ଓଡିଶା

odisha

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 20, 2022, 9:05 PM IST

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ ଖବର
ବର୍ତ୍ତମାନର ବଡ ଖବର

1.ଟିକା ଦେଉନି କେନ୍ଦ୍ର, ମାଗଣା ଟିକା ପାଇଁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

ରାଜ୍ୟରେ ଟୀକାକରଣ ଅମୃତ ମହୋତ୍ସବ ଶେଷ ହେବାକୁ ଆଉ ୧୦ ଦିନ ଥିବା ବେଳେ ଦେଖାଦେଇଛି ଟିକା ନିଅଣ୍ଟ । ତେବେ ତୁରନ୍ତ ମାଗଣା ଟିକା ପାଇଁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

2.congress president poll: ଅଧ୍ୟକ୍ଷ ପଦ ପାଇଁ ଶଶୀଙ୍କ ସହ ଲଢିବେ ଗେହେଲୋଟ !

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ବଢୁଛି ଚର୍ଚ୍ଚା (congress president poll )। ଶଶୀ ଥରୁରଙ୍କୁ ଟକ୍କର ଦେବା ପାଇଁ ମୈଦାନକୁ ଆସିପାରନ୍ତି ଗେହେଲୋଟ । ନିର୍ବାଚନ ସତ୍ତ୍ବେ ମଧ୍ୟ ଗାନ୍ଧୀ ପରିବାର ନିଷ୍ପତ୍ତି ହିଁ ସାବ୍ୟସ୍ତ ହୋଇପାରେ ନିର୍ଣ୍ଣାୟକ

3.ରାମେଶ୍ବରମ ଉପକୂଳରୁ 12 ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କଲା କୋଷ୍ଟଗାର୍ଡ

ରାମେଶ୍ବରମ ଉପକୂଳରୁ 12 ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କଲା କୋଷ୍ଟଗାର୍ଡ । ରହିଛନ୍ତି ଏକାଧିକ ଶିଶୁ ଓ ମହିଳା (Coast Guard rescued 12 Sri Lankans Tamils) । ପୁଣି ଚିନ୍ତା ବଢାଇଲା ଶରଣାର୍ଥୀ ସମସ୍ୟା

4.ପୁରୀର ବାଗେଡିଆ ଧର୍ମଶାଳାକୁ ନିଜ ଅଧୀନକୁ ନେଲା ଜିଲ୍ଲା ପ୍ରଶାସନ

ପୁରୀର ବାଗେଡିଆ ଧର୍ମଶାଳାକୁ ନିଜ ଅଧୀନକୁ ନେଲା ଜିଲ୍ଲା ପ୍ରଶାସନ । ଚୁକ୍ତି ନାମା ଖିଲାପ କରିବା ଅଭିଯୋଗକୁ ନେଇ ହୋଇ ଥିଲା ମାମଲା । ଆଡ଼ିସନାଲ ଏକଜୁଟିଭ ମାଜିସଷ୍ଟ୍ରେଟ ଏହି ମାମଲାର ଶୁଣାଣି କରିବା ପରେ ବାଗେଡିଆ ଧର୍ମଶାଳାକୁ ପୁରୀ ଜିଲ୍ଲା ପ୍ରଶାସନ ନିଜ ଅଧୀନକୁ ନେଇଛି

5.ନବଦମ୍ପତି କିଟ, ଡିସେମ୍ବରରୁ ଆରମ୍ଭ ହେବ ବଣ୍ଟନ ପ୍ରକ୍ରିୟା

ନବ ଦମ୍ପତିଙ୍କୁ ଉପହାର ଦେବେ ସରକାର । ପରିବାର ନିୟୋଜନ ପାଇଁ ନବ ଦମ୍ପତିଙ୍କ ପ୍ରଦାନ ହେବ କିଟ । କିଟରେ ଗର୍ଭନିରୋଧକ ଭାବେ କଣ୍ଡୋମ ସମେତ ଅନେକ ଜିନିଷ ରହିଥିବା ବେଳେ ଡିସେମ୍ବରରୁ ଆରମ୍ଭ ହେବ ବଣ୍ଟନ ପ୍ରକ୍ରିୟା

6.Investors Meet in Bengaluru: ବେଙ୍ଗାଲୁରୁରେ ହେବ ଓଡିଶା ନିବେଶକ ସମ୍ମିଳନୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା 28 ତାରିଖରୁ 2 ଦିନିଆ ବେଙ୍ଗାଲୁରୁର ଗସ୍ତରେ ଯିବେ । ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ଉଦ୍ୟୋଗପତିମାନଙ୍କୁ ସିଧାସଳଖ ଭେଟିବେ । ଏହା ସହ ସେମାନଙ୍କୁ ମେକ ଇନ ଓଡ଼ିଶା କନକ୍ଲେଭ - 2022 ପାଇଁ ଆମନ୍ତ୍ରଣ କରିବେ ।

7.ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବାଟ ସଫା, NOC ପ୍ରଦାନ କଲା NMA

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା ଐତିହ୍ୟ କରିଡରକୁ ଏନ୍‌ଓସି ପ୍ରଦାନ କରିଛି ଜାତୀୟ ଐତିହ୍ୟ ପ୍ରାଧୀକରଣ(NMA given NOC to Shri Mandir heritage corridor) । ୧୦୦ ମିଟର ଭିତରେ ସରକାର ନିର୍ମାଣ କାମ କରିବା ନେଇ ବିଭିନ୍ନ ମହଲରେ ବିରୋଧ ହୋଇଥିଲା

8.ରଣପୁର ରାଜବାଟିରେ ମା' ଖିଲାମୁଣ୍ଡା: ଆସିଲେ ବୁଢ଼ା ରୂପରେ, ଫେରିବେ ପାରା ହୋଇ

ରଣପୁର ରାଜନଅରରେ ଏବେ ପୂଜା ପାଉଛନ୍ତି ମା' ଖିଲାମୁଣ୍ଡା । ପ୍ରତି ବର୍ଷ ମା' ବିଭିନ୍ନ ରୂପରେ ଆସିଥାନ୍ତି ବୋଲି ବିଶ୍ବାସ ରହିଛି l ଚଳିତ ବର୍ଷ ମା' ବୁଢ଼ା ରୂପରେ ଆସିଛନ୍ତି ବୋଲି କୁହାଯାଉଛି l ଏବଂ ଫେରିବା ବେଳେ ପାରା ହୋଇ ଫେରିବେ ବୋଲି ବିଶ୍ବାସ ରହିଛି

9.Ind vs Aus T20: ଅଷ୍ଟ୍ରେଲିଆକୁ ୨୦୯ ରନର ଟାର୍ଗେଟ, ହାର୍ଦ୍ଦିକଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ ଖେଳୁଛି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ଅଷ୍ଟ୍ରେଲିଆକୁ ୨୦୯ ରନର ଟାର୍ଗେଟ ଦେଇଛି । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ଟି ୱିକେଟ ହରାଇ ୨୦୮ ରନ କରିଛି ।

10.ଘରୁ ମିଳିଲା ଅଭିନେତ୍ରୀ ପାଉଲିନ୍ ଜେସିକାଙ୍କ ଝୁଲନ୍ତା ମୃତଦେହ

ଅଭିନେତ୍ରୀ ପାଉଲିନ୍ ଜେସିକା ଓରଫ୍‌ ଦୀପା ଆକାଙ୍କ ଦେହାନ୍ତ ହୋଇଛି । ଘରୁ ଝୁଲନ୍ତା ଅବସ୍ଥାରେ ପାଉଲିନଙ୍କ ମୃତଦେହ ମିଳିଛି

ABOUT THE AUTHOR

...view details