ଓଡିଶା

odisha

ETV Bharat / bharat

Tripura CM Resigns: ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ - Tripura CM Resigns

ପଦରୁ ହଟିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ । ବିଜେପି ହାଇକମାଣ୍ଡ ବିପ୍ଲବଙ୍କୁ ଇସ୍ତଫା ଦେବା ପାଇଁ ଆଜି ଦେଇଥିଲେ ନିର୍ଦ୍ଦେଶ । ମୁଖ୍ୟମନ୍ତ୍ରୀ ବିପ୍ଲବ ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ଇସ୍ତଫା ଦେଲେ ତ୍ରପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ
ଇସ୍ତଫା ଦେଲେ ତ୍ରପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ

By

Published : May 14, 2022, 4:35 PM IST

Updated : May 14, 2022, 5:14 PM IST

ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ (Tripura Chief Minister) ପଦରୁ ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ (Biplab Kumar Deb) । ବିଜେପି ହାଇକମାଣ୍ଡ ବିପ୍ଲବଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦେବା ପରେ ପଦ ଛାଡିଲେ ବିପ୍ଲବ । କିଛି ସମୟ ପୂର୍ବରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ଭୂପନ୍ଦ୍ର ଯାଦବଙ୍କ ସହ ରାଜଭବନ ଯାଇ ମୁଖ୍ୟମନ୍ତ୍ରୀ ବିପ୍ଲବ ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ।

ତେବେ ତ୍ରିପୁରାର ପରବର୍ତ୍ତୀ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ରାତି 8 ଟା ରେ ବସିଥିବାକୁ ଥିବା ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିପ୍ଲବ ଦେବ କହିଛନ୍ତି ଦଳ ସର୍ବୋପରି । ଦଳର ନିଷ୍ପତ୍ତି ଶିରୋଧାର୍ଯ୍ୟ । ମୋ ଭଳି ଜଣେ ସାମାନ୍ୟ ଯୁବକଙ୍କୁ ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତ୍ରିପୁରା ରାଜ୍ୟ ଶାଖାର ସଭାପତି ଦାୟିତ୍ବ ଦେଇ ପୁରା ସହଯୋଗ ସମର୍ଥନ କରିଥିଲେ । ତାଙ୍କର ନିର୍ଦ୍ଦେଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆର୍ଶିବାଦରେ ଆମେ ତ୍ରିପୁରାରେ ସଂଗଠନ ବିସ୍ତାର ପାଇଁ କଠୋର ପରିଶ୍ରମ କରିଥିଲୁ । ଯାହାର ଫଳ ଗତ ନିର୍ବାଚନରେ ଦଳକୁ ମିଳିଥିଲା ।

ପ୍ରଧାନମନ୍ତ୍ରୀ ମୋଦି ମତେ ତ୍ରିପୁରାବାସୀଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିଲେ । ମୁଁ ପ୍ରଧାନମନ୍ତ୍ରୀ (Prime Minister Narendra modi) ଅମିତ ଶାହା (Amit Shah) ଓ କେନ୍ଦ୍ରୀୟ ନେତୃତ୍ବଙ୍କ ମାର୍ଗଦର୍ଶନରେ ଯାହା ସମ୍ଭବ କାମ କରିଛି । ତ୍ରିପୁରାର ବିକାଶ ଧାରାକୁ ଦ୍ରୁତ ଗତିରେ ଆଗକୁ ନେଇଛି ।

ବର୍ତ୍ତମାନ ସମୟ ଆସିଛି ତ୍ରିପୁରା ମୈଦାନରେ ଲମ୍ବା ଖେଳିବା ପାଇଁ । ତେଣୁ ସଂଗଠନକୁ ବିସ୍ତାର ଓ ସଶକ୍ତ କରିବା ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି ବୋଲି କହିଛନ୍ତି ବିପ୍ଲବ । ଏହାସହ ବିପ୍ଲବ ଦେବ ସବୁଠି ଫିଟ । ଦଳ ଯାହା ଦାୟିତ୍ବ ଦେବ ନିଷ୍ଠାର ସହ ତୁଳାଇବି । ପ୍ରଧାନମନ୍ତ୍ରୀଙ୍କ ନର୍ଥଇଷ୍ଟ ଭିଜନକୁ ସାକାର କରିବାପାଇଁ ଆହୁରି କାମ କରିବୁ ବୋଲି କହିଛନ୍ତି ବିପ୍ଲବ ।

ସୂଚନାଯୋଗ୍ୟ ଯେ ଗତକାଲି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନୂଆଦିଲ୍ଲୀରେ ବିପ୍ଲବ ଦେବ ସାକ୍ଷାତ କରିଥିଲେ । ଏହାବାଦ ଗତ କିଛି ଦିନ ହେଲା ବିପ୍ଲବଙ୍କୁ ନେଇ ତ୍ରିପୁରା ବିଜେପି ଶାଖା ଦୁଇଭାଗ ହୋଇଥିଲା । ପ୍ରାୟ 15 ଜଣ ଦଳୀୟ ବିଧାୟକ ବିପ୍ଲବଙ୍କୁ ହଟାଇବା ପାଇଁ କେନ୍ଦ୍ରୀୟ ନେତୃତ୍ବଙ୍କ ନିକଟରେ ଦାବି କରିଆସୁଥିଲେ । ଏପରିକି 2 ଜଣ ଦଳୀୟ ବିଧାୟକ ବିପ୍ଲବଙ୍କୁ ବିରୋଧ କରି ଦଳ ଛାଡି କଂଗ୍ରେସରେ ସାମିଲ ହୋଇଥିଲେ । ଯାହାକୁ ନେଇ କେନ୍ଦ୍ରୀୟ ବିଜେପି ମଧ୍ୟ ସଂଗଠନରେ ପରିବର୍ତ୍ତନ ପାଇଁ ଚିନ୍ତା କରିଥିଲେ ।

@ANI

Last Updated : May 14, 2022, 5:14 PM IST

ABOUT THE AUTHOR

...view details