ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ 9 ପିଏମ

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....
ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

By

Published : Aug 7, 2021, 9:07 PM IST

1.ନୀରଜଙ୍କ ଓଡିଶା କନେକସନ୍, କଳିଙ୍ଗ ଷ୍ଟାଡିୟମରେ କରିଥିଲେ ଅଲମ୍ପିକ୍ ଟ୍ରେନିଂ

ଅଲମ୍ପିକରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ନୀରଜ ଚୋପ୍ରାଙ୍କ ଓଡିଶା ସହିତ ମଧ୍ୟ ସମ୍ପର୍କ ରହିଛି । 2017 ଏସିଆନ ଗେମସ ସମୟରେ କଳିଙ୍ଗ ଷ୍ଟାଡିୟମରେ ନିଜ ଦମଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ ।

2.Tokyo Olympics: ସ୍ବର୍ଣ୍ଣ ଜିତି ଇତିହାସ ରଚିଲେ ନୀରଜ, ପରିବାର ଉତ୍ସବମୁଖର

ଅଲମ୍ପିକ ଇତିହାସରେ ନିଜ ନାଁ ସ୍ବର୍ଣ୍ଣ ଅକ୍ଷରରେ ଲେଖି ଦେଇଛନ୍ତି ହରିୟାଣାର ସୁନା ପୁଅ ନୀରଜ ଚୋପ୍ରା। ୮୭.୫୮ ମିଟର ବର୍ଚ୍ଛା ଫିଙ୍ଗି ସ୍ବର୍ଣ୍ଣ ପଦକ ସହ ୧୩୦ କୋଟି ଭାରତୀୟଙ୍କ ହୃଦୟ ଜିତି ନେଇଛନ୍ତି ସେ । ଅଲମ୍ପିକ୍ସ ଆଥଲେଟିକ୍ସରେ ଏହା ପ୍ରଥମ ପଦକ ।

3.Dhanbad Judge Death: CBIର ତଦନ୍ତ ଜୋରଦାର

ଝାଡ଼ଖଣ୍ଡ ଧାନବାଦ ବିଚାରପତି ମୃତ୍ୟୁ ଘଟଣା । ଘଟଣାସ୍ଥଳରେ ପହଞ୍ଚି ଏହି କ୍ରାଇମ ସିନର ରିକ୍ରିଏସନ କରିଛି CBI ।

4.‘ଦେଶ ଓ ସେନାକୁ ଗର୍ବିତ କରିଛନ୍ତି ନିରଜ’

ଟୋକିଓ ଅଲମ୍ପିକ୍ସରେ ନିରଜ ଚୋପ୍ରାଙ୍କ ଐତିହାସିକ ବିଜୟ ପରେ CDS ବିପିନ ରାଓ୍ବତଙ୍କ ଶୁଭେଚ୍ଛା । କହିଲେ ଦେଶ ଓ ସେନାକୁ ଗର୍ବିତ କରିଛନ୍ତି ନିରଜ ।

5.ଅଦଳବଦଳ ପରେ ଆସନ୍ତା ସପ୍ତାହରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ପ୍ରଥମ ବୈଠକ, ଆଗାମୀ କାର୍ଯ୍ୟପନ୍ଥା ନେଇ ହେବ ଆଲୋଚନା

କେନ୍ଦ୍ରମନ୍ତ୍ରୀ ମଣ୍ଡଳ ଅଦଳବଦଳ ପରେ ଆସନ୍ତା ସପ୍ତାହରେ ବସିବାକୁ ଯାଉଛି ପ୍ରଥମ ବୈଠକ । ସରକାରର କାର୍ଯ୍ୟପନ୍ଥା ନେଇ ହେବ ଆଲୋଚନା । ପ୍ରଧାନମନ୍ତ୍ରୀ କରିବେ ଅଧ୍ୟକ୍ଷତା ।

6.ସୋମବାର ବସିବ ରାଜ୍ୟ କ୍ୟାବିନେଟ ବୈଠକ

ଆସନ୍ତା ସୋମବାର ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । 5ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିପାରେ କ୍ୟାବିନେଟ ମୋହର ।

7.କାଠଯୋଡ଼ିରେ ଅଘଟଣ, ଗାଧୋଇବାକୁ ଯାଇ ଭାସିଗଲେ ଚାରି

କାଠଯୋଡ଼ିରେ ଗାଧୋଇବାକୁ ଯାଇ ଭାସିଗଲେ ଚାରି ଜଣ । ଦୁଇ ଜଣ ପିଲାଙ୍କୁ ସ୍ଥାନୀୟ ଳୋକେ ଉଦ୍ଧାର କରିଥିବାବେଳେ ଜଣଙ୍କର ମୃତ୍ୟୁ ‌ହୋଇଛି ଏବଂ ଅନ୍ୟ ଜଣଙ୍କର କୌଣସି ପତ୍ତା ମିଳିପାରି ନାହିଁ।

8.ତୁଷାରକାନ୍ତ ମୃତ୍ୟୁ ସସପେନ୍ସ: କୋର୍ଟରେ ପ୍ରମାଣ ହେବା କଷ୍ଟ କହିଲେ ଆଇନଜୀବୀ

ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ସସପେନ୍ସ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ପ୍ରମାଣ କରିବା କଷ୍ଟ କହିଲେ ଆଇନଜୀବୀ ।

9.ଶନିବାର ରାଜ୍ୟରୁ ସୁସ୍ଥ ହେଲେ 1525 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 1525 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 68 ହଜାର 453ରେ ପହଞ୍ଚିଲା ।

10.tokyo olympic: ଜାଭଲିନ୍ ଥ୍ରୋରେ ନୀରଜଙ୍କୁ ସ୍ବର୍ଣ୍ଣ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

100 ବର୍ଷ ପରେ ଅଲମ୍ପିକର ଆଥଲେଟିକ୍ସରେ ସ୍ବର୍ଣ୍ଣ ପଦକ ଜିତିଲା ଭାରତ । ଚଳିତ ଟୋକିଓ ଅଲମ୍ପିକରେ ଭାରତର ନୀରଜ ଚୋପ୍ରା ଜାଭେଲିନ ଥ୍ରୋ ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

ABOUT THE AUTHOR

...view details