ଓଡିଶା

odisha

By

Published : Dec 20, 2020, 5:57 PM IST

ETV Bharat / bharat

ଆମେରିକା-ଚୀନ ଟ୍ରେଡ ୱାରରେ ମାଲାମାଲ ଭାରତ

ଟ୍ରେଡ ୱାରରେ ବ୍ୟସ୍ତ ଆମେରିକା-ଚୀନ । ଯାହାର ଫାଇଦା ନେଇଛି ଭାରତ । କୋରୋନା କାଳରେ ଅନେକ କ୍ଷତି ସହିଥିବା ଭାରତର ହୀରା ରପ୍ତାନୀ ଦ୍ବିଗୁଣିତ ହୋଇଛି । ଯାହା ଭାରତ ପାଇଁ ଖ୍ରୀଷ୍ଟମାସ ଗିଫ୍ଟ ବୋଲି କୁହାଯାଉଛି । ଅଧିକ ପଢନ୍ତୁ...

ଆମେରିକା-ଚୀନ ଟ୍ରେଡ ୱାରରେ ମାଲାମାଲ ହେଉଛି ଭାରତ
ଆମେରିକା-ଚୀନ ଟ୍ରେଡ ୱାରରେ ମାଲାମାଲ ହେଉଛି ଭାରତ

ନୂଆଦିଲ୍ଲୀ: ଆମେରିକା ଓ ଚୀନ ମଧ୍ୟରେ ଜାରି ରହିଛି ଟ୍ରେଡ ୱାର । ଏହି ଦୁଇ ଦେଶର ଲଢେଇରେ ମାଲାମାଲ ହେଉଛି ଭାରତ । ଖ୍ରୀଷ୍ଟମାସ ସମୟରେ ଆମେରିକା ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ହେତୁ ଭାରତର ରତ୍ନ ଏବଂ ଅଳଙ୍କାର ବ୍ୟବସାୟ ଏକ ନୂତନ ଶିଖରରେ ପହଞ୍ଚିଛି । ମହାମାରୀ କାଳରେ ଭାରତ ଅନେ କ୍ଷତି ସହି ଥିବା ଭାରତର ହୀରା ଏବଂ ଅଳଙ୍କାର ରପ୍ତାନୀ ଦ୍ବିଗୁଣିତ ହୋଇଛି ।

ଭାରତ ପଲିସ୍ ହୀରାର ହବ୍ କୁହାଯାଉଥିବାବେଳେ ଚୀନ ଏବଂ ହଂକଂ ହେଉଛି ଅଳଙ୍କାର ଉତ୍ପାଦନ ପାଇଁ ପେଣ୍ଠସ୍ଥଳୀ । ସେପଟେ ଆମେରିକାରେ ହୀରା ବେଶ୍‌ ଚାହିଦା ରହିଛି । ଆମେରିକାରେ ବିଶ୍ବରେ 70 ପ୍ରତିଶତରୁ ଅଧିକ ଲୋକ ହୀରା ଅଳଙ୍କାର ପିନ୍ଧିବାକୁ ପସନ୍ଦ କରିଥାନ୍ତି । ଆମେରିକାକୁ ଅଳଙ୍କାରର 70 ପ୍ରତିଶତରୁ ଅଧିକ ଭାରତ, ଚୀନ୍ ଏବଂ ହଂକଂରୁ ଆସିଥାଏ। ଆମେରିକା, ୟୁରୋପ ଏବଂ ୟୁଏଇରେ ହୀରା ଗହଣା ପାଇଁ ରହିଛି ଅନେକ ଚାହିଦା ।

ହୀରା ଅଳଙ୍କାର ରପ୍ତାନୀ ପ୍ରୋତ୍ସାହନ ପରିଷଦର ପଶ୍ଚିମ ଅଞ୍ଚଳର ସଭାପତି ଦୀନେଶ ନାଭାଡିଆ କହିଛନ୍ତି ଯେ, କୋରୋନା କାଳରେ ହୀରା ବ୍ୟାପାର ବଢିଛି । ଖ୍ରୀଷ୍ଟମାସ ସମୟରେ ଆମେରିକା ଏବଂ ଅନ୍ୟାନ୍ୟ ଦେଶରୁ ହୀରା ଅଳଙ୍କାର ପାଇଁ ଅଧିକ ଚାହିଦା ଅଛି । କୋଭିଡ-19 ମଧ୍ୟରେ ଚୀନ ସହିତ ବାଣିଜ୍ୟିକ ଯୁଦ୍ଧ ହେତୁ ଆମେରିକା ଏହାର ଉତ୍ପାଦ ଉପରେ 7 ପ୍ରତିଶତ ଅଧିକ ଶୁଳ୍କ ଲାଗୁ କରିଥିଲା । ଏହି କାରଣରୁ, ହଂକଂ କିମ୍ବା ଚୀନରୁ ହୀରା ଅଳଙ୍କାର 7 ପ୍ରତିଶତ ମହଙ୍ଗା ହୋଇଥିଲା । ଅନ୍ୟପକ୍ଷରେ, ଭାରତରୁ ଆସୁଥିବା ଉତ୍ପାଦ ଉପରେ ଆମେରିକା କୌଣସି ଶୁଳ୍କ ଆଦାୟ କରେ ନାହିଁ। ଫଳରେ ଏହା ଭାରତୀୟ ହୀରା ଅଳଙ୍କାର ଶିଳ୍ପକୁ ସିଧାସଳଖ ଉପକୃତ କରିଛି ।

କେବଳ ସୁରଟର ସ୍ପେଶାଲ ଇକୋନୋମିକ୍ ଜୋନ୍‌ରେ 22 ଟି ହୀରା ଅଳଙ୍କାର ଉତ୍ପାଦନ ୟୁନିଟ୍ ଅଛି । ଯାହା ଗତ ତିନି ମାସ ଧରି କାର୍ଯ୍ୟକ୍ଷମ ଥିଲା । ଏଥିସହ ହୀରା ଏବଂ ଅଳଙ୍କାର କ୍ଷେତ୍ର ବ୍ୟବସାୟରେ 400 ରୁ ଅଧିକ ସ୍ଥାନୀୟ କମ୍ପାନୀ ରହିଛି । ଏହି ୟୁନିଟ୍ ଗୁଡିକ ଆମେରିକାରୁ ବହୁତ କାମ ପାଇଛନ୍ତି । ନଭେମ୍ବର 2019ରେ ଭାରତ 620 ନିୟୁତ ଡଲାର ମୂଲ୍ୟର କଟା ଏବଂ ପଲିସ୍ ହୀରା ରପ୍ତାନୀ କରିଥିଲା । ହେଲେ କୋଭିଡ-19 ସଙ୍କଟ ସତ୍ତ୍ବେ ନଭେମ୍ବର 2020ରେ 1,192 ମିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି ।

ABOUT THE AUTHOR

...view details