ଓଡିଶା

odisha

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 21, 2022, 7:05 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. Inter State Council: ଆନ୍ତଃରାଜ୍ୟ ପରିଷଦ କମିଟିରେ ସ୍ଥାନ ପାଇଲେ ନବୀନ

ଆନ୍ତଃରାଜ୍ୟ ପରିଷଦର ପୁଃନର୍ଗଠନ କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମୋଦନ କ୍ରମେ ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

2. ଭାରତର ସ୍ଥିତି ଭଲ ନାହିଁ, ବିପଦରେ ଗଣତନ୍ତ୍ର, ଭୁଶୁଡୁଛି ସାମ୍ବିଧାନିକ ଅନୁଷ୍ଠାନ: ରାହୁଲ ଗାନ୍ଧୀ

ଭଲ ସ୍ଥିତିରେ ନାହିଁ ଦେଶ, କିରୋସିନି ଛିଞ୍ଚିବା କାମ କରୁଛି ବିଜେପି । ଦେଶରେ ଘରୋଇ ଏକାଧିକାରକୁ ମିଳୁଛି ସରକାରୀ ପ୍ରୋତ୍ସାହନ । ଲଣ୍ଡନ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଆୟୋଜିତ ଆଲୋଚନା ଚକ୍ରରେ ବିଜେପି ସରକାର ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । କଡା ଯବାବ ରଖିଲା ବିଜେପି ।

3. ରାହୁଲଙ୍କ କିରୋସିନ୍‌ ମନ୍ତବ୍ୟ ପରେ ଘେରିଲା ବିଜେପି, ମନେ ପକାଇଲା 1984 ଦଙ୍ଗା

ଲଣ୍ଡନରେ ବର୍ଷିଲେ ରାହୁଲ । ଦିଲ୍ଲୀରେ ବିଜେପିର ପାଲଟା ଆକ୍ରମଣ । ଦେଶ ବିରୋଧୀ ମନ୍ତବ୍ୟ ଦେବା ରାହୁଲ ଓ କଂଗ୍ରେସର ଅଭ୍ୟାସରେ ପରିଣତ ହୋଇ ସାରିଲାଣି ବୋଲି BJP କହିଛି । 1984 ଶିଖ୍‌ ବିରୋଧୀ ଦଙ୍ଗା ଘଟଣା ମନେ ପକାନ୍ତୁ ରାହୁଲ ।

4. ଦିଲ୍ଲୀରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି.ଆରଙ୍କୁ ଭେଟିଲେ ଅଖିଳେଶ ଯାଦବ

ଦିଲ୍ଲୀ ଗସ୍ତରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି.ଆର । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ କଲେ ସାକ୍ଷାତ । ସନ୍ଧ୍ଯାରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହ ମୋହଲା କ୍ଲିନିକ ପରିଦର୍ଶନ କରିବେ । ଆସନ୍ତାକାଲି କରିବେ ଚଣ୍ଡିଗଡ ଗସ୍ତ ।

5. ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ପିସିସି ସଭାପତି: ନିରଞ୍ଜନ ପଟ୍ଟନାୟକ

ପିସିସି ପରିବର୍ତ୍ତନ ସମ୍ପର୍କରେ ଶରତ ରାଉତ କହିଛନ୍ତି,"ଯେପର୍ଯ୍ୟନ୍ତ ପିସିସି ସଭାପତି କେହି ହେଇନାହାନ୍ତି ସମସ୍ତଙ୍କ ନା ଚର୍ଚ୍ଚା ହେବ। ଚର୍ଚ୍ଚା ହେବା କିଛି ନୂଆ କଥା ନୁହେଁ । ପରିବର୍ତ୍ତନତ ନିଶ୍ଚିନ୍ତ ହେବ।

6. ରଥଖଳା ହାଲଚାଲ: ଭଉଁରୀରେ ଚକଅଖ ଡେରା ନୀତି ପାଇଁ ପ୍ରସ୍ତୁତି ଶେଷ

ଆସନ୍ତାକାଲି(ରବିବାର) ଭଉଁରୀରେ ଚକଅଖ ଡେରା ନୀତି ପାଇଁ ପ୍ରସ୍ତୁତି ଶେଷ ହୋଇଛି । ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ।

7. Disproportionate Assets case: ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲା ଦୋଷୀ ସାବ୍ୟସ୍ତ

ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲାଦୌଷୀ ସାବ୍ୟସ୍ତ । ମେ’ 26 ରେ ଦଣ୍ଡ ଶୁଣାଇବେ କୋର୍ଟ ।

8. Deaflympics 2021: ଚାମ୍ପିୟନ୍ସଙ୍କୁ ଭେଟିଲେ PM ମୋଦି, କହିଲେ ସାକ୍ଷାତ ସଦା ସ୍ମରଣୀୟ

ହାସିକ ପ୍ରଦର୍ଶନ ସହ ସ୍ବଦେଶ ଫେରିଥିବା ଭାରତୀୟ ବଧିର ଅଲମ୍ପିକ୍ସ(Deaflympics) ଟିମର ସଦସ୍ୟଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀ ସ୍ଥିତ ବାସଭବନରେ ପ୍ରଧାନମନ୍ତ୍ରୀ ଖେଳାଳିଙ୍କୁ ପ୍ରଭାବୀ ପ୍ରଦର୍ଶନ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

9. ପୂର୍ବତନ ଭାରତୀୟ କବାଡି ଖେଳାଳି ଉଦୟ ଚୌଟାଙ୍କ ପରଲୋକ

ଆଖିବୁଜିଲେ ପ୍ରସିଦ୍ଧ ପୂର୍ବତନ ଭାରତୀୟ କବାଡି ଖେଳାଳି ଉଦୟ ଚୌଟା । 46 ବର୍ଷ ବର୍ଷ ବୟସରେ ପରଲୋକ ।

10. Cannes film festival: ଐଶ୍ୱର୍ଯ୍ୟା ରାୟଙ୍କୁ ଭେଟିଲେ ହେଲି ଶାହା, ଫଟୋ ସେୟାର କରି ଲେଖିଲେ ଏମିତି

75ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ 2022ରେ ହେଲି ଶାହା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଭେଟିଥିଲେ ।

ABOUT THE AUTHOR

...view details