ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - TOP NEWSAT9AM

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Apr 9, 2021, 8:59 AM IST

1.ଉନ୍ମୋଚନ ହେବ ହରେକୃଷ୍ଣ ମହତାବଙ୍କ ଲିଖିତ ‘ଓଡ଼ିଶା ଇତିହାସ’

ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଲିଖିତ ପୁସ୍ତକ 'ଓଡ଼ିଶା ଇତିହାସ' ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ନୂଆଦିଲ୍ଲୀରେ ଉନ୍ମୋଚନ ହେବ ।

2.ଜଙ୍ଗଲରେ ଛାତ୍ରଙ୍କୁ ଅଣଛାତ୍ରଙ୍କ ନିର୍ଘାତ ମାଡ, ଭିଡିଓ ଭାଇରାଲ

ଜଙ୍ଗଲରେ ଛାତ୍ରଙ୍କୁ ନିର୍ଘାତ ମାଡ। ତେବେ ଏହି ଭିଡିଓଟି କିଛି ଦିନ ପୁରୁଣା ହୋଇଥିବା ବେଳେ ଛାତ୍ର ଜଣକ ରାଜେନ୍ଦ୍ର ୟୁନଭରସିଟିର ବୋଲି ଜଣାପଡ଼ିଛି।

3.‘ଓଡିଶା-ଆନ୍ଧ୍ର ସୀମା ବିବାଦ, ଘର ଶତ୍ରୁଙ୍କୁ ଚିହ୍ନଟ କରି ନିଆଯିବ କାର୍ଯ୍ୟାନୁଷ୍ଠାନ’

କୋଟିଆରେ ଓଡିଶା ଓ ଆନ୍ଧ୍ର ମଧ୍ୟରେ ସୀମା ବିବାଦ। ଓଡିଶାରେ ରହି ଆନ୍ଧ୍ର ପାଇଁ କାମ କରୁଥିବା ଲୋକଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ।

4.ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ ଏନ-95 ମାସ୍କ: IIT

କୋରୋନାକୁ ରୋକିବା ପାଇଁ ଲୋକେ ପିନ୍ଧୁଥିବା ମାସ୍କ ସମ୍ପୁର୍ଣ୍ଣ ଭାବେ ମୁହଁରୁ ବାହାରୁଥିବା ଡ୍ରପଲେଟ ରୋକିବାରେ ସମର୍ଥ ନୁହେଁ। ଏନେଇ ଆଇଆଇଟି ଭୁବନେଶ୍ୱରରେ ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ।

5.୨୦୦୬ OAS ପରୀକ୍ଷା ବିବାଦ, ୨୨ରେ ଚୂଡାନ୍ତ ଶୁଣାଣି

ଓଡିଶା ପ୍ରଶାସନିକ ସେବା-୨୦୦୬ ପରୀକ୍ଷା ପ୍ରସଙ୍ଗ। ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ ରାୟ ବିରୋଧରେ ଦାୟର ମାମଲା ଗୁଡିକର ଗୁରୁବାର ହାଇକୋର୍ଟରେ ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଅଧିକ ସମୟ ଲୋଡ଼ା ଯାଇଛି।

6.ଲାଲଗଡରେ 5 ଦିନ, ମୃତ୍ୟୁ ଫାଶରୁ ମୁକୁଳିଲେ କୋବ୍ରା ଯବାନ

ମୃତ୍ୟୁର ଫାଶରେ ଗଣ୍ଠି ପଡିଥିଲା ଯବାନଙ୍କ ଜୀବନ । ଚାରି ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ଘେରି ରହିଥିଲେ ରକ୍ତମୁଖା ନୃସଶ ପୂଳା ପୂଳା ନକ୍ସଲ ।

7.ଓଡିଶାରେ ପ୍ରଥମ ବାୟୁ ଏବଂ ସୌର ଶକ୍ତି ପ୍ରକଳ୍ପ ଉଦଘାଟିତ

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପାତ୍ରପୁଟଠାରେ ଓଡିଶାରେ ପ୍ରଥମ ଥର ପାଇଁ ବାୟୁ ଏବଂ ସୌର ଶକ୍ତିର ଅତ୍ୟାଧୁନିକ ଜଳ ଉତ୍ତୋଳନ ପ୍ରକଳ୍ପର ଉଦଘାଟନ ହୋଇଛି ।

8.କୋଭିଡ କଟକଣା ପାଇଁ ଫିକା ପଡିଲା ଦୋଳ ମେଳଣ ଯାତ୍ରା

ବିନା ଭକ୍ତରେ ଏବଂ ନିରାଡ଼ମ୍ୱର ଭାବରେ ପୁରୀ ସଦର ବୀର ହରେକୃଷ୍ଣପୁରର ପ୍ରସିଦ୍ଧଦୋଳ ମେଳଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

9.ଆଇପିଏଲ 14: ହ୍ୟାଟ୍ରିକ ଟ୍ରଫି ଲକ୍ଷ୍ୟରେ ମୁମ୍ବାଇ, ପ୍ରଥମ ଆଶାରେ ଆରସିବି

ପ୍ରଥମ ମୁକାବିଲା ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ।

10.CIFEJ ସଭାପତି ହେଲେ ଓଡିଆ ପୁଅ ଜିତେନ୍ଦ୍ର ମିଶ୍ର

ଚଳଚ୍ଚିତ୍ର ନିର୍ମାତା ତଥା ପ୍ରମୋଟର ଜିତେନ୍ଦ୍ର ମିଶ୍ରଙ୍କୁ (CIFEJ) 2022 ପାଇଁ ଇଣ୍ଟରନ୍ୟାସନାଲ ସେଣ୍ଟର ଅଫ ଫିଲ୍ମ ଫର ଚିଲ୍ଡ୍ରେନ ଆଣ୍ତ ୟଙ୍ଗ ପିପୁଲର ସଭାପତି ଭାବରେ ଚୟନ କରାଯାଇଛି ।

ABOUT THE AUTHOR

...view details