ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଇଟିଭିର ବଡ଼ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 8, 2022, 9:04 PM IST

୧. ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ଚନ୍ଦନ କାଠର ଅଭାବ, ଆଇନଗତ ଅଡୁଆ ପାଇଁ ସୃଷ୍ଟି ହୋଇଛି ସମସ୍ୟା

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ନେଇ ଚନ୍ଦନ କାଠର ଅଭାବ । ଦୈନିକ ନୀତିକାନ୍ତି ସହ ଅନ୍ୟ ପର୍ବପର୍ବାଣୀରେ ସ୍ବତନ୍ତ୍ର ନୀତିକାନ୍ତି ପାଇଁ ଲାଗି ହେଉଥିବା ଚନ୍ଦନକାଠର ଘୋର ଅଭାବ ଦେଖାଦେଇଛି ।

୨. Banki Political Violence: ଗୋଟିଏ ଗୋଷ୍ଠୀର ୮ ଆହତ, ଗୁରୁତରଙ୍କୁ କଟକ ସ୍ଥାନାନ୍ତର

ବାଙ୍କୀ ନୂଆଗାଁରେ ରାଜନୈତିକ ହିଂସାକାଣ୍ଡରୁ ୮ରୁ ଊର୍ଦ୍ଧ୍ବ ଲୋକ ଆହତ । ଆହତଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏଥିସହ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣାଧୀନ ରଖିଥିବାବେଳେ ଗୁରୁତର ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

୩. ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ

ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ରଜତ କରଙ୍କ 89 ବର୍ଷ ବୟସରେ ଦେହାନ୍ତ ।

୪. ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ପୂର୍ବତନ ପ୍ରଦେଶ କଂଗ୍ରେସ ମୁଖ୍ୟ ସିଦ୍ଧୁ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବାନ୍ତ ମାନଙ୍କୁ ଭେଟିବେ ପୂର୍ବତନ ପ୍ରଦେଶ କଂଗ୍ରେସ ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁ । ସୋସିଆଲ ମିଡିଆରେ ଦେଲେ ସୂଚନା । ପୁଣି ଆରମ୍ଭ ହେଲା ଚର୍ଚ୍ଚା ।

୫. କୋର୍ଟଙ୍କ ନିର୍ଦ୍ଦେଶ ଉଲଙ୍ଘନ କରିଛନ୍ତି ରାଣା ଦମ୍ପତି ! କାଲି ଜାମିନ ଖାରଜ ପାଇଁ କୋର୍ଟର ଦ୍ବାରସ୍ଥ ହେବେ ମହାରାଷ୍ଟ୍ର ସରକାର

କୋର୍ଟଙ୍କ ଜାମିନ ସର୍ତ୍ତାବଳୀ ଉଲଙ୍ଘନ କରିଛନ୍ତି ସାଂସଦ ନବନୀତ ରାଣା । ଆସନ୍ତାକାଲି କୋର୍ଟରେ ବେଲ ଖାରଜ ପାଇଁ ଆବେଦନ କରିବ ମହାରାଷ୍ଟ୍ର ସରକାର

୬. ବାଲି ମାଫିଆଙ୍କ ଆକ୍ରମଣ, ଅତିରିକ୍ତ ତହସିଲଦାର ସମେତ 3 ରାଜସ୍ବ ନିରୀକ୍ଷକ ଆହତ

ଗଞ୍ଜାମ ଜିଲ୍ଲା ମାଳିଜଗନ୍ନାଥପୁର ଗ୍ରାମ ନିକଟରେ ମାତିଲେ ଚୋରା ବାଲିମାଫିଆ । ବେଆଇନ ଚାଲାଣ ବେଳେ ଚଢାଉ ବେଳେ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି ।

୭. ୟୁକ୍ରେନ-ଋଷ ଯୁଦ୍ଧ ମଧ୍ୟରେ ସୁଖୋଇ ଯୁଦ୍ଧ ବିମାନର ନବୀକରଣ ଆରମ୍ଭ କରିବ ବାୟୁସେନା

ୟୁକ୍ରେନ-ଋଷ ଯୁଦ୍ଧ ମଧ୍ୟରେ ସୁଖୋଇ-30 ଯୁଦ୍ଧ ବିମାନର ନବୀକରଣ ଆରମ୍ଭ କରିବ ଭାରତୀୟ ବାୟୁସେନା । ଖର୍ଚ୍ଚ ହେବାକୁ ସ୍ଥିର ହୋଇଛି 35,000 କୋଟି ଟଙ୍କା ଯୋଜନା ।

୮. Mothers Day: ଏମିତି ଏକ ମାଆ, 63 ପିଲାଙ୍କ ପାଲଟିଛନ୍ତି ସାହା

ମାତୃ ଦିବସରେ ଜାଣନ୍ତୁ ଏପରି ଜଣେ ମାଆଙ୍କ ବିଷୟରେ, ଯିଏ ଜନ୍ମ ନ ଦେଇ ମଧ୍ୟ ଶତାଧିକ ସନ୍ତାନଙ୍କ ମାଆ ବନିଛନ୍ତି ।

୯. IPL2022: ହାଇଦ୍ରାବାଦ ଆଗରେ 193 ରନର ଟାର୍ଗେଟ

ଚଳିତ IPL2022 ୫୪ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଏବଂ ସନରାଇଜର୍ସ ହାଇଦ୍ରାବାଦ(SRH) ମଧ୍ୟରେ ଖେଳାଯାଉଛି । ହାଇଦ୍ରାବାଦ ଆଗରେ 193 ରନର ବିଜୟ ଲକ୍ଷ୍ୟ ରଖିବା ବାଙ୍ଗଲୋର ।

୧୦. ETV BHARAT IMPACT: କେନ୍ଦୁପତ୍ର ଫଡିରେ ଶିଶୁ ଶ୍ରମିକ ଠାବ ଘଟଣା, ଜିଲ୍ଲା ଶ୍ରମ ବିଭାଗର ତଦନ୍ତ ଆରମ୍ଭ

ଇଟିଭି ଭାରତରେ ନ୍ୟୁଜ ପ୍ରସାରଣ ହେବା ପରେ ଚେତି ଉଠିଛି ମାଲକାନଗିରି ଜିଲ୍ଲା ଶ୍ରମ ବିଭାଗ । ଡହ ଡହ ଖରାରେ କେନ୍ଦୁପତ୍ର ଫଡିରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପ୍ରସାରିତ ହେବା ପରେ ଏ ନେଇ ତଦନ୍ତ ଆରମ୍ଭ କରିଛି ବିଭାଗ ।

ABOUT THE AUTHOR

...view details