ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - 9PMର ବଡ଼ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Oct 13, 2021, 9:05 PM IST

1.ପୁଣି ଉପରମୁହାଁ କୋରୋନା ଗ୍ରାଫ, ରେଡ୍‌ ଜୋନକୁ ଫେରିଲା ରାଜଧାନୀ

ରେଡ୍‌ ଜୋନକୁ ଫେରିଛି ରାଜଧାନୀ ଭୁବନେଶ୍ବର । ଉପର ମୁହାଁ ହେଉଛି ସଂକ୍ରମଣ ଗ୍ରାଫ ।

2.ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ, ଦିଲ୍ଲୀ AIIMSରେ ଭର୍ତ୍ତି

ଦିଲ୍ଲୀ ଏମ୍ସ(AIIMS)ରେ ଭର୍ତ୍ତି ହୋଇଛନ୍ତି ମନମୋହନ ସିଂ । ହୃଦରୋଗ ଜନିତ ସମସ୍ୟା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

3.ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତି ନିଯୁକ୍ତ

ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ।

4.କଂଗ୍ରେସ କାର୍ଯ୍ୟାଳୟ ଭଙ୍ଗାରୁଜା ଘଟଣା; ଜିଲ୍ଲା ସଭାପତିଙ୍କୁ ତଦନ୍ତ ନିର୍ଦ୍ଦେଶ

ପ୍ରଦେଶ ଯୁବ କଂଗ୍ରେସ କାର୍ଯ୍ୟାଳୟ ଭଙ୍ଗାରୁଜା ଘଟଣା । ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ।

5.IPL 2021: ଦ୍ବିତୀୟ କ୍ବାଲିଫାୟରରେ ଟସ୍‌ ଜିତିଲେ ମୋର୍ଗାନ, ପ୍ରଥମେ ବୋଲିଂ କରିବ KKR

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଛି କୋଲକାତା । ଏହି ମ୍ୟାଚରେ ବିଜୟ ହାସଲ କରି ଫାଇନାଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ଟକ୍କର ଦେବାକୁ ଉଭୟ ଦଳ ଚେଷ୍ଟା କରିବେ ।

6.STATE CORONA: ଆଜି ରାଜ୍ୟରୁ ସୁସ୍ଥ ହେଲେ 404 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 404 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 20ହଜାର 168ରେ ପହଞ୍ଚିଲା ।

7.ଆଜି ମା' କଟକ ଚଣ୍ଡୀଙ୍କ ମହାଲକ୍ଷ୍ମୀ ବେଶ

ଆଜି ମା' କଟକ ଚଣ୍ଡୀଙ୍କ ମହାଲକ୍ଷ୍ମୀ ବେଶ । ମାଙ୍କ ଦର୍ଶନ ପାଇଁ ଭାବବିହ୍ବଳ ହୋଇପଡିଛନ୍ତି ଭକ୍ତ ।

8.ଆସୁଛି ଲଘୁଚାପ, ବର୍ଷା ନେଇ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ

ସମୁଦ୍ର ପତନଠାରୁ ୪.୫ କିମି ପର୍ଯ୍ୟନ୍ତ ବ୍ୟାପି ରହିଛି ଘୁର୍ଣ୍ଣିବଳୟ । ଏହା ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଥାବା ଅନୁମାନ କରିଛି ପାଣିପାଗ ବିଭାଗ ।

9.ଜେଲରେ ବିତିବ ଆର୍ୟନଙ୍କ ରାତି, ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି

ବୁଧବାର ସେସନ କୋର୍ଟରେ ହୋଇଥିବା ଶୁଣାଣିରେ ଆର୍ୟନଙ୍କୁ ମିଳିପାରିନି ଜାମିନ । ଆର୍ୟନଙ୍କ ଆଇନଜୀବୀ ଓ ଏନସିବି ମଧ୍ୟରେ ଦୀର୍ଘ ଘଣ୍ଟାର ତର୍କବିତର୍କ ପରେ କୋର୍ଟ ନିଜ ନିଷ୍ପତ୍ତିକୁ ସୁରକ୍ଷିତ ରଖିଛନ୍ତି ।

10.ଶହୀଦ ଯବାନଙ୍କୁ କାନ୍ଧ ଦେଲେ ମୁଖ୍ୟମନ୍ତ୍ରୀ

ଶହୀଦ ସିପାହୀ ଗଜ୍ଜନ ସିଂହଙ୍କୁ ଦିଆଯାଉଛି ଶେଷ ଶ୍ରଦ୍ଧାଞ୍ଜଳୀ । ଆଉ ଏହି ଅବସରରେ ଉପସ୍ଥିତ ରହି ଶହୀଦଙ୍କୁ କାନ୍ଧ ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ।

ABOUT THE AUTHOR

...view details