ଡେରାଡୁନ:ପରିବେଶରେ ଅଙ୍ଗାରକାମ୍ଲ ପ୍ରଦୂଷଣ ହ୍ରାସ କରିବ ଛତୁ । ଉତ୍ତରଖଣ୍ଡ ଜଙ୍ଗଲରୁ ବୈଜ୍ଞାନିକମାନେ ସେଭଳି ଏକ ଛତୁ ବା ଫଙ୍ଗସ୍ ଆବିଷ୍କାର କରିଛନ୍ତି । CSIRର ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଆଇଆଇପି ଡେରାଡୁନ(Central Institute IIP Dehradun)ରେ 'ବାୟୋଟେକ୍ନୋଲୋଜି କନଭର୍ସନ ଏରିଆ' ଉପରେ ରିସର୍ଚ୍ଚ କରୁଥିବା ବୈଜ୍ଞାନିକ ଡ.ସୁନୀଲ କୁମାର ଏବଂ ତାଙ୍କ ଟିମ୍ 'ଟ୍ରେମିଟିଜ୍ ମାକ୍ସିମା'(Trematis Maxima) ନାମକ ଛତୁ ଠାବ କରିଛନ୍ତି ।
ରିସର୍ଚ୍ଚ ଟିମ୍ କହିଛନ୍ତି ଯେ, ''ଏହି ଛତୁ ମାଟି ଓ ଜଳରୁ ବିଷାକ୍ତ ପଲି ଆରୋମେଟିକ ହାଇଡ୍ରୋକାର୍ବନ(polycyclic aromatic hydrocarbons) ଅର୍ଥାତ୍ ମନୁଷ୍ୟ ପାଇଁ ଅତି ଘାତକ ଅଙ୍ଗାରକାମ୍ଲ ପ୍ରଦୂଷଣ ଦୂର କରିବ ।'' ବର୍ତ୍ତମାନ ବୈଜ୍ଞାନିକ ଟିମ୍ ଏହି ଛତୁକୁ ଲ୍ୟାବ୍କୁ ନେଇ ଅନ୍ୟାନ୍ୟ ସମ୍ଭାବନା ଗୁଡିକୁ ସନ୍ଧାନ କରୁଛନ୍ତି । ମାନବ ଜୀବନ ପାଇଁ ଅଙ୍ଗାରକାମ୍ଲ ଯୁକ୍ତ ସବୁ ପ୍ରକାର ପ୍ରଦୂଷଣ ଅତ୍ୟନ୍ତ କ୍ଷତିକାରକ ଅଟେ । ଯଦି ଆମେ polycyclic aromatic hydrocarbons ବିଷୟରେ କହିବା, ତେବେ ଏହା ମଣିଷ ପାଇଁ ଖୁବ ଘାତକ ଅଟେ । ଯଦି ଅଙ୍ଗାରକାମ୍ଲ ଯୁକ୍ତ କୌଣସି ପଦାର୍ଥର ମଲିକ୍ୟୁଲ ମଣିଷ ସଂସ୍ପର୍ଶରେ ଆସେ କିମ୍ବା କେଉଁଠାରୁ ଫୁଡ୍ ଚେନରେ ପ୍ରବେଶ କରେ ତେବେ ଏହା ତାଙ୍କ ପାଇଁ ଖୁବ୍ ଘାତକ ସାବ୍ୟସ୍ତ ହୋଇପାରେ । ଆମେରିକୀୟ ପରିବେଶ ସୁରକ୍ଷା ଏଜେନ୍ସି(EPNA) ପଲି ଆରୋମେଟିକ ହାଇଡ୍ରୋକାର୍ବନକୁ carcinogenic ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛି । ଏହିଭଳି ହାଇଡ୍ରୋକାର୍ବନ କ୍ୟାନ୍ସର ସୃଷ୍ଟି କରିଥାଏ ।
ପଲି ଆରୋମେଟିକ ହାଇଡ୍ରୋକାର୍ବନ କେଉଁଠୁ ଆସିଥାଏ: