ଓଡିଶା

odisha

ETV Bharat / bharat

ହିଟ୍ ଆଣ୍ଡ୍ ରନ ଆଇନକୁ ବିରୋଧ, ରାଜଧାନୀରେ ଗର୍ଜିଲେ ଟ୍ରକ ଡ୍ରାଇଭର

Hit And Run Law: ନୂତନ ହିଟ୍ ଆଣ୍ଡ୍ ରନ୍ ଆଇନକୁ ନେଇ ବିରୋଧ ପ୍ରଦର୍ଶନ । ଦିଲ୍ଲୀରେ ଟ୍ରକ ଡ୍ରାଇଭରମାନଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବା ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯାହାଫଳରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 2, 2024, 2:13 PM IST

Hit and Run law
ନୂତନ ହିଟ୍ ଆଣ୍ଡ୍ ରନ ଆଇନକୁ ବିରୋଧ

ନୂଆଦିଲ୍ଲୀ:ନୂତନ ହିଟ୍ ଆଣ୍ଡ୍ ରନ୍ ଆଇନକୁ ବିରୋଧ । ସାରା ଦେଶରେ ବିଭିନ୍ନ ଡ୍ରାଇଭର ସଂଗଠନ ପକ୍ଷରୁ ଏହାକୁ କୋହଳ କରିବା ଦାବିରେ ବିରୋଧ କରାଯାଉଛି । ହରିୟାଣା, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଦିଲ୍ଲୀରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିଛି । ଅନ୍ୟପଟେ ଏହି ଆନ୍ଦୋଳନକୁ ଇଣ୍ଡିଆନ ଫେଡେରେସନ ଅଫ ଟ୍ରେଡ ୟୁନିୟନ(IFTU) ପକ୍ଷରୁ ସମର୍ଥନ କରାଯାଇଛି ।

କେନ୍ଦ୍ର ସରକାରଙ୍କ ଦ୍ବାରା ନିକଟରେ ଶୀତକାଳୀନ ଅଧିବେଶନରେ ଭାରତୀୟ ଅପରାଧିକ ଆଇନଗୁଡିକରେ ସଂଶୋଧନ କରାଯିବା ସହ କିଛି ନୂତନ ଆଇନ ପ୍ରଣୟନ କରାଯାଇଛି । ଯାହାକୁ ନେଇ ବିରୋଧ ଦେଖିବାକୁ ମିଳିଛି । ଏହି ଆଇନକୁ କୋହଳ କରିବା ଦାବିରେ ଦେଶବ୍ୟାପୀ ବିଭିନ୍ନ ଡ୍ରାଇଭର ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅନ୍ୟପଟେ ଏହାକୁ ଇଣ୍ଡିଆନ ଫେଡେରେସନ ଅଫ ଟ୍ରେଡ ୟୁନିୟନ(IFTU) ପକ୍ଷରୁ ସମର୍ଥନ କରାଯାଇଛି ।

ନୂତନ ଆଇନ ଅନୁଯାୟୀ, ଦୁର୍ଘଟଣା ଘଟାଇ ଫେରାର ହୋଇଗଲେ ଡ୍ରାଇଭରଙ୍କୁ 10 ବର୍ଷର ଜେଲ ଦଣ୍ଡାଦେଶ ସହ 7 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ଯାହାକୁ ବିରୋଧ କରିଛନ୍ତି ଡ୍ରାଇଭର ସଂଘ । ଡ୍ରାଇଭର ସଂଘଙ୍କ କହିବାନୁଯାୟୀ, ଏହି ଆଇନ ଡ୍ରାଇଭରମାନଙ୍କୁ ବିପଦରେ ପକାଇବ । ଡ୍ରାଇଭରମାନେ ଜାଣିଶୁଣି ଦୁର୍ଘଟଣା ଘଟାଇବାକୁ ଚାହାନ୍ତି ନାହିଁ । ମାତ୍ର ଦୁର୍ଘଟଣା ଘଟି ଯାଇଥାଏ । ଯାହାପରେ ସେଠାରେ ଉପସ୍ଥିତ ଲୋକମାନେ ଡ୍ରାଇଭରଙ୍କୁ ବିରୋଧ କରିବା ସହ ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଥାଏ । ଡ୍ରାଇଭରମାନଙ୍କୁ ଆକ୍ରମଣ ମଧ୍ୟ କରାଯାଇଥାଏ । ତେଣୁ ଏଭଳି ସ୍ଥିତିରେ ଏଭଳି ଆଇନ ଆସିବା ଦ୍ବାରା ଡ୍ରାଇଭରମାନେ ବିପଦରେ ପଡିବେ ।

ଏହାମଧ୍ୟ ପଢନ୍ତୁ... ସଂସଦ ଶୀତ ଅଧିବେଶନରେ ଐତିହାସିକ ନିଷ୍ପତ୍ତି, 19 ବିଲ୍ ପାସ୍: ପ୍ରହ୍ଲାଦ ଯୋଶୀ

ଦେଶରେ ହରିୟାଣା, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଦିଲ୍ଲୀରେ ଆନ୍ଦୋଳନର ଅଧିକ ପ୍ରଭାବ ଦେଖିବାକୁ ମିଳିଛି । ବିରୋଧ ପ୍ରଦର୍ଶନ ଯୋଗୁଁ ଅନେକ ସ୍ଥାନରେ ଟ୍ରାଫିକ ଜାମ୍ ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଦେଶରେ ସଡକ ଦୁର୍ଘଟଣା କମାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହିଟ୍ ଆଣ୍ଡ୍ ରନ୍ ଆଇନକୁ କଡାକଡି କରାଯାଇଛି । ଏହି ନୂତନ ହିଟ୍ ଆଣ୍ଡ୍ ରନ୍ ଆଇନ ଅର୍ଥାତ ଧାରା 104 ଅନୁଯାୟୀ, ଯଦି କୌଣସି ଟ୍ରକ ଚାଳକ ଦୁର୍ଘଟଣା ଘଟାଇ ବ୍ୟକ୍ତି ଜଣଙ୍କୁ ହସ୍ପିଟାଲ ନନେଇ ଦୁର୍ଘଟଣାସ୍ଥଳରୁ ଫେରାର ହୋଇଯାଆନ୍ତି ତେବେ ଧରାପଡିବା ପରେ ତାଙ୍କୁ 10 ବର୍ଷର ଜେଲ ଦଣ୍ଡାଦେଶ ସହ 7 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ ବୋଲି ସରକାର କଡା ଆଇନ ଆଣିଛନ୍ତି । ପୂର୍ବରୁ ଦୁର୍ଘଟଣା ଘଟାଇ ଫେରାର ଡ୍ରାଇଭରଙ୍କୁ ମାତ୍ର 2 ବର୍ଷର ଜେଲ ଦଣ୍ଡାଦେଶ ବ୍ୟବସ୍ଥା ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details