ନୂଆଦିଲ୍ଲୀ: ଦେଶରେ ବଢୁଥିବା କୋରୋନା ସଂକ୍ରମଣକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋରୋନା ସାମ୍ପଲ ଟେଷ୍ଟ ଜାରି ରହିଛି। ପ୍ରତ୍ୟେକ ଦିନ ଦେଶର ବିଭିନ୍ନ ଟେଷ୍ଟିଂ ଲ୍ୟାବରେ ଲକ୍ଷାଧିକ ସାମ୍ପଲ ଟେଷ୍ଟ କରାଯାଉଛି । ଯାହାକୁ ନେଇ ବର୍ତ୍ତମାନ ସୁଦ୍ଧା ଦେଶରେ 12 କୋଟି ରୁ ଅଧିକ ଟେଷ୍ଟ କରାଯାଇଛି ।
ନଭେମ୍ବର 16 ସୁଦ୍ଧା ସରିଛି 12,65,42,907 କୋରୋନା ଟେଷ୍ଟ: ICMR - କୋଭିଡ ଟେଷ୍ଟ
ଦେଶରେ ଧିରେ ଧିରେ ହ୍ରାସ ପାଉଛି କୋରୋନା ସଂକ୍ରମଣ । ଅନ୍ୟପଟେ ସମସ୍ତ ମେଡିକାଲ ଲ୍ୟାବରେ ଜାରି ରହିଛି କୋରୋନା ଟେଷ୍ଟ । ଅଧିକ ପଢନ୍ତୁ...
ନଭେମ୍ବର 16 ସୁଦ୍ଧା ସରିଛି 12,65,42,907 କୋରୋନା ଟେଷ୍ଟ: ICMR
ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, ଗତ 24 ଘଣ୍ଟାରେ 8 ଲକ୍ଷ 44 ହଜାର 382 ଟି ଟେଷ୍ଟ କରାଯାଇଛି।ଏହାକୁ ମିଶାଇ ନଭେମ୍ବର 16 ସୁଦ୍ଧା ଦେଶରେ ମୋଟ 12 କୋଟି 65 ଲକ୍ଷ 42 ହଜାର 907ଟି ଟେଷ୍ଟ ସରିଛି ।
ତେବେ ବର୍ତ୍ତମାନ ସୁଦ୍ଧା 88 ଲକ୍ଷ 74 ହଜାର 291ରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1 ଲକ୍ଷ 30 ହଜାର 519 ଜଣ ମୃତ୍ୟୁ ବରଣ କରିଛନ୍ତି ।