହ୍ରିଦ୍ଦିନ ଜୟଶଙ୍କରଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଛନ୍ତି । ଶକ୍ତି, ସଂଯୋଗୀକରଣ, ବାଣିଜ୍ୟ, ସୁରକ୍ଷା ଏବଂ ଦକ୍ଷତା ବିକାଶରେ ଦ୍ବିପାକ୍ଷିକ ସହଯୋଗର ବିସ୍ତାର ଉପରେ ଉଭଯ ପକ୍ଷ ମତ ବିନିମୟ କରିଥିବା ସୂଚନା ରହିଛି । ସେହିପରି କୂଟନୈତିକ ତାଲିମ ଏବଂ ସହଯୋଗ କାର୍ଯ୍ୟକ୍ରମ ଉପରେ କିଛି ଚୁକ୍ତିନାମା ମଧ୍ୟ ସ୍ୱାକ୍ଷର କରିଛନ୍ତି । ଏନେଇ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଭାରତ-ମଧ୍ୟ ଏସିଆ ସମ୍ମିଳନୀ(3rd India-Central Asia Dialogue)ରେ ବାଣିଜ୍ୟ, ସଂଯୋଗୀକରଣ ଏବଂ ବିକାଶ ସହଯୋଗ ଆଦି ପ୍ରସଙ୍ଗ ସମ୍ମିଳନୀରେ ସ୍ଥାନ ପାଇବ । ସେହିପରି ଭାରତ ଏବଂ ମଧ୍ୟ-ଏସିୟ ଦେଶମାନଙ୍କ ମଧ୍ୟରେ ସମ୍ପର୍କର ସୁଦୃଢୀକରଣ ଉପରେ ମଧ୍ୟ ଆଲୋଚନା ହେବା ନେଇ ଆଶା କରାଯାଉଛି। ଏହାପୂର୍ବରୁ, ଅକ୍ଟୋବର 2020 ରେ ଡିଜିଟାଲ୍ ଭିଡିଓ କନଫରେନ୍ସ ଫର୍ମାଟରେ ଏହି ଶୃଙ୍ଖଳାର ୨ୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷ ଏହା ଦିଲ୍ଲୀରେ ଆୟୋଜିତ ହେବାକୁ ଥିବାବେଳେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଅଧ୍ୟକ୍ଷତା କରୁଛନ୍ତି ।

@ANI

ABOUT THE AUTHOR

...view details