ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS @9PM
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 3, 2021, 9:03 PM IST

1.ପିପିଲି ଉପନିର୍ବାଚନ ସ୍ଥଗିତ

ମେ’ 16ରେ ହେବ ନାହିଁ ପିପିଲି ଉପନିର୍ବାଚନ । ବଢୁଥିବା କୋରୋନା ସଂଖ୍ୟାକୁ ଆଖି ଆଗରେ ରଖି ନିଆଯାଇଛି ନିଷ୍ପତ୍ତି । ଏହାକୁ ମିଶାଇ 3 ଥର ଘୁଞ୍ଚାଇଲା ନିର୍ବାଚନ କମିଶନ ।

2.ବୁଧବାରଠୁ ଲକଡାଉନ, ଅଯଥା ଗହଳି ନକରିବାକୁ ଅପିଲ କଲେ SRC

ବୁଧବାର ଠାରୁ ସାରା ରାଜ୍ୟରେ 14 ଦିନିଆ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଲୋକମାନେ ବିଭିନ୍ନ ବଜାର, ଘାଟ, ଦୋକାନରେ ଅହେତୁକ ଭିଡ଼ ନକରିବାକୁ ଅପିଲ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

3.ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କ୍ୟାପିଟାଲ ହସ୍ପିଟାଲ

ତୃତୀୟ ପର୍ଯ୍ୟାୟର ଟୀକାକରଣ ନେଇ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କ୍ୟାପିଟାଲ ହସ୍ପିଟାଲ। ପ୍ରଥମ କାଉଣ୍ଟରରେ 600 ଓ ଦ୍ୱିତୀୟ କାଉଣ୍ଟରରେ 200 ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ।

4.ଆସନ୍ତା 5 ଦିନ କାଳବୈଶାଖୀ, 10 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ

ରାଜ୍ୟରେ କାଳବୈଶାଖୀ ତାଣ୍ଡବ । ୨୪ ଘଣ୍ଟାରେ ୧୦ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର।

5.11 କୋଟି କୋଭିଶିଲ୍ଡ ଡୋଜ୍‌ ପାଇଁ କେନ୍ଦ୍ର ଦେଇଛି ଅଗ୍ରୀମ ଟଙ୍କା: ଆଦର ପୁନାୱାଲା

କୋରୋନା ଟୀକାକୁ ନେଇ ପ୍ରକାଶ ପାଇଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟକୁ ଭୁଲ ପ୍ରମାଣିତ କରି ସ୍ପଷ୍ଟୀକରଣ ରଖିଛନ୍ତି ସେରମ ଇନଷ୍ଟିଟ୍ୟୁଟ ଅଫ୍‌ ଇଣ୍ଡିଆର ସିଇଓ ଆଦର ପୁନୱାଲା ।

6.ବ୍ରାଜିଲ ଭାରିଆଣ୍ଟ ବିରୁଦ୍ଧରେ କୋଭାକ୍ସିନ ଅଧିକ ପ୍ରଭାବଶାଳୀ: ICMR

ଭାରତୀୟ ଜ୍ଞାନ କୌଶଳରେ ବିକଶିତ ହେଲା କୋଭାକ୍ସିନ୍ । ଭାରିଆଣ୍ଟ ଦ୍ବାରା ସଂକ୍ରମିତ ବ୍ୟକ୍ତି ହେଉଛନ୍ତି ସୁସ୍ଥ ।

7.ରାମ ନଗରୀ ଅଯୋଧ୍ୟାରେ ଧରାଶାୟୀ ବିଜେପି ! ଅସ୍ତିତ୍ବ ଖୋଜୁଥିବା ସପାକୁ ମିଳିବ କି ସଫଳତା ?

ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନ । ରାମ ନଗରୀ ଅଯୋଧ୍ୟାରେ 40ରୁ 24ଟି ଆସନରେ ସମାଜବାଦୀ ପାର୍ଟି ଆଗୁଆ ରହିଛି । ଅନ୍ୟପକ୍ଷେ କେବଳ 8ଟି ଆସନରେ ଲିଡ୍‌ କରୁଛି ବିଜେପି ।
8.ବିଜୟୀ ହେଲେ ଷ୍ଟାଲିନ୍, ଜିଭ କାଟିଦେଲେ DMK ସମର୍ଥକ !

ଏମକେ ଷ୍ଟାଲିନଙ୍କ ପାଇଁ ଜିଭ କାଟିଦେଲେ ମହିଳା । ତାମିଲନାଡ଼ୁର ରାମନାଥପୁରମ ଜିଲ୍ଲାରେ ଦେଖିବାକୁ ମଳିଛି ଏଭଳି ଏକ ଘଟଣା ।

9.ମୁଁ ଜିତିଲି, ଫୋନ କଲେନି ମୋଦି !

ପଶ୍ଚିମବଙ୍ଗରେ ବିପୁଳ ବହୁମତ ହାସଲ କରିଛି ମମତା ବାନାର୍ଜୀଙ୍କ ଟଏମସି । ବିଜୟ ନେଇ ଚାରିଆଡୁ ଦିଦିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।


10.ସିଏସକେ କ୍ୟାମ୍ପ୍‌ରେ କୋରୋନା, ସିଇଓ-ବୋଲିଂ କୋଚ୍‌ ପଜିଟିଭ ଚିହ୍ନଟ

ଚେନ୍ନାଇ ସୁପର କିଙ୍ଗ୍ସ ସିଇଓ କାଶି ବିଶ୍ବନାଥନ ଓ ବୋଲିଂ କୋଚ୍‌ ଲକ୍ଷ୍ମୀପତି ବାଲାଜି, ବସ୍‌ କ୍ଳିନର କୋଭିଡ-19 ପଜିଟିଭ ଚିହ୍ନଟ ।

For All Latest Updates

ABOUT THE AUTHOR

...view details