ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ଖବର

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 1, 2021, 9:11 PM IST

1. କୋଭିଡ ମୁକାବିଲା ପାଇଁ ରାଜ୍ୟଙ୍କୁ ୮୮୭୩ କୋଟି ଟଙ୍କାର ବିପର୍ଯ୍ୟୟ ପାଣ୍ଠି ରିଲିଜ କଲା କେନ୍ଦ୍ର

ଦେଶରେ ଭୟଙ୍କର ରୂପ ନେଲାଣି କୋରୋନା ମହାମାରୀ । ଏଭଳି ସ୍ଥିତିରେ ଏହି ସଙ୍କଟର ମୁକାବିଲା ଏବଂ ‘କଣ୍ଟେନ୍‌ମେଣ୍ଟ୍‌’ ପଦକ୍ଷେପ ଗ୍ରହଣ ପାଇଁ କେନ୍ଦ୍ର ସରକାର ‘ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି’ ପାଇଁ ଅଗ୍ରୀମ ଭାବେ ପ୍ରଥମ କିସ୍ତିରେ ୮,୮୭୩.୬ କୋଟି ଟଙ୍କା ରିଲିଜ୍‌ କରିଛି ।

2. ବରିଷ୍ଠ ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କ କୋରୋନାରେ ମୃତ୍ୟୁ

ଗଣମାଧ୍ୟମ ପାଇଁ ଆଉ ଏକ ଦୁଃଖଦ ଖବର । ବରିଷ୍ଠ ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କ କୋରୋନାରେ ମୃତ୍ୟୁ ।

3. ଭାରତରେ ପହଞ୍ଚିଲା କୋରୋନା ସଞ୍ଜିବନୀ ‘ସ୍ପୁଟନିକ-ଭି’

ଋଷରୁ ଆସିଲା ଆଉ ଏକ କୋରୋନା ସଞ୍ଜିବନୀ । ହାଇଦ୍ରାବାଦରେ ପହଞ୍ଚିଲା ‘ସ୍ପୁଟନିକ୍-ଭି’ର ପ୍ରଥମ କନସାଇନମେଣ୍ଟ । ଭାରତରେ ଜରୁରୀ ବ୍ୟବହାର ପାଇଁ ମିଳିଛି ଗ୍ରୀନ ସିଗନାଲ୍ ।

4. କେନ୍ଦ୍ରକୁ ଦିଲ୍ଲୀ ହାଇକୋର୍ଟଙ୍କ କଡା ତାଗିଦ, ଖୁବଶୀଘ୍ର ଦିଅ 490 MT ଅକ୍ସିଜେନ୍

ଦିଲ୍ଲୀରେ ଅକ୍ସିଜେନ ସଙ୍କଟକୁ ନେଇ କେନ୍ଦ୍ର ପ୍ରତି ପୁଣି କଠୋର ଆଭିମୁଖ୍ୟ ଦେଖାଇଲେ ଦିଲ୍ଲୀ ହାଇକୋର୍ଟ । କହିଲେ କୌଣସି ପରିସ୍ଥିତିରେ ଯୋଗାଣ କର 490 ମେଟ୍ରିକ ଟନ ଅକ୍ସିଜେନ ।

5. 'ଆଜିଠୁ ସ୍ଲଟ୍ ବୁକିଂ, ସୋମବାରଠୁ ଟୀକାକରଣ'

ଆଜି ସନ୍ଧ୍ୟାରୁ ଖୋଲିବ କୋଓ୍ବିନ ପୋର୍ଟାଲ । ପଞ୍ଜିକରଣ କରି ଟିକା ନେଇପାରିବେ ରାଜଧାନୀ ବାସିନ୍ଦା

6. ମନ୍ତ୍ରୀଙ୍କ ମହାନତା, ଆମ୍ବୁଲାନ୍ସ ଚଲାଇ କୋରୋନା ସଂକ୍ରମିତଙ୍କୁ ନେଲେ ହସ୍ପିଟାଲ

କୋରୋନା ସଂକ୍ରମିତଙ୍କ ପାଇଁ ଦେବଦୂତ ସାଜିଲେ ମନ୍ତ୍ରୀ ସୁଶାନ୍ତ ସିଂହ । ଏହାର କିଛି ଫଟୋ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି ।

7. ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ଘଟଣା: ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ପୀଡିତା

ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାର ପୀଡିତା ଶନିବାର ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ଏକ ଚିଠି ଲେଖିଛନ୍ତି । ମୋ ଆର୍ଥିକ ସ୍ଥିତି ଭଲ ନାହିଁ, ମୋ ପାଇଁ ଓକିଲ ନିଯୁକ୍ତ କରନ୍ତୁ ବୋଲି ପିଡିତା ଚିଠିରେ ଉଲ୍ଲେଖ କରିଛନ୍ତି।

8. ଦିନକରେ 5634 ଆକ୍ରାନ୍ତ ସୁସ୍ଥ

ଆଜି ରାଜ୍ୟରେ 5 ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ । ମୋଟ ସୁସ୍ଥ ସଂଖ୍ୟା 3 ଲକ୍ଷ ପାର ।

9. କୋରୋନା ରୋଗୀଙ୍କ ସେବାରେ ଗମ୍ଭୀର, ବାଣ୍ଟୁଛନ୍ତି 'ସଞ୍ଜିବନୀ' ଅକ୍ସିଜେନ

ଗୌତମ ଗମ୍ଭୀର ନିଜ ସଂସଦୀୟ କ୍ଷେତ୍ର ପୂର୍ବ ଦିଲ୍ଲୀରେ 200 ଅକ୍ସିଜେନ କନସେଣ୍ଟ୍ରେସନର ବ୍ୟବସ୍ଥା କରିଛନ୍ତି ।

10. ‘ଜଙ୍ଗଲ କ୍ରାଏ’କୁ ଦାଦା ସାହେବ ଫାଲକେ ଆନ୍ତର୍ଜାତିକ ଚଳଚ୍ଚିତ୍ର ପୁରସ୍କାର

କିସ୍‍ ରଗ୍‍ବୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଜଙ୍ଗଲ କ୍ରାଏ’କୁ ଦାଦା ସାହେବ ଫାଲ୍‍କେ ଆନ୍ତର୍ଜାତିକ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି ।

ABOUT THE AUTHOR

...view details