ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Mar 20, 2022, 9:13 PM IST

1-ବ୍ରାହ୍ମଣବାଟି ସରପଞ୍ଚଙ୍କ ଘର ଉପରକୁ ବୋମାମାଡ: ଥାନାରେ ମାମଲା

ପଞ୍ଚାୟତ ନିର୍ବାଚନ ପରଠାରୁ ଅଶାନ୍ତ ହୋଇ ପଡିଛି କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀ । ଶନିବାର ବିଳମ୍ବିତ ରାତିରେ ବ୍ରାହ୍ମଣବାଟି ପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ରାଉତରାୟଙ୍କ ଘର ଉପରକୁ ବୋମାମାଡ ହୋଇଛି ।

2-ପଖାଳ ଓଡିଆଙ୍କ ଗର୍ବ: ମୋହନ ମାଝୀ

ବିଶ୍ୱ ପଖାଳ ଦିବସକୁ ନିଆରା ଢଙ୍ଗରେ ପାଳନ କରିଥାନ୍ତି ପ୍ରତ୍ୟକ ଓଡିଆ । ପଖାଳକୁ ନେଇ ଓଡିଆ ମନରେ ଗର୍ବ ଆଉ ଗୌରବ ଆଣି ଦେଇଥାଏ । ପଖାଳ ଏଭଳି ଖାଦ୍ୟ ଯାହା ମଣିଷର ଶରୀରରେ ପ୍ରାଣ ଭରିଦିଏ । ପଖାଳ କଂସା ଓଡିଆ ଘରର ପରିଚୟ ଦେଇଥାଏ ।

3-ଘରୋଇ ସ୍କୁଲ ସୂଚନା ଅଧିକାର ଆଇନ ପରିସରଭୁକ୍ତ, ସ୍ପଷ୍ଟ କଲା ସୂଚନା ଆୟୋଗ

ଘରୋଇ ସ୍କୁଲଗୁଡିକ ସୂଚନା ଅଧିକାର ଆଇନ ପରିସରଭୁକ୍ତ ବୋଲି ସ୍ପଷ୍ଟ କଲା ସୂଚନା ଆୟୋଗ ।

4-କମିବ କୋଭିସିଲ୍ଡ ଦ୍ବିତୀୟ ଡୋଜ ସମୟ ବ୍ୟବଧାନ: NTAGI

କୋଭିଡ୍‌ ଟୀକାକରଣକୁ ନେଇ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଖାସ କରି କୋଭିସିଲ୍ଡ ଟିକାକୁ ନେଇ ନିୟମରେ ପରିବର୍ତ୍ତନ କରାଯିବ ।

5-Bikram Majithia Drug Case: ନୂଆ SIT ଟିମ ଗଠନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମାନ

ଅକାଳି ନେତା ବିକ୍ରମ ମଜିଠିଆ ଡ୍ରଗ୍ସ କେସର ତଦନ୍ତ ପାଇଁ ଆକ୍ସନ ମୋଡରେ ମାନ ସରକାର । ନୂଆ SIT ଟିମ ଗଠନ ନିର୍ଦ୍ଦେଶ ।

6-କଂଗ୍ରେସ ସମେତ ସବୁ ରାଜନୈତିକ ଦଳ ସମାଜରେ ଭେଦଭାବ ସୃଷ୍ଟି କରନ୍ତି: ଆଜାଦ

ସମାଜରେ ଭେଦଭାବ ସୃଷ୍ଟି କରନ୍ତି ରାଜନୈତିକ ଦଳ । କଂଗ୍ରେସ ମଧ୍ୟ ସେହି ତାଲିକାଭୁକ୍ତ କହିଲେ ଆଜାଦ । କାଶ୍ମୀର ପଣ୍ଡିତ ଗଣହତ୍ୟା ଓ ପଳାୟନ ସଙ୍କଟ ପାଇଁ ପାକିସ୍ତାନ ଓ ମିଲିଟାନ୍ସିକୁ କଲେ ଦାୟୀ ।

7-The Kashmir Files: ହରିୟାଣାରେ ମାଗଣାରେ ଦ କାଶ୍ମୀର ଫାଇଲ୍ସ ଦେଖାଉଛନ୍ତି ବିଜେପି ନେତା, କଡା ଜବାବ ଦେଲେ ନିର୍ଦ୍ଦେଶକ

ହରିୟାଣାରେ ବହୁଚର୍ଚ୍ଚିତ 'The Kashmir Files'କୁ ମାଗଣାରେ ଦେଖାଇବା ପାଇଁ ପୋଷ୍ଟର ଜାରି କଲେ ବିଜେପି ନେତା । ଏଭଳି ଅପରାଧିକ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ଟ୍ବିଟ କରି ଚେତାବନୀ ଦେଲେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ।

8-Russia Ukraine War: ଯୁଦ୍ଧରେ ଯାଇଛି ୧୪୭୦୦ ଋଷ ସୈନ୍ୟଙ୍କ ଜୀବନ

ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏଥିସହ ଗତ ମାସ ୨୪ରୁ ଆରମ୍ଭ ହୋଇଥିବା ଯୁଦ୍ଧକୁ ଆଜି ୨୫ ଦିନ ପୂରିଛି । ତେବେ ଋଷ ସୈନ୍ୟବାହିନୀର ଯବାନଙ୍କ ମୃତ ସଂଖ୍ୟା ସହ ନଷ୍ଟ ହୋଇଥିବା ବିଭିନ୍ନ ତାଲିକା ଜାରି କଲା ୟୁକ୍ରେନ ।

9-IPL 2022: ଗୁଜରାଟର ଡେବ୍ୟୁ ସିଜିନ, ପାଣ୍ଡ୍ୟା ପାୱାରରେ ଟାଇଟାନ୍‌ସର ଟାର୍ଗେଟ ଟ୍ରଫି

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଇଣ୍ଡିଆନ ପ୍ରିମିୟର ଲିଗରେ ଡେବ୍ୟୁ କରିବାକୁ ଯାଉଥିବା ନୂଆ ଫ୍ରାଞ୍ଚାଇଜ ଗୁଜରାଟ ଟାଇଟାନ୍‌ସରେ ରସିଦ ଖାନ, ଶୁଭମନ ଗିଲ୍‌, ମହମ୍ମଦ ସାମି, ଲୋକି ଫର୍ଗୁସନ, ରାହୁଲ ତେୱାତିଆ, ରିଦ୍ଧିମାନ ଶାହା ଓ ବିଜୟ ଶଙ୍କରଙ୍କ ଭଳି ଷ୍ଟାର ଖେଳାଳି ତିବାରୁ ଟାଇଟେଲ ଲକ୍ଷ୍ୟରେ ରହିଛି ଟିମ ।

10-Yashoda: ଫ୍ରେଞ୍ଚ ଷ୍ଟଣ୍ଟମ୍ୟାନଙ୍କ ସହ ଷ୍ଟଣ୍ଟ କରିବେ ସାମନ୍ଥା

ଖୁବଶୀଘ୍ର ଆକ୍ସନ ଅନ୍ଦାଜରେ ନଜର ଆସିବାକୁ ଯାଉଛନ୍ତି ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ । ସେ ନିଜ ଆଗାମୀ ଫିଲ୍ମ 'ୟଶୋଦା' ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଫିଲ୍ମରେ ସେ ଷ୍ଟଣ୍ଟ କରିବାକୁ ଥିବା ବେଳେ ଫ୍ରେଞ୍ଚ ଷ୍ଟଣ୍ଟମ୍ୟାନ Yannick Benଙ୍କଠୁ ଟ୍ରେନିଂ ନେଉଛନ୍ତି ।

ABOUT THE AUTHOR

...view details