ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Dec 18, 2021, 9:01 PM IST

1-IPS ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଫ୍ୟାମିଲି ହାଉସିଂ ପାଇଁ ହଜାରେ କୋଟି

ଓଡ଼ିଶା ପୋଲିସର ଫ୍ୟାମିଲି ହାଉସିଂ ପାଇଁ ଆସନ୍ତା ୫ ବର୍ଷରେ ଖର୍ଚ୍ଚ ହେବ ଏକ ହଜାର କୋଟି । IPS ସମ୍ମିଳନୀର ଉଦ୍‌ଯାପନୀ ଦିବସରେ ଯୋଗ ଦେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

2-Chittaranjan Murder Case: ନ୍ୟାୟ ପାଇଁ NHRCରେ ମାମଲା

ବହୁଚର୍ଚ୍ଚିତ ବ୍ରହ୍ମଗିରି ସାନବନ୍ଧକେରାର ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ଘଟଣାରେ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଜାତୀୟ ମାନବାଧିକାର କମିଶନ (NHRC)ରେ ଏକ ମାମଲା ରୁଜୁ ହୋଇଛି ।

3-ଯାହାର କେହି ନାହିଁ, ତାପାଇଁ ବଲାଙ୍ଗୀର ପୋଲିସ୍‌ ଅଛି

ବଲାଙ୍ଗୀର ପୋଲିସ୍ ଦେଖାଇଲା ମାନବିକତା । ଜଣେ ଅଜଣା ବୃଦ୍ଧଙ୍କ ମୃତଦେହକୁ ନିଜେ ପୋଲିସ୍ କର୍ମୀ କାନ୍ଧ ଦେବା ସହ ସମ୍ମାନର ସହ ଅନ୍ତିମ ସଂସ୍କାର କରିଛନ୍ତି ।

4-ଶ୍ୱଶୁର ଘରେ ଜ୍ବାଇଁଙ୍କୁ ଗଛରେ ବାନ୍ଧି ମାଡ଼, ମଦ୍ୟପାନ କରି ସ୍ତ୍ରୀକୁ ଦେଉଥିଲେ ନିର୍ଯାତନା

ଶ୍ୱଶୁର ଘରେ ଜ୍ବାଇଁଙ୍କୁ ବାନ୍ଧି ମାଡ଼ । ଏପରି ଘଟଣା ଦେଖିବାକୁ ମିଳିଛି ଭୋଗରାଇ ଥାନା ସାନ ଗାଁରେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

5-ଦାଣ୍ଡମୁକୁନ୍ଦପୁରରେ ଚାଞ୍ଚଲ୍ୟ: କଢିମୂଳ ସଫେଇ କେନାଲରୁ କଙ୍କାଳ ଉଦ୍ଧାର

କେନାଲରୁ କଙ୍କାଳ ଉଦ୍ଧାର । କଙ୍କାଳଟି ପୁରୁଷ ଲୋକର କି ମହିଳାଙ୍କର ତାହା ହୋଇନି ସ୍ପଷ୍ଟ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁରୀ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର ଘଟଣା ।

6-Covid 3rd Wave ! ଫେବୃଆରୀରେ ଶୀର୍ଷ ଛୁଇଁପାରେ Omicron ସଂକ୍ରମଣ

Covid Supermodel Panelର ପୂର୍ବାକଳନ । ଫେବୃଆରୀରେ ଭାରତରେ ଦେଖାଯାଇପାରେ ତୃତୀୟ ଲହର । ଓମିକ୍ରନ ସଂକ୍ରମଣ ଶୀର୍ଷ ଛୁଇଁବା ନେଇ ଆକଳନ ।

7-ତେଲେଙ୍ଗାନା କମାରେଡ୍ଡିରେ ସଡ଼କ ଦୁର୍ଘଟଣା: 6 ମୃତ, ୪ ଗୁରୁତର

ତେଲେଙ୍ଗାନାର କମାରେଡ୍ଡି ଜିଲ୍ଲା ପେଡ୍ଡାକୋଡାପଗଲ ଡିଭିଜନରେ ବଡ଼ ଧରଣର ସଡ଼କ ଦୁର୍ଘଟଣା । ଘଟଣାରେ ୬ ଜଣଙ୍କର ଘଟିଛି ମୃତ୍ୟୁ ।

8-Child Vaccination: ଭିଏତନାମରେ ବ୍ୟବହାର ହୋଇପାରେ Covaxin

ଏସିଆର ଦକ୍ଷିଣ ପୂର୍ବବର୍ତ୍ତୀ ଦେଶ ଭିଏତନାମରେ ଶିଶୁଙ୍କ ଟୀକାକରଣ ପାଇଁ କୋଭାକ୍ସିନର ବ୍ୟବହାରକୁ ନେଇ ପ୍ରସ୍ତାବ ଦେଇଛି ଭାରତ ବାୟୋଟେକ ।

9-3rd India-Central Asia Dialogue: ଦିଲ୍ଲୀରେ ପହଞ୍ଚିଲେ ତୁର୍କମେନିସ୍ତାନ ବୈଦେଶିକ ମନ୍ତ୍ରୀ

ଦିଲ୍ଲୀରେ ପହଞ୍ଚିଲେ ତୁର୍କମେନିସ୍ତାନ ବୈଦେଶିକ ମନ୍ତ୍ରୀ ରସିଦ ମେରେଡୋଭ । 3rd India-Central Asia Dialogue ରେ ହେବେ ସାମିଲ । ୩ ଦିନିଆ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

10-IPL: ଗମ୍ଭୀରଙ୍କୁ ଗୁରୁ ଦାୟିତ୍ବ, ଲକ୍ଷ୍ନୌ ଫ୍ରାଞ୍ଚାଇଜର ମେଣ୍ଟର ନିଯୁକ୍ତ

ନୂଆ ଫ୍ରାଞ୍ଚାଇଜ ଭାବେ ବିଶ୍ବର ବିଶ୍ବର ବିତ୍ତଶାଳୀ ଲିଗ୍‌ IPLରେ ଏଣ୍ଟ୍ରୀ ମାରିଥିବା ଲକ୍ଷ୍ନୌ ଫ୍ରାଞ୍ଚାଇଜ ଗୌତମ ଗମ୍ଭୀରଙ୍କୁ ଶନିବାର ମେଣ୍ଟର ନିଯୁକ୍ତ କରିଛି ।

ABOUT THE AUTHOR

...view details