ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 9PM ର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 9, 2021, 9:01 PM IST

1.ପ୍ରକାଶ ପାଇଲା +3 କଟ୍‌ଅଫ୍ ମାର୍କ, ଶୀର୍ଷରେ BJB କଲେଜ

ପ୍ରକାଶ ପାଇଲା ଚଳିତବର୍ଷର +3 କଟ୍‌ଅଫ୍ ମାର୍କ। ତାଲିକାରେ ସବୁଠୁ ଆଗରେ ରହିଛି ବିଜେବି ସ୍ବଂୟଶାସିତ ମହାବିଦ୍ୟାଳୟ।

2.MI Syndrome: ୩ରୁ ଅଧିକ ଦିନ ଜ୍ବର ସହ ପେଟ କାଟିଲେ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

କୋଭିଡ଼ରେ ଆକ୍ରାନ୍ତ ପରେ ପିଲାଙ୍କ ଦେହରେ ଦେଖାଯାଉଥିବା MI Syndromeକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

3.ଜମ୍ମୁ କାଶ୍ମୀରକୁ ନେଇ ଗୃହମନ୍ତ୍ରୀ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ

ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିସାରିଥିବାବେଳେଜମ୍ମୁ କାଶ୍ମୀରର ସୁରକ୍ଷା ଓ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

4.ଦୁଷ୍ମନ୍ତଙ୍କ ଅସ୍ତ୍ରୋପଚାରରେ ହୋଇନାହିଁ କୌଣସି ତ୍ରୁଟି: SCB କର୍ତ୍ତୃପକ୍ଷ

ଦୁଷ୍ମନ୍ତ ଦାସଙ୍କ ରାତି ଅଧରେ ମୃତଦେହ ବ୍ୟବଚ୍ଛେଦ ପ୍ରସଙ୍ଗରେ ପତିକ୍ରିୟା ରଖିଲେ SCB କର୍ତ୍ତୃପକ୍ଷ ।

5.ମୋଦିଙ୍କ ଅଧ୍ୟକ୍ଷତାରେ BRICS ସମ୍ମିଳନୀ ଆରମ୍ଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ବ୍ରିକ୍ସ ଶିଖର ସମ୍ମିଳନୀ (BRICS) । କାଉଣ୍ଟର ଟେରରିଜିମ ଆକ୍ସନ ପ୍ଲାନ ଅପଡେଟ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

6.ଟି-୨୦ ବିଶ୍ବକପ: ଧୋନିଙ୍କ ବିରୋଧରେ ଆସିଲା ଅଭିଯୋଗ

ଭାରତୀୟ ଟି-୨୦ ବିଶ୍ବକପ ସ୍କ୍ବାଡର ମେଣ୍ଟର ଭାବେ ଘୋଷଣା ପରେ ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନର ପୂର୍ବତନ ସଦସ୍ୟ ସଞ୍ଜୀବ ଗୁପ୍ତା ଧୋନିଙ୍କ ବିରୋଧରେ ଆଥିଲେ ଦୈତ ସ୍ବାର୍ଥ ଅଭିଯୋଗ ।

7.ବଙ୍ଗୋପସାଗରରେ ପୁଣି ଲଘୁଚାପ, ୧୧ରୁ ବର୍ଷା ସମ୍ଭାବନା

୧୧ ସେପ୍ଟେମ୍ବରରେ ଉତ୍ତର ବଙ୍ଗୋପସାଗର ଓ ତତ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସପ୍ତମ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

8.ପୂର୍ବତନ NC ନେତା ତ୍ରିଲୋଚନ ସିଂ ୱାଜିରଙ୍କ ମୃତ୍ୟୁ

ଜମ୍ମୁ କାଶ୍ମୀର ବିଧାନ ପରିଷଦ ତଥା ଏନସିର ପୂର୍ବତନ ନେତା ତ୍ରିଲୋଚନ ସିଂ ୱାଜିରଙ୍କ ମୃତ୍ୟୁ ହୋଇଛି ।

9.ମସଜିଦର ASI ସର୍ବେକ୍ଷଣ ଉପରେ ହାଇକୋର୍ଟଙ୍କ ରୋକ

ଜ୍ଞାନବ୍ୟାପୀ ମସଜିଦ ପରିସରରେ ASI ସର୍ବେକ୍ଷେଣ ଉପରେ ହାଇକୋର୍ଟ ଲଗାଇଦେଇଛନ୍ତି ରୋକ ।

10.ସନ୍ତାନର ପିତା ସମ୍ପର୍କରେ ଚର୍ଚ୍ଚା କଲେ Nusrat

ନିଜ ପୁତ୍ର ସନ୍ତାନର ପିତା ସମ୍ପର୍କରେ ଚର୍ଚ୍ଚା କରିଛନ୍ତି ନୁସରତ ଜାହାଁ । ତାଙ୍କ ସନ୍ତାନର ବାପା ଜାଣିଛନ୍ତି ଯେ ସେ ହେଉଛନ୍ତି ବାପା ବୋଲି କହିଛନ୍ତି ନୁସରତ ।

ABOUT THE AUTHOR

...view details