ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 25, 2021, 3:59 PM IST

1-ଭିତରକନିକା-ଚାନ୍ଦବାଲି-ଧାମରାରେ ସ୍ଥଳଭାଗ ଛୁଇଁବ ବାତ୍ୟା ୟସ୍‌ !

ଭିତରକନିକା, ଚାନ୍ଦବାଲି ଓ ଧାମରାରେ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରି ସମସ୍ତ ପ୍ରସ୍ତୁତି କରାଯାଉଛି ବୋଲି ଏସଆରସି କହିଛନ୍ତି ।

2-ବର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତରିତ ହେଲେଣି ଦେଢ ଲକ୍ଷରୁ ଉର୍ଦ୍ଧ୍ବ, ସନ୍ଧ୍ୟା ସୁଦ୍ଧା ହେବେ ସାତ ଲକ୍ଷ

ବାତ୍ୟା ୟସ ଲ୍ୟାଣ୍ଡଫଲ କରିବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ସ୍ଥାନାନ୍ତରଣ ପ୍ରକ୍ରିୟା ।

3-ବାତ୍ୟା ମୁକାବିଲା: ଅପରାହ୍ନରେ ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା

ଆଜି(ମଙ୍ଗଳବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତିର ସମୀକ୍ଷା କରିବେ ।

4-ଆଶା ଓ ଅଙ୍ଗନବାଡିକର୍ମୀଙ୍କ କୋଭିଡ ଡ୍ୟୁଟିରେ ମୃତ୍ୟୁ ହେଲେ ମିଳିବ 50 ଲକ୍ଷ

ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାଇଁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ।

5-ଏମବି ରାଜେଶ କେରଳ ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ

ସିପିଆଇ ନେତା ଏମ.ବି ରାଜେଶ କେରଳ ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ।

6-ଭାରତରେ ଚୀନର ଦ୍ବିତୀୟ 'ଭାଇରାଲ ଯୁଦ୍ଧ': କୈଳାସ ବିଜୟ ଭର୍ଗୀୟ

କୋରୋନାର ଦ୍ବିତୀୟ ଲହରକୁ ନେଇ ବିଜେପିର ବରିଷ୍ଠ ନେତା କୈଲାସ ବିଜୟ ଭର୍ଗିୟା କହିଛନ୍ତି କି ଏହା ହେଉଛି ଭାରତ ଉପରେ ଚିନର 'ଭାଇରାଲ ଯୁଦ୍ଧ' ।

7-କୋରୋନାକୁ ମାତ ଦେଲେ ଗୋଟିଏ ପରିବାରର 18 ସଦସ୍ୟ
କର୍ଣ୍ଣାଟକରେ ସମାନ ପରିବାରର 18 ଜଣ ସଦସ୍ୟ କୋରୋନାକୁ ହରାଇ ସମସ୍ତଙ୍କ ପାଇଁ ସାଜିଛନ୍ତି ଉଦାହରଣ ।

8-ରେସଲର ସୁଶୀଲ କୁମାରଙ୍କୁ ନିଲମ୍ବିତ କଲା ରେଳବାଇ

ସାଗର ରାଣା ମୃତ୍ୟୁ ଘଟଣାକୁ ନେଇ ରେସଲର ସୁଶୀଲ କୁମାରଙ୍କୁ ନିଲମ୍ବିତ କଲା ରେଳବାଇ ।

9-ସାଗର ରାଣା ମୃତ୍ୟୁ ମାମଲା: ତଦନ୍ତ ପାଇଁ ଛତ୍ରଶାଳା ଷ୍ଟାଡିୟମରେ କ୍ରାଇମବ୍ରାଞ୍ଚ ଟିମ

ଛତ୍ରଶାଳା ଷ୍ଟାଡିୟମରେ ମାରପିଟରେ ରେସଲର ସାଗର ରାଣା ମୃତ୍ୟୁ ମାମଲାର ତଦନ୍ତ ପାଇଁ ଛତ୍ରଶାଳା ଷ୍ଟାଡିୟମରେ ପହଞ୍ଚିଛି ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ।

10-ନିରୀହ ଶିଶୁର ଜୀବନ ବଞ୍ଚାଇଲେ ବିରୁଷ୍କା, ଧନ୍ୟବାଦ ଜଣାଇଲେ ବାପାମା'

ନିକଟରେ ଜଣେ ଶିଶୁର ଚିକିତ୍ସା ପାଇଁ 16 କୋଟି ସଂଗ୍ରହ କରିଥିଲେ ବିରାଟ ଓ ଅନୁଷ୍କା । ଯେଉଁଥିପାଇଁ ବିଭିନ୍ନ ଦିଗରୁ ମିଳୁଛି ପ୍ରଶଂସା ।

ABOUT THE AUTHOR

...view details