ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - top news now

ନଜର ପକାନ୍ତୁ NEWS@9PM କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Oct 7, 2021, 9:12 PM IST

୧.ନିର୍ଦ୍ଦୋଷରେ ଖଲାସ ହେଲେ ମାଓନେତା ସବ୍ୟସାଚୀ ପଣ୍ଡା-ଆଜାଦ

ଦୁଇଟି ଘଟଣାରେ ନିର୍ଦ୍ଦୋଷରେ ଖଲାସ ହେଲେ ମାଓ ନେତା ସବ୍ୟସାଚୀ ପଣ୍ଡା ଓ ଆଜାଦ ।

୨.ପୁରୀରେ ଅଘଟଣ, ସମୁଦ୍ରରେ ଭାସିଗଲେ ୩ ପର୍ଯ୍ୟଟକ

ପୁରୀ ବିର୍ଲା ଗେଷ୍ଟ ହାଉସ ନିକଟରେ ଘଟିଛି ଅଘଟଣ । ୩ ଜଣ ପର୍ଯ୍ୟଟକ ଭାସିଯାଇଥିବା ମିଳିଛି ସୂଚନା ।

୩.ମୃତ ବ୍ୟକ୍ତିଙ୍କ ନାଁରେ ବୀମା କରି ବନ୍ଧାହେଲେ ଏଲଆଇସି ଏଜେଣ୍ଟ

ଖୋର୍ଦ୍ଧା ଏଲଆଇସି ଏଜେଣ୍ଟ କବିରାଜ ବେହେରାଙ୍କ ଚାଲବାଜି । ଭୂତ ନାମରେ ବଣ୍ଡ କରି ଉଠାଇ ନେବାକୁ ପ୍ରୟାସ କରିଥିଲା କୋଟି କୋଟି ଟଙ୍କା ।

୪.ଭ୍ୟାନିଟ ଝାମ୍ପି ଚମ୍ପଟ ମାରୁଥିଲା ଲୁଟେରା: ସାମ୍ନାକୁ ଆସିଗଲେ ଲେଡି SI, ସରେଣ୍ଡର କଲା ଅଭିଯୁକ୍ତ

ଭ୍ୟାନିଟ ଝାମ୍ପି ଚମ୍ପଟ ମାରୁଥିଲା ଲୁଟେରା । ସାମ୍ନାକୁ ଆସିଗଲେ ଲେଡି ଏସଆଇ । ଲେଡି ପୋଲିସ ଅଫିସରଙ୍କ ଆଗରେ ଆତ୍ମ ସମର୍ପଣ କଲା ଲୁଟେରା ।

୫. SHG ମହିଳାଙ୍କ ପ୍ରଶଂସନୀୟ କାର୍ଯ୍ୟ: ଅଳିଆରୁ ପ୍ରସ୍ତୁତ କଲେ ଜୈବିକ ସାର, ହେଲେ ସ୍ବାବଲମ୍ବୀ

ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଭିନ୍ନ ପ୍ରୟାସ । ଏମାନେ ଆମେ ଘରୁ ଫିଙ୍ଗି ଦେଉଥିବା ଅଳିଆ ଆବର୍ଜନାକୁ କରିଛନ୍ତି ପୁନଃ ଉପଯୋଗୀ ।

୬.ଶପଥ ନେଲେ ଦିଦି, ୫ ବର୍ଷ ସୁରକ୍ଷିତ ମୁଖ୍ୟମନ୍ତ୍ରୀ ଆସନ

ଭବାନୀପୁରର ବିଧାୟକ ଭାବରେ ଶପଥ ଗ୍ରହଣ କରିଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗର ଭବାନୀପୁର ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟ ହାସଲ କରିଥିଲେ ଦିଦି ।

୭.ଅବଦୁଲ ରଜାକ ଗୁର୍‌ନାହଙ୍କୁ ସାହିତ୍ୟରେ ନୋବେଲ

ଚଳିତ ଥର ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅବଦୁଲ ରଜାକ ଗୁର୍‌ନାହ ନୋବେଲ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଉପନିବେଶବାଦର ପ୍ରଭାବ ତଥା ସଂସ୍କୃତି ଓ ମାଳଦ୍ବୀପ ମଧ୍ୟରେ ଥିବା ଘାଇରେ ଶରଣାର୍ଥୀଙ୍କ ସ୍ଥିତିର କଷ୍ଟ ଓ ଯନ୍ତ୍ରଣାମୟ ଚିତ୍ରଣ ପାଇଁ ସାହିତ୍ୟରେ ୨୦୨୧ରେ ନୋବେଲ ପୁରସ୍କାର ପାଇବେ ଅବଦୁଲ ରଜାକ ।

୮.ବିଜେପିର ଜାତୀୟ କାର୍ଯ୍ୟକାରିଣୀ ଘୋଷଣା, ମହାସମର ପୂର୍ବରୁ ହେବ ମହାପ୍ରସ୍ତୁତି

ଘୋଷଣା ହୋଇଛି ବିଜେପି ଜାତୀୟ କାର୍ଯ୍ୟକାରିଣୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲାଲ କୃଷ୍ଣ ଆଡଭାନୀ, ଡଃ. ମୁରଲୀ ମନୋହର ଜୋଶୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହ, ପିୟୁଷ ଗୋୟଲଙ୍କ ସମେତ ୮୦ ଜଣ ଏହି କାର୍ଯ୍ୟକାରିଣୀରେ ସାମିଲ ହୋଇଛନ୍ତି ।

୯. ବିଜେପି ଜାତୀୟ କାର୍ଯ୍ୟକାରିଣୀରୁ ବରୁଣ ବିଦା, ମେନକାଙ୍କୁ ମିଳିଲାନି ସ୍ଥାନ

ବିଜେପିର ନୂଆ ଜାତୀୟ କାର୍ଯ୍ୟକାରିଣୀରୁ ସାଂସଦ ବରୁଣ ଗାନ୍ଧୀ ଆଉଟ । ମେନକାଙ୍କୁ ମଧ୍ୟ ମିଳିନି ସ୍ଥାନ ।

୧୦.ipl 2021: ସୁପର କିଙ୍ଗ୍ସକୁ ହରାଇଲା ପଞ୍ଜାବ କିଙ୍ଗ୍ସ

ଚେନ୍ନାଇ ସୁପର କିଙ୍ଗ୍ସକୁ ୬ ୱିକେଟରେ ହରାଇଲା ପଞ୍ଜାବ କିଙ୍ଗ୍ସ ।

ABOUT THE AUTHOR

...view details