ଓଡିଶା

odisha

By

Published : Jul 14, 2022, 9:43 PM IST

ETV Bharat / bharat

ନଦୀକୁ ମାଡ଼ି ଆସିଲା ବନ୍ୟାପାଣି, ଚାହୁଁଚାହୁଁ ବୁଡିଗଲା ଟ୍ରାକ୍ଟର

ଗାନ୍ଧୀନଗର: ଚାହୁଁଚାହୁଁ ନଦୀରେ ବୁଡ଼ିଗଲା ଟ୍ରାକ୍ଟର । ବର୍ଷା ବିତ୍ପାତରେ ବେହାଲ ହୋଇ ପଡ଼ିଛି ଗୁଜୁରାଟ । ନଦୀରେ ବନ୍ୟାପାଣି ଭର୍ତ୍ତି ହୋଇଛି । ଅଧିକ ପଢ଼ନ୍ତୁ

ନଦୀକୁ ମାଡ଼ି ଆସିଲା ବନ୍ୟାପାଣି, ଚାହୁଁଚାହୁଁ ବୁଡିଗଲା ଟ୍ରାକ୍ଟର
ନଦୀକୁ ମାଡ଼ି ଆସିଲା ବନ୍ୟାପାଣି, ଚାହୁଁଚାହୁଁ ବୁଡିଗଲା ଟ୍ରାକ୍ଟର

ଗାନ୍ଧୀନଗର: ଗାନ୍ଧୀନଗର: ଚାହୁଁଚାହୁଁ ନଦୀରେ ବୁଡ଼ିଗଲା ଟ୍ରାକ୍ଟର । ବର୍ଷା ବିତ୍ପାତରେ ବେହାଲ ହୋଇ ପଡ଼ିଛି ଗୁଜୁରାଟ । ନଦୀରେ ବନ୍ୟାପାଣି ଭର୍ତ୍ତି ହୋଇଛି । ଏହି ଭୟାନକ ସୁଅ ଆଗରେ ଯିଏ ପଡ଼ୁଛି ସିଏ ନଦୀରେ ଲୀନ ହେଉଛି । ଏହାର ଏକ ଜ୍ବଳନ୍ତ ଚିତ୍ର ଗୁଜୁରାଟ ଗାନ୍ଧୀନଗର ଜିଲ୍ଲା ସାବରକାଣ୍ଠା ଜିଲ୍ଲାରେ ଦେଖିବାକୁ ମିଳିଛି ।

ନଦୀକୁ ମାଡ଼ି ଆସିଲା ବନ୍ୟାପାଣି, ଚାହୁଁଚାହୁଁ ବୁଡିଗଲା ଟ୍ରାକ୍ଟର

ଏଠାରେ ଏକ ଟ୍ରାକ୍ଟର ନଦୀ ପଠାରେ ଫଶି ରହିଥିଲା । ଉଦ୍ଧାର କରିବାକୁ ବ୍ୟାପକ ପ୍ରୟାସ କରୁଥିଲେ ଟ୍ରାକ୍ଟର ମାଲିକ ଓ ସ୍ଥାନୀୟ ଲୋକେ । ଏହାପରେ ନଦୀରେ ବନ୍ୟା ପାଣି ଆସିବାରୁ ବାଧ୍ୟ ହୋଇ ଟ୍ରାକ୍ଟର ଛାଡ଼ି ଆସିଥିଲେ ମାଲିକ । ଚାହୁଁଚାହୁଁ ଟ୍ରାକ୍ଟରଟି ସମ୍ପୂର୍ଣ୍ଣ ଭାବରେ ବୁଡ଼ି ଯାଇଥିଲା । ପାଖରେ ଥିବା ଲୋକଙ୍କ ପାଖରେ କେବଳ ଦେଖଣାହାରୀ ପାଲଟିବା ଛଡ଼ା ଆଉ କୌଣସି ରାସ୍ତା ନଥିଲା ।

ମୌସୁମୀ ଗୁଜୁରାଟରେ ଉଗ୍ରରୂପ ନେଇଛି । ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ବନ୍ୟା ପାଣି ଜମି ରହିଛି । ଲୋକେ ଜଳବନ୍ଦୀ ଭାବରେ ଜୀବନ ବିତାଉଛନ୍ତି । ଏହାରି ମଧ୍ୟରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ରିଲିଫ ସାମଗ୍ରୀ ଓ ଅନ୍ୟାନ ସୁବିଧା ଯୋଗାଇ ଦେବାକୁ ପ୍ରୟାସ କରାଯାଉଛି ।

ABOUT THE AUTHOR

...view details