ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS @9PM

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 14, 2021, 9:04 PM IST

1.24 ଘଣ୍ଟାରେ ରାଜ୍ୟରୁ କୋରୋନାରେ ସୁସ୍ଥ ହେଲେ ଆଉ 9329

ରାଜ୍ୟରୁ ସୁସ୍ଥ ହେଲେ ଆଉ 9329 କୋରୋନା ଆକ୍ରାନ୍ତ । ରେକର୍ଡ ସଂଖ୍ୟକ କୋଭିଡ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେ ।
2.42 ଲଷ ଚାଷୀଙ୍କ ଖାତାକୁ ଗଲା 920 କୋଟି କାଳିଆ ଟଙ୍କା

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି । ରାଜ୍ୟର 42 ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଖାତାକୁ ଗଲା 920 କୋଟି ଟଙ୍କା ।

3.ଆମ୍ବୁଲାନ୍ସରେ ଜିପିଏସ ଟ୍ରାକିଂ

କୋଭିଡ ସଂକ୍ରମଣ ସମୟରେ ଆକ୍ରାନ୍ତଙ୍କୁ ତୁରନ୍ତ ବିଭିନ୍ନ କୋଭିଡ ହସ୍ପିଟାଲ ସ୍ଥାନାନ୍ତରିତ କରିବାକୁ ଆମ୍ବୁଲାନ୍ସରେ ଜିପିଏସ ଟ୍ରାକିଂ ସୁବିଧା ବ୍ୟବସ୍ଥା ଆରମ୍ଭ କରାଯାଇଛି।

4.ଗଡ଼ିଲା ରାଜସ୍ବ ରଥ, ଏଣିକି ଦୁଆର ମୁହଁରେ ମିଳିବ ରାଜସ୍ୱ ସେବା

ମହାମାରୀରେ ନାଗରିକଙ୍କୁ ନିରବଚ୍ଛିନ୍ନ ରାଜସ୍ବ ସେବା ଯୋଗାଇବା ପାଇଁ ଗଞ୍ଜାମ ତହସିଲ କାର୍ଯ୍ୟାଳୟ ରାଜସ୍ଵ ରଥ ମାଧ୍ୟମରେ ସେବା ପ୍ରଦାନର ଏକ ଅଭିନବ ଉପାୟ ଆରମ୍ଭ କରିଛି ।

5.ଭୟ ବଢାଉଛି ବାତ୍ୟା ତଉକତେ, 5 ରାଜ୍ୟକୁ ହାଇଆଲର୍ଟ

ବାତ୍ୟା ତଉକତେ ପ୍ରବଳ ବର୍ଷା ପବନ ନେଇ ରହିଛି ଆଶଙ୍କା । ଏନେଇ ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ, କେରଳ, କର୍ଣ୍ଣାଟକ ସମେତ 5 ଉପକୂଳବର୍ତ୍ତୀ ରାଜ୍ୟକୁ ହାଇଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

6.ରାଜ୍ୟକୁ 1 କୋଟି 92 ଲକ୍ଷ କୋରୋନା ଭ୍ୟାକ୍ସିନ ଯୋଗାଇବ କେନ୍ଦ୍ର

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ 1 କୋଟି 92 ଲକ୍ଷ କୋରୋନା ଭ୍ୟାକ୍ସିନ ଯୋଗାଇବ କେନ୍ଦ୍ର । 191.99 ଲକ୍ଷ ଡୋଜ ଟିକା ମଧ୍ୟରେ 162.5 ଲକ୍ଷ କୋଭସିଲ୍ଡ ଟିକା ଏବଂ 29.49 ଲକ୍ଷ କୋଭାକ୍ସିନ ଟିକା ସାମିଲ ରହିଛି ।

7.ଅକ୍ସିଜେନ ଅଭାବରୁ ମୃତ୍ୟୁ ଘଟଣା: ଗୋଆ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ଦାଏର କରିବ କଂଗ୍ରେସ

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ ରାଣେଙ୍କ ବିରୋଧରେ ଅପରାଧିକ ମାମଲା ଦାଏର କରିବ ରାଜ୍ୟ କଂଗ୍ରେସ । ଗୋଆରେ ଗତ 24 ଘଣ୍ଟାରେ 76 ଜଣ ପ୍ରାଣ ହରାଇଲେଣି ।
8.NIA କୁ ବଡ ସଫଳତା, PLA ଆତଙ୍କବାଦୀ ଗିରଫ

ନଭେମ୍ବର 2017ରେ ଆସାମ ରାଇଫଲର ରୋଡ ଓପନିଂ ପାର୍ଟି ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀ ସଂଗଠନ ପିପୁଲ୍ସ ଲିବରେସନ ଆର୍ମିର ରମେଶ ସିଂହକୁ ଗିରଫ କରିଛି ଏନଆଇଏ ।

9.ଇଦ୍‌ରେ ଭ୍ୟାକ୍ସିନ ଦ୍ବିତୀୟ ଡୋଜ ନେଲେ ଭାଇଜାନ

ଆଜି ଇଦ୍ ଅବସରରେ ସଲମାନ ଖାନ ମୁମ୍ବାଇର ଦାଦର ଅଞ୍ଚଳର ଭ୍ୟାକ୍ସିନ ସେଣ୍ଟରରେ କୋରୋନା ଭ୍ୟାକ୍ସିନର ଦ୍ବିତୀୟ ଡୋଜ ନେଇଛନ୍ତି ।

10.ଇଂଲଣ୍ଡର ଫାଷ୍ଟ ବୋଲର ହାରି ଗର୍ନୀଙ୍କ ସନ୍ନ୍ୟାସ ଘୋଷଣା

ମସ୍ତ ଫର୍ମାଟ କ୍ରିକେଟରୁ ସନ୍ନ୍ୟାସ ନେଲେ ଇଂଲଣ୍ଡର ଫାଷ୍ଟ ବୋଲର ହାରି ଗର୍ନୀ । ବହୁଦିନ ହେଲା କାନ୍ଧରେ ଆହତଜନିତ ସମସ୍ୟା ଦେଇ ଗତି କରୁଥିଲେ ହାରି ଗର୍ନୀ ।

For All Latest Updates

ABOUT THE AUTHOR

...view details