ଓଡିଶା

odisha

ETV Bharat / bharat

ଦେଶରେ ଡିସେମ୍ବର 11 ସୁଦ୍ଧା ସରିଛି 15,26,97,399 କୋରୋନା ଟେଷ୍ଟ: ICMR - ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ

ଅତ୍ୟଧିକ କୋରୋନା ସଂକ୍ରମିତ ଦେଶ ମଧ୍ୟରେ ଦ୍ବିତୀୟ ସ୍ଥାନରେ ଥିବା ଭାରତରେ ସବୁଠାରୁ ଅଧିକ ସାମ୍ପଲ ଟେଷ୍ଟ କରାଯାଇଛି । ଅଧିକ ପଢନ୍ତୁ...

ଦେଶରେ ଡିସେମ୍ବର 11 ସୁଦ୍ଧା ସରିଛି 15,26,97,399 କୋରୋନା ଟେଷ୍ଟ: ICMR
ଦେଶରେ ଡିସେମ୍ବର 11 ସୁଦ୍ଧା ସରିଛି 15,26,97,399 କୋରୋନା ଟେଷ୍ଟ: ICMR

By

Published : Dec 12, 2020, 10:55 AM IST

ନୂଆଦିଲ୍ଲୀ: ଦେଶରେ 15 କୋଟି ପାର କରିଛି କୋରୋନା ସଂକ୍ରମଣ ସଂଖ୍ୟା । ସ୍ବାସ୍ଥ୍ୟ ବିଭାଗର ନିରନ୍ତର ପ୍ରୟାସ କାରଣରୁ ଦେଶରେ ନିୟନ୍ତ୍ରଣକୁ ଆସିଛି ମହାମାରୀ । ତେବେ ବର୍ତ୍ତମାନ ସୁଦ୍ଧା 98 ଲକ୍ଷ 26 ହଜାର 775ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା। ସେହିପରି ମୃତ୍ୟୁ ସଂଖ୍ୟା 1 ଲକ୍ଷ 42 ହଜାର 628ରେ ପହଞ୍ଚିଛି।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, ଗତ 24 ଘଣ୍ଟାରେ 10 ଲକ୍ଷ 65 ହଜାର 176 କୋରୋନା ସାମ୍ପଲ ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ଦେଶରେ ଡିସେମ୍ବର 11 ସୁଦ୍ଧା 15 କୋଟି 26 ଲକ୍ଷ 97 ହଜାର 399ଟି ସାମ୍ପଲ ଟେଷ୍ଟ ସରିଛି ।

ABOUT THE AUTHOR

...view details