ନୂଆଦିଲ୍ଲୀ:ଆଜି ସଂସଦରେ ଉପସ୍ଥାପିତ ହୋଇଛି ବର୍ଷ ୨୦୨୨ ପାଇଁ ସାଧାରଣ ବଜେଟ । ତେବେ ବଜେଟ ଉପସ୍ଥାପନ ହେବା ପରେ ସ୍ବାଭାବିକ ଭାବେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ବର୍ତ୍ତମାନ ସମୟରେ ସରକାର ଏହାକୁ ଏକ ପ୍ରଭାବୀ ବଜେଟ ବୋଲି କହୁଥିବା ବେଳେ ସରକାରକୁ ଘେରିଛନ୍ତି ବିରୋଧି କଂଗ୍ରେସ ସମେତ ବିଭିନ୍ନ ଦଳ । ତେବେ କଣ ରହିଛି ବିଭିନ୍ନ ରାଜନେତାଙ୍କ ପ୍ରତିକ୍ରିୟା ।
ପ୍ରଧାନମନ୍ତ୍ରୀ ମୋଦି:-
ବଜେଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି । ପ୍ରଧାନମନ୍ତ୍ରୀ ମୋଦି ଏହି ବଜେଟକୁ ଏକ ପ୍ରଗତିଶୀଳ ବଜେଟ ଭାବେ ଅବିହିତ କରିଛନ୍ତି । ଚଳିତ ବଜେଟ ବିଶେଷ ଭାବେ ସମାଜର ପଛୁଆ ବର୍ଗର ଲୋକଙ୍କୁ ଉପକୃତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହା ଏକ ଲୋକାଭିମୁଖୀ ଏବଂ ପ୍ରଗତିଶୀଳ ବଜେଟ୍ । ଏହି ବଜେଟ୍ ଲୋକଙ୍କ ପାଇଁ ନୂତନ ଆଶା ଏବଂ ସୁଯୋଗ ସୃଷ୍ଟି କରିବ । ଅର୍ଥନୀତିକୁ ମଜବୁତ କରିବା ସହ ଏହା ଭିତ୍ତିଭୂମି ସୁଦୃଢୀକରଣ, ଅଧିକ ପୁଞ୍ଜି ବିନିଯୋଗ, ଅଧିକ ଅଭିବୃଦ୍ଧି ଏବଂ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଅବସର ସୃଷ୍ଟି କରିବାରେ ବେଶ ସହାୟକ ହେବା ନେଇ ଆଶା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ।
କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ:-
କେନ୍ଦ୍ର ବଜେଟକୁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କେନ୍ଦ୍ର ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ କହିଛନ୍ତି ଯେ ଏହି ବଜେଟ ଦେଶରେ ଆଧୁନିକ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବ। ଆଜି ଉପସ୍ଥାପିତ ହୋଇଥିବା ବଜେଟ୍ ହେଉଛି ଦେଶର ଆଧୁନିକ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବଜେଟ । ଯାହା ଏକ ନୂତନ ଭାରତ ପାଇଁ ମୂଳଦୁଆ ପକାଇବ ଏବଂ 130 କୋଟି ଭାରତୀୟଙ୍କ ଜୀବନରେ ଉନ୍ନତି ଆଣିବା ନେଇ ଟୁଇଟରେ କରିଛନ୍ତି ଗଡକାରୀ।
ରାହୁଲ ଗାନ୍ଧୀ:-
ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିବା ସହ ଏହା ଏକ ବିଫଳ ବଜେଟ ବୋଲି କହିଛନ୍ତି । ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ବଜେଟରେ କିଛି ସୁଫଳ ମିଳିବାକୁ ନଥିବା କହିଛନ୍ତି ରାହୁଲ । ରାହୁଲ ନିଜ ଟ୍ବିଟରେ ଲେଖଛନ୍ତି ‘ଜିରୋ ବଜେଟ’ । ଦରମା ପ୍ରାପ୍ତ ଶ୍ରେଣୀ, ମଧ୍ୟବିତ୍ତ ଶ୍ରେଣୀ, ଗରିବ, ଯୁବକ, କୃଷକ ଏବଂ MSME କ୍ଷେତ୍ର ପାଇଁ ବଜେଟରେ କିଛି ନାହିଁ ବୋଲି କହିଛନ୍ତି ରାହୁଲ ।
ହରଦୀପ ସିଂ ପୁରୀ:-
ଗତ ମାସର ଜିଏସଟି ସଂଗ୍ରହ 1.49 ଲକ୍ଷ କୋଟି ଟଙ୍କା ହୋଇଛି, ଯାହା ଏକ ରେକର୍ଡ । ଏଣୁ ଅର୍ଥନୀତି ବହୁତ ଭଲ କାମ କରୁଛି ଏଥିରେ କିଛି ସନ୍ଦେହ ନାହିଁ । ଆଜି ଅର୍ଥମନ୍ତ୍ରୀ ଉପସ୍ଥାପନା କରିଥିବା ବଜେଟରେ ଅଭିବୃଦ୍ଧି ଉପରେ ଧ୍ୟାନ, ଭିତ୍ତିଭୂମି ସୁଦୃଢୀକରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ । ଘୋଷଣା ଦ୍ୱାରା ସେ ବହୁତ ଉତ୍ସାହିତ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।
ବରିଷ୍ଠକଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ୍ଗେ :-