ଓଡିଶା

odisha

ETV Bharat / bharat

ଡିସେମ୍ବର 13 ସୁଦ୍ଧା ଦେଶରେ ସରିଛି 15,45,66,990 କୋଭିଡ ଟେଷ୍ଟ: ICMR

ଆଇସିଏମଆରର ରିପୋର୍ଟ ଅନୁସାରେ ଗତ ରବିବାର ସରିଛି 8,55,157 କୋରୋନା ସାମ୍ପଲ ଟେଷ୍ଟ। ଅଧିକ ପଢନ୍ତୁ...

By

Published : Dec 14, 2020, 10:40 AM IST

ଡିସେମ୍ବର 13 ସୁଦ୍ଧା ଦେଶରେ ସରିଛି 15,45,66,990 କୋଭିଡ ଟେଷ୍ଟ: ICMR
ଡିସେମ୍ବର 13 ସୁଦ୍ଧା ଦେଶରେ ସରିଛି 15,45,66,990 କୋଭିଡ ଟେଷ୍ଟ: ICMR

ନୂଆଦିଲ୍ଲୀ: ଭାରତରେ ସୁଧୁରୁଛି କୋରୋନା ସ୍ଥିତି। ଗତ କିଛି ଦିନ ହେବ ଦୈନିକ ପ୍ରାୟ 30 ହଜାରରୁ ଅଧିକ ସଂକ୍ରମଣ ରିପୋର୍ଟ ହେଉଛି। ତେବେ ନିରନ୍ତର କୋରୋନା ଟେଷ୍ଟ କାରଣରୁ ଏହାକୁ ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ହୋଇପାରିଛି ସ୍ବାସ୍ଥ୍ୟ ବିଭାଗ।

ତେବେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ମୁତାବକ, ଗତ 24 ଘଣ୍ଟାରେ ଦେଶ ବିଭିନ୍ନ ଲ୍ୟାବରେ 8 ଲକ୍ଷ 55 ହଜାର 157 ଟି କୋରୋନା ସାମ୍ପଲ ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ଡିସେମ୍ବର 13 ସୁଦ୍ଧା 15 କୋଟି 45 ଲକ୍ଷ 66 ହଜାର 990ଟି ଟେଷ୍ଟ ସରିଛି ।

ବର୍ତ୍ତମାନ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା 98 ଲକ୍ଷ 84 ହଜାର 100ରେ ପହଞ୍ଚିଛି । ଏଥିରେ ସର୍ବମୋଟ 1 ଲକ୍ଷ 43 ହଜାର 355 ଜଣଙ୍କର ମୃତ୍ୟୁ ହୋଇଛି। ସର୍ବାଧିକ ସଂକ୍ରମିତ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି ।

ABOUT THE AUTHOR

...view details