ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ୍ ନ୍ୟୁଜ

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 14, 2022, 9:05 PM IST

1. ଜାତୀୟ ଡାଟା ଓ ଆନାଲିଟିକ ଫ୍ଲାଟଫର୍ମ ଶୁଭାରମ୍ଭ

ଏହି ପ୍ଳାଟଫର୍ମରେ ଉପଲବ୍ଧ ଡାଟା ସରକାରୀ କ୍ଷେତ୍ର, ଶିକ୍ଷାନୁଷ୍ଠାନ, ଶିକ୍ଷାବିତ, ସାମ୍ବାଦିକତା, ନାଗରିକ ସମାଜ ଓ ଘରୋଇ ଉଦ୍ୟୋଗ ପାଇଁ ବିଶେଷ ଉପଯୋଗୀ ହେବ । ସମ୍ପୃକ୍ତ ସବୁ ବର୍ଗର ବ୍ୟବହାରକାରୀଙ୍କ ପାଇଁ ଏଥିରେ ତଥ୍ୟାବଳୀ ଗୁଡିକୁ ସଂରକ୍ଷିତ ଭାବେ ରଖାଯାଇଛି ।

2. Puri Heritage Corridor Row: ଚିନ୍ତା ବ୍ୟକ୍ତ କଲେ ଧର୍ମେନ୍ଦ୍ର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଦୀର୍ଘଦିନ ପରେ ଆଜି ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଟ୍ବିଟ ଯୋଗେ ଧର୍ମେନ୍ଦ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ହେଉଥିବା ଚର୍ଚ୍ଚା, ବିବାଦ ଓ ଆଲୋଚନା ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି ।

3. New CM Of Tripura: ମାଣିକ ସାହା ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ

ପ୍ରଦେଶ ବଜେପି ମୁଖ୍ୟ ମାଣିକ ସାହା ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ । 2016ରେ କଂଗ୍ରେସ ଛାଡି ବିଜେପିରେ ହୋଇଥିଲେ ସାମିଲ ।

4. ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଇନଟାକର ଚିଠି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଇନଟାକ ।

5. Jharkhand Panchayat election: କର୍ତ୍ତବ୍ୟନିଷ୍ଠା ସର୍ବୋପରି, ପତ୍ନୀଙ୍କ ପିଠିରେ ଆସିଲେ ପୋଲିଂ ଅଫିସର

କର୍ତ୍ତବ୍ୟ ଆଗରେ ହାର ମାନିଛି ଶରୀରର ଯନ୍ତ୍ରଣା । ଚାଲିବାକୁ ଅସମର୍ଥ ଥାଇ ମଧ୍ୟ ନିର୍ବାଚନ ସମୟରେ ଡ୍ୟୁଟି କରିବା ପାଇଁ ସ୍ତ୍ରୀ କାନ୍ଧରେ ପୋଲିଂ ବୁଥ ନିକଟରେ ପହଞ୍ଚିଛନ୍ତି ସେ । ଆଉ ତାଙ୍କ କର୍ତ୍ତବ୍ୟ ନିଷ୍ଠାକୁ ଦେଖି ସମସ୍ତେ ଏହି ଦମ୍ପତିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ।

6. 10 ଦିନରେ ପ୍ରାଣ ହରାଇଲେଣି 32 ଶ୍ରଦ୍ଧାଳୁ, ହୃଦଘାତ ମୁଖ୍ୟ କାରଣ କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

ଚାରଧାମ ଯାତ୍ରାରେ 10 ଦିନରେ ପ୍ରାଣ ହରାଇଲେଣି 32 ଶ୍ରଦ୍ଧାଳୁ । ଉଚ୍ଚ ପାର୍ବତୀୟ କ୍ଷେତ୍ରରେ ହୃଦଘାତକୁ କାରଣ ଦର୍ଶାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ । ମୃତକଙ୍କ ତଥ୍ୟରୁ ସ୍ପଷ୍ଟ ବୟସାଧିକ ଶ୍ରଦ୍ଧାଳୁଙ୍କ ପ୍ରତି ଆଶଙ୍କା ଅଧିକ । electrocardiogram (ECG) ପରୀକ୍ଷା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ।

7. ଆକାଶ ଛୁଆଁ ଦରଦାମ: ଟମାଟୋ କିଲୋ ୧୦୦, ବାଇଗଣ ୮୦

ରୋଷେଇ ଶାଳ ଉପରେ ମହଙ୍ଗା ମାଡ । ବଜାରରେ ଆକାଶ ଛୁଆଁ ପରିବା ଦର । ଆଗରୁ ଯେଉଁଠି ୧୦୦ ଟଙ୍କାରେ ପୁରା ବ୍ୟାଗ ପୁରୁଥିଲା, ଏବେ ଗୋଟିଏ ଛୋଟ ମୁଣି ପୁରିବା ମଧ୍ୟ କଷ୍ଟକର ।

8. 2019 IPL ବେଟିଂ ସିଣ୍ଡିକେଟରେ ପାକିସ୍ତାନ ଲିଙ୍କ: ମାମଲା ରୁଜୁ କଲା CBI

IPL 2019ରେ ପାକିସ୍ତାନ ଲିଙ୍କ ଥିବା ବେଟିଂ ସିଣ୍ଡିକେଟ ଉପରେ ଚଢାଉ । ଦୁଇଟି ମାମଲା ରୁଜୁ କରି CBIର ତଦନ୍ତ ଜାରି ।

9. ଦିଲ୍ଲୀ ଅଗ୍ନିକାଣ୍ଡ ପରେ ସତର୍କତା ଜାରି କଲେ ରାଜ୍ୟ ଅଗ୍ନିଶମ ଡିଜି, କଡାକଡି କଲେ ନିୟମ

ଦିଲ୍ଲୀ ଅଗ୍ନିକାଣ୍ଡ ପରେ ସତର୍କ ହେଲା ଓଡ଼ିଶା ଅଗ୍ନିଶମ ବିଭାଗ । ଅଗ୍ନି ନିରାପତ୍ତା ନିୟମ କଡାକଡି ପାଳନ ପାଇଁ ଅଗ୍ନିଶମ ଡିଜିଙ୍କ ନିର୍ଦ୍ଦେଶ ।

10. IPL 2022: ହାଇଭୋଲଟେଜ ମ୍ୟାଚରେ ହାଇଦ୍ରାବାଦ ବିପକ୍ଷରେ ଟସ ଜିତି KKRର ବ୍ୟାଟିଂ ନିଷ୍ପତ୍ତି

IPL 2022 61ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ (KKR) ଓ ସନରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟରେ ଖେଳାଯାଉଛି । ଟସ୍ ଜିତି କୋଲକାତାର ବ୍ୟାଟିଂ ନିଷ୍ପତ୍ତି ।

ABOUT THE AUTHOR

...view details