ଓଡିଶା

odisha

ETV Bharat / bharat

ଦେଶରେ ନଭେମ୍ବର 4 ସୁଦ୍ଧା ସରିଛି 11,42,08,384 କୋଭିଡ ଟେଷ୍ଟ: ICMR - ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ

ପ୍ରତ୍ୟେକ ଦିନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦେଶରେ ରୀତିମତ ବିଭିନ୍ନ ପଞ୍ଜିକୃତ ଓ ଅଣପଞ୍ଜିକୃତ ଟେଷ୍ଟିଂ ଲ୍ୟାବରେ କୋଭିଡ ଟେଷ୍ଟ ଜାରି ରହିଛି । ଅଧିକ ପଢନ୍ତୁ...

ଦେଶରେ ନଭେମ୍ବର 4 ସୁଦ୍ଧା ସରିଛି 11,42,08,384 କୋଭିଡ ଟେଷ୍ଟ: ICMR
ଦେଶରେ ନଭେମ୍ବର 4 ସୁଦ୍ଧା ସରିଛି 11,42,08,384 କୋଭିଡ ଟେଷ୍ଟ: ICMR

By

Published : Nov 5, 2020, 12:30 PM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ରୀତିମତ ଜାରି ରହିଛି କୋରୋନା ସାମ୍ପଲ ଟେଷ୍ଟ। ଯାହା ଏବେ 11 କୋଟି ପାର କରିଛି । ଏହି ଟେଷ୍ଟ କାରଣରୁ ସଂକ୍ରମଣ ସଂଖ୍ୟା ପୂର୍ବ ଅପେକ୍ଷା ହ୍ରାସ ପାଉଥିବା ଦେଖିବାକୁ ମିଳିଛି।

ତେବେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, ନଭେମ୍ବର 4 ତାରିଖରେ ସର୍ବାଧିକ 12 ଲକ୍ଷ 09 ହଜାର 425ଟି ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ବର୍ତ୍ତମାନ 11 କୋଟି 42 ଲକ୍ଷ 08 ହଜାର 384ଟି ଟେଷ୍ଟ ସରିଛି ।

ଅନ୍ୟପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ 83 ଲକ୍ଷ 64 ହଜାର 086ରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା । ସେହିପରି ମୋଟ ସଂକ୍ରମିତଙ୍କ ମଧ୍ୟରୁ 1 ଲକ୍ଷ 24 ହଜାର 315 ଜଣଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ 77 ଲକ୍ଷ 11 ହଜାର 809 ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ 5 ଲକ୍ଷ 27 ହଜାର 962 ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

ABOUT THE AUTHOR

...view details