ଅଗରତାଲା: ତ୍ରିପୁରାରେ ନିକଟରେ ଘଟିଥିଲା ସାମ୍ପ୍ରଦାୟିକ ସଂଘର୍ଷ । ଯାହାକୁ ନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ବିଟରରେ କିଛି ୟୁଜର୍ସ ଆପତ୍ତିଜନକ ପୋଷ୍ଟ କରିବାରେ ଲାଗିଛନ୍ତି । ଏହା ବିରୋଧରେ ତ୍ରିପୁରା ପୋଲିସ ନେଇଛି କଡା ପଦକ୍ଷେପ । ପ୍ରାୟ ୬୮ଟି ଆକାଉଣ୍ଟକୁ ହଟାଇବା ପାଇଁ ତ୍ରିପୁରା ପୋଲିସ ଟ୍ବିଟରକୁ କହିଥିବା ସୂଚନା ମିଳିଛି ।
ଆକାଉଣ୍ଟଗୁଡିକୁ ହଟାଇବା ପାଇଁ ପଶ୍ଚିମ ଅଗରତାଲା ପୋଲିସ ଆମେରିକାର କାଲିଫର୍ଣ୍ଣିଆରେ ଥିବା ଟ୍ବିଟର ଅଧିକାରୀଙ୍କୁ ନଭେମ୍ବର 3 ତାରିଖରେ ଏକ ଚିଠି ପଠାଇଛି । ଏହି ଚିଠିରେ ଉଲ୍ଲେଖ ରହିଛି ଯେ ରାଜ୍ୟର ସାମ୍ପ୍ରଦାୟିକ ସଂଘର୍ଷ ସମ୍ପର୍କରେ କିଛି ୟୁଜର୍ସ ଲଗାତାର ଭାବେ ଖବର ସହିତ କିଛି ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି । ଏଥିଲାଗି ସେ ତାଙ୍କ ପୋଷ୍ଟକୁ ଡିଲିଟ୍ କରିବା ପାଇଁ ଚିଠିରେ କହିଥିବା ସୂଚନା ମିଳିଛି । ପୋଲିସ ଅଭିଯୋଗ କରିଛି ଯେ କିଛି ନ୍ୟୁଜ ଆଇଟମ୍ସ ଓ ପୋଷ୍ଟରେ ରାଜ୍ୟର ଦଙ୍ଗା ସମ୍ପର୍କରେ କୁହାଯାଇ ଅନ୍ୟ କୌଣସି ଘଟଣାର ଫଟୋ ସହିତ ଭିଡ଼ିଓ ପୋଷ୍ଟ କରାଯାଉଛି । ଏଭଳି ପୋଷ୍ଟ ସଂଘର୍ଷକୁ ଆହୁରି ଉସକାଉଥିବା ଅଭିଯୋଗ କରିଛି ପୋଲିସ ।