ଓଡିଶା

odisha

ETV Bharat / bharat

ଡିସେମ୍ବର 1 ସୁଦ୍ଧା ସରିଛି 14 କୋଟିରୁ ଊର୍ଦ୍ଧ୍ବ କୋରୋନା ଟେଷ୍ଟ: ICMR - covid test

ଭାରତରେ ସୁଧୁରୁଛି କୋରୋନା ସ୍ଥିତି । କମୁଛି ସଂକ୍ରମଣ କମୁଛି ମୃତ୍ୟୁ ସଂଖ୍ୟା। ବିଭିନ୍ନ ଲ୍ୟାବରେ ଜାରି ରହିଛି କୋରୋନା ଟେଷ୍ଟ । ଅଧିକ ପଢନ୍ତୁ...

ଡିସେମ୍ବର 1 ସୁଦ୍ଧା ସରିଛି 14 କୋଟିରୁ ଉର୍ଦ୍ଧ୍ବ କୋରୋନା ଟେଷ୍ଟ: ICMR
ଡିସେମ୍ବର 1 ସୁଦ୍ଧା ସରିଛି 14 କୋଟିରୁ ଉର୍ଦ୍ଧ୍ବ କୋରୋନା ଟେଷ୍ଟ: ICMR

By

Published : Dec 2, 2020, 12:45 PM IST

ନୂଆଦିଲ୍ଲୀ: ଦେଶରେ କମୁଛି କୋରୋନା ସଂକ୍ରମଣ । ସ୍ବାସ୍ଥ୍ୟ ବିଭାଗର ରୀତିମତ କୋରୋନା ସାମ୍ପଲ ଟେଷ୍ଟ କାରଣରୁ ଏହା ଉପରେ ଅଙ୍କୁଶ ଲାଗିପାରିଛି । ହେଲେ ବର୍ତ୍ତମାନ ପ୍ରତ୍ୟେକ ଦିନ 40 ହଜାରରୁ ଉର୍ଦ୍ଧ୍ବ ପଜିଟିଭ କେସ ରିପୋର୍ଟ ହେଉଛି ।

ତେବେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ(ଆଇସିଏମଆର) ରିସର୍ଚ୍ଚ ମୁତାବକ, ଗତ 24 ଘଣ୍ଟାରେ 10 ଲକ୍ଷ 96 ହଜାର 651 ଟି ଟେଷ୍ଟ କରାଇଛି । ଯାହାକୁ ମିଶାଇ ଡିସେମ୍ବର 1 ସୁଦ୍ଧା 14 କୋଟି 24 ଲକ୍ଷ 45 ହଜାର 949ଟି କୋଭିଡ ଟେଷ୍ଟ ସରିଛି।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନୁସାରେ, ଗତ 24 ଘଣ୍ଟାରେ 36 ହଜାର 604 ଟି ନୂଆ ପଜିଟିଭ କେସ ରିପୋର୍ଟ ହୋଇଛି। ସେଥିମଧ୍ୟରୁ 501 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ABOUT THE AUTHOR

...view details