ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : May 14, 2021, 9:00 AM IST

1.ଥମୁନି ସଂକ୍ରମଣ; ପୁଣି ଟପିଲା 12 ହଜାର, ଖୋର୍ଦ୍ଧାରୁ ସର୍ବାଧିକ

ଦୈନିକ ସଂକ୍ରମଣରେ ଲାଗୁନି ବ୍ରେକ । ଗୋଟିଏ ଦିନରେ ରାଜ୍ୟରେ ପୁଣି 12 ହଜାର 390 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 2201 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

2.ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ କାଳିଆ ଟଙ୍କା

ଆଜି (ଶୁକ୍ରବାର) ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ ଟଙ୍କା ।

3.ଆଜି ପିଏମ କିଶାନର ଅଷ୍ଟମ କିସ୍ତି; 9.5 କୋଟି ଚାଷୀଙ୍କୁ ମିଳିବ 19 ହଜାର କୋଟି

ଆଜି (ଶୁକ୍ରବାର) ପିଏମ କିଶାନ ଯୋଜନା ଅଧୀନରେ 19,000 କୋଟି ଟଙ୍କା ସହୟତା ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉପକୃତ ହେବେ 9.5କୋଟି ଚାଷୀ ।

4.ଚିନ୍ତା ବଢାଇଲା ବ୍ଲାକ ଫଙ୍ଗସ, ମହାରାଷ୍ଟ୍ରରୁ 1500 ଆକ୍ରାନ୍ତ ଚିହ୍ନଟ

ମହାରାଷ୍ଟ୍ରରେ 1500 କୋରୋନା ରୋଗୀ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହୋଇଛନ୍ତି ।

5.କୋଭିଡ ରିଲିଫ ପାଣ୍ଠିକୁ ବର୍ଷକର ଦରମା ଦେବେ କର୍ଣ୍ଣାଟକ କ୍ୟାବିନେଟ ମନ୍ତ୍ରୀ

କର୍ଣ୍ଣାଟକର ସମସ୍ତ କ୍ୟାବିନେଟ ମନ୍ତ୍ରୀ ଗୋଟିଏ ବର୍ଷର ଦରମା କୋଭିଡ 19 ରିଲିଫ ପାଣ୍ଠିକୁ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ।

6.କଟକଣା ମଧ୍ୟରେ ଭାଇଚାରାର ସହର ଭଦ୍ରକରେ ପାଳନ ହେବ ‘ଇଦ୍’

ଭଦ୍ରକରେ ଫିକା ପଡିଲା ଇଦ ପର୍ବ । କୋରୋନା କାରଣରୁ ଘରେ ରହି ରମଜାନ ପାଳିବାକୁ ଅପିଲ କଲେ ବିଧାୟକ ।

7.ସରକାରୀ କାର୍ଯ୍ୟରେ ଦଳୀୟ ଚିହ୍ନ ବ୍ୟବହାରକୁ ବିରୋଧ

ବଲାଙ୍ଗୀରରେ କମ୍ୟୁନିଷ୍ଟ ସେଣ୍ଟର ନିର୍ମାଣ କାର୍ଯ୍ୟରେ ବିଜେଡିର ଦଳୀୟ ଚିହ୍ନ ବ୍ୟବହାରକୁ ସ୍ଥାନୀୟ ଲୋକଙ୍କ ବିରୋଧ ।

8.ପୁଣି ଦନ୍ତା ହାତୀ ନେଲା ଆଉ ଜଣେ ମହିଳାଙ୍କ ଜୀବନ

ପୁଣି ଦନ୍ତା ହାତୀ ନେଲା ଆଉ ଜଣେ ମହିଳାଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ ଅନ୍ତର୍ଗତ ପିଢାକଟା ଜଙ୍ଗଲରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା।

9.ବିଶ୍ୱ ଟେଷ୍ଟ ରାଙ୍କିଂ ଜାରି, ଶୀର୍ଷରେ ଭାରତ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପକ୍ଷରୁ ଜାରି ହୋଇଛି ବିଶ୍ବ ଟେଷ୍ଟ ରାଙ୍କିଂ ତାଲିକା । ଏହି ତାଲିକାରେ ଭାରତ ପୂର୍ବଭଳି ଶୀର୍ଷସ୍ଥାନରେ ବଜାୟ ରହିଛି ।

10.ଲୋକଙ୍କୁ ମାଗଣା ଅକ୍ସିଜେନ-ଭେଣ୍ଟିଲେଟର ଯୋଗାଉଛନ୍ତି ଅନୁପମ

ଏବେ ଅନୁପମ 'ପ୍ରୋଜେକ୍ଟ ହିଲ୍ ଇଣ୍ଡିଆ' ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ସମଗ୍ର ଭାରତରେ ମାଗଣା ଚିକିତ୍ସା ସହାୟତା ଏବଂ ଅନ୍ୟାନ୍ୟ ରିଲିଫ୍ ସେବା ଯୋଗାଇବାରେ ସାହାଯ୍ୟ କରିବେ ।

ABOUT THE AUTHOR

...view details