ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - TOP NEWS

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Jun 18, 2021, 11:03 AM IST

1.INDIA CORONA; ଦିନକରେ 62 ହଜାର 480 ନୂଆ ପଜିଟିଭ

ଦେଶରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ଦେଶରେ ଗତ 24 ଘଣ୍ଟାରେ 62 ହଜାର 480 ନୂଆ ସଂକ୍ରମିତ ଚିହ୍ନଟ । 1 ହଜାର 587 ଜଣଙ୍କ ମହାମାରୀରେ ହୋଇଛି ମୃତ୍ୟୁ ।

2.ଟ୍ବିଟର ଇଣ୍ଡିଆ MDଙ୍କୁ ନୋଟିସ୍ ପଠାଇଲା ଗାଜିଆବାଦ ପୋଲିସ

ଟ୍ବିଟରରେ ଗାଜିଆବାଦ ଅଞ୍ଚଳରେ ଜଣେ ବୃଦ୍ଧଙ୍କୁ ମାରପିଟ୍ ସମୟର ଭିଡିଓ ଭାଇରାଲ ଘଟଣା । ଏନେଇ ଟ୍ବିଟର ଇଣ୍ଡିଆ ମ୍ୟାନେଜିଙ୍ଗ ଡାଇରେକ୍ଟରକୁ ନୋଟିସ ପଠାଇଲା ଗାଜିଆବାଦ ପୋଲିସ ।

3.ପୁଣି ଭାରତ ସୀମାରେ ପଶିଲା ପାକିସ୍ତାନ ଡ୍ରୋନ; ସର୍ଚ୍ଚ ଅପରେସନ ଜାରି

ପୁଣି ଭାରତ ସୀମାରେ ପଶିଲା ପାକିସ୍ତାନ ଡ୍ରୋନ । ପଞ୍ଜାବର ଡେରା ବାବା ନାନକ ଅଞ୍ଚଳକୁ ପୁଣି ପାକିସ୍ତାନ ଡ୍ରୋନ ଆସିଥିବା ଦେଖିବାକୁ ମିଳିଛି ।

4.MO SCHOOL: 34 ହଜାର ସ୍କୁଲ ପାଇଁ ୧୦୫ କୋଟି ପ୍ରକଳ୍ପକୁ ଅନୁମୋଦନ

'ମୋ ସ୍କୁଲ' ଅଭିଯାନରେ ୨୩ଟି ଜିଲ୍ଲାର 34 ହଜାର ବିଦ୍ୟାଳୟ ପାଇଁ ୧୦୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ।

5.2 ଡୋଜ୍ ଟିକା ନେଇଥିଲେ ଅଫିସ୍ ଯିବା ବାଧ୍ୟତାମୂଳକ

ରାଜ୍ୟରେ ଅଫିସ ପରିଚାଳନା ନେଇ ସାନି ନିର୍ଦ୍ଦେଶନାମା ଜାରି କଲେ ସରକାର । ଯେଉଁମାନେ 2 ଡୋଜ୍ ଟିକା ନେଇ ସାରିଛନ୍ତି ସେମାନଙ୍କୁ ଅଫିସ ଯିବା ବାଧ୍ୟତାମୂଳକ ବୋଲି ଘୋଷଣା କରାଯାଇଛି ।

6.ମୋଦିଙ୍କ ସହ ସାକ୍ଷାତକାର ସନ୍ତୋଷଜନକ: MK STALIN

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀରେ ସାକ୍ଷାତ ଚାଷୀ ଆଇନ ପ୍ରତ୍ୟାହାର, NEET ଏବଂ ଟିକା ଉତ୍ପାଦନ ନେଇ ଆଲୋଚନା କରିଛନ୍ତି ।

7.ଗାଡ଼ି ଦସ୍ତାବିଜର ବୈଧତା ଅବଧି ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି

ପୁଣି ବଢିଲା ଗାଡି ଫିଟନେସ ଓ ପରମିଟ ସମୟସୀମା । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସେପ୍ଟେମ୍ବର 30 ତାରିଖ ଯାଏଁ ଅବଧିକୁ ବୃଦ୍ଧି କରାଯାଇଛି ।

8.ତୃତୀୟ ଲହରରେ ଶିଶୁ ଓ କିଶୋରଙ୍କ ପାଇଁ ନୂଆ SOP

ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିକୁ ନେଇ ଶିଶୁ ଓ କିଶୋରଙ୍କ ପାଇଁ କୋଭିଡ କେୟାର ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର ।

9.WTC ଫାଇନାଲ ପାଇଁ ବିରାଟ ବାହିନୀ ଘୋଷଣା

WTC ଫାଇନାଲ ପାଇଁ ଚୂଡାନ୍ତ ଏକାଦଶ ଘୋଷଣା କଲା ଭାରତ ।

10.ବଢିଲା କରୀନାଙ୍କ ସମସ୍ୟା, ଅଭିନେତ୍ରୀଙ୍କ ବିରୋଧରେ ବଜରଙ୍ଗ ଦଳ

‘ସୀତା’ ଫିଲ୍ମକୁ ନେଇ ବଜରଙ୍ଗ ଦଳଙ୍କ ଟାର୍ଗେଟରେ କରୀନା କପୁର ଖାନ । ଧର୍ମକୁ ନେଇ ଉଠିଲା ପ୍ରଶ୍ନ ।

ABOUT THE AUTHOR

...view details