ଓଡିଶା

odisha

By

Published : Dec 16, 2022, 8:56 PM IST

ETV Bharat / bharat

RFC Winter Fest: ରାମୋଜି ଫିଲ୍ମସିଟିରେ ୱିଣ୍ଟର ଫେଷ୍ଟ, ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ

ଶୀତ ଋତୁର ସ୍ପର୍ଶରେ ବିଶ୍ବର ସର୍ବବୃହତ ଫିଲ୍ମସିଟିରେ ରାମୋଜିରେ ଆରମ୍ଭ ହୋଇଛି ୱିଣ୍ଟର ଫେଷ୍ଟ (Winter Fest in Ramoji Film City) । ଡିସେମ୍ବର ୧୫ ତାରିଖଠୁ ଆରମ୍ଭ ହୋଇଥିବା ଏହି ଫେଷ୍ଟରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଜମିଛି । ଅଧିକ ପଢନ୍ତୁ

ରାମୋଜି ଫିଲ୍ମସିଟିରେ ୱିଣ୍ଟର ଫେଷ୍ଟ, ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼
ରାମୋଜି ଫିଲ୍ମସିଟିରେ ୱିଣ୍ଟର ଫେଷ୍ଟ, ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼

ହାଇଦ୍ରାବାଦ: ବିଶ୍ବର ସର୍ବବୃହତ ଫିଲ୍ମସିଟି ରାମୋଜିରେ ଗୁରୁବାରଠୁ ଆରମ୍ଭ ହୋଇଛି ଶୀତକାଳୀନ ଉତ୍ସବ (Winter Fest in Ramoji) । ପ୍ରକୃତିର କୋଳରେ ଅବସ୍ଥିତ ଏହି ଫିଲ୍ମସିଟିରେ ୱିଣ୍ଟର ଫେଷ୍ଟରେ ସ୍ବତନ୍ତ୍ର ମନୋରଞ୍ଜନ କାର୍ଯ୍ୟକ୍ରମ (Special entertainment programmes in RFC)ର ଆୟୋଜନ କରାଯାଇଛି । ୱିଣ୍ଟର ଫେଷ୍ଟର ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସବୁ ବର୍ଗର ପର୍ଯ୍ୟଟକ ଏହି ଉତ୍ସବକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।

ଆସନ୍ତା ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ୱିଣ୍ଟର ଫେଷ୍ଟ ଚାଲିବ । ସକାଳ ୯ଟାରୁ ସନ୍ଧ୍ୟା ୧୦ଟା ପର୍ଯ୍ୟନ୍ତ ଫିଲ୍ମସିଟିରେ ଉତ୍ସବର ଆୟୋଜିତ ହେଉଥିବା ବେଳେ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଅନେକ ବ୍ୟବସ୍ଥା ରହିଛି । ଯେଉଁମାନେ ଏହି ମନୋରଞ୍ଜନ କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ଚାହୁଁଛନ୍ତି ସେମାନେ ଉଭୟ ଅନଲାଇନ ଓ ଅଫଲାଇନରେ ହଲିଡେଜ୍‌ ପ୍ୟାକେଜ ବୁକ୍‌ କରିପାରିବେ । ଏହାସହିତ ପର୍ଯ୍ୟଟକଙ୍କୁ ଆହୁରି ମନୋରଞ୍ଜନ ଯୋଗାଇବା ଲାଗି ସନ୍ଧ୍ୟା ସମୟରେ କାର୍ଣ୍ଣିଭାଲ ପରେଡର ମଧ୍ୟ ଆୟୋଜନ କରାଯାଇଛି ।

ଏହା ବି ପଢନ୍ତୁ- Ramoji Film City: ଏପ୍ରିଲ ୨୧ରୁ ହଲି ଡେ' କାର୍ଣ୍ଣିଭାଲ ଆରମ୍ଭ

ଏହାବ୍ୟତୀତ ଫିଲ୍ମସିଟିରେ ରହିଥିବା ବାର୍ଡ ପାର୍କ, ବଟରଫ୍ଲାଏ ପାର୍କ, ରାମୋଜି ଦୁଃସାହସିକ କାର୍ଯ୍ୟକ୍ରମ ସାହାସ ଓ ବାହୁବଳୀ ସେଟ୍‌ର ମଜା ନେଇପାରିବେ ପର୍ଯ୍ୟଟକ । ଏହାସହିତ ପର୍ଯ୍ୟଟକଙ୍କ ପାଇଁ ଫିଲ୍ମସିଟିରେ ପ୍ରଥମ ଥର ଲାଗି ବାର୍ବିକ୍ୟୁ ଫିଷ୍ଟ ଓ ବନଫାୟାରର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ABOUT THE AUTHOR

...view details