ଓଡିଶା

odisha

ETV Bharat / bharat

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

TOP NEWS @9PM, ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ବପୂର୍ଣ୍ଣ ଖବର...

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Mar 1, 2021, 9:04 PM IST

1.ବାଲୁକା ଚିତ୍ର କଳାରେ ରାଜ୍ୟପାଳଙ୍କୁ ଜନ୍ମ ଦିନର ଶୁଭେଚ୍ଛା

ବାଲୁକା ଚିତ୍ର କଳାରେ ଓଡିଶାର ମହାମହିମ ରାଜ୍ୟପାଳଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

2.ମଙ୍ଗଳବାର ଟିକା ନେବେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି

ମଙ୍ଗଳବାର ସୁପ୍ରିମକୋର୍ଟର ବିଚାରପତିଙ୍କୁ ଦିଆଯିବ କୋଭିଡ ଟିକା । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଉଭୟ ଭ୍ୟାକ୍ସିନ ମଧ୍ୟରୁ ଗୋଟିଏକୁ ଚୟନ କରିବାକୁ ବିଚାରପତିମାନଙ୍କୁ କୁହାଯାଇନାହିଁ ।

3.ଭୁବନେଶ୍ବର-ବାଙ୍ଗିରୀପୋଷି ବିଶେଷ ଟ୍ରେନ ସଂଖ୍ୟା ବଢିଲା

ଭୁବନେଶ୍ବର-ବାଙ୍ଗିରୀପୋଷି ବିଶେଷ ଟ୍ରେନ ସଂଖ୍ୟା ବଢିବ । ସୋମବାର ଠୁ ପରବର୍ତ୍ତୀ ଆଦେଶ ଯାଏଁ ଜାରି ରହିବ ବିଶେଷ ଟ୍ରେନ ସେବା ।

4.ଦିଦିଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ତେଜସ୍ବୀ !

ନିଜ ଗଡ ବଞ୍ଚାଇବାକୁ ପ୍ରୟାସ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥିରେ ତାଙ୍କୁ ଆରଜେଡି ମୁଖିଆ ତେଜସ୍ବୀ ଯାଦବଙ୍କର ମିଳିଛି ସହଯୋଗ ।

5.ତତଲା କଡେଇରେ ଭାଜି ହେଲାଣି ଅନୁଗୋଳ, ସାଧାରଣ ଜୀବନଯାତ୍ରା ବ୍ୟାହତ

ସକାଳ ୧୦ଟା ବାଜିଲେ ଘରୁ ବାହାରିବା କଷ୍ଟକର ହୋଇ ପଡୁଛି । ମୁହଁ ଦେହ ତାତି ଯାଉଛି । ପାଟି ଓଠ ଶୁଖି ଯାଉଛି । କିଛି ଦିନ ହେଲା ସାଧାରଣ ଜୀବନଯାତ୍ରା ଅସହ୍ୟ ହୋଇ ପଡିଛି ।

6.ପିଏମ କିଷାନ ନିଧି ଯୋଜନା; ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

7.ନୂଆ ରେକର୍ଡରେ ଜିଏସଟି, ଫେବୃଆରୀରେ 1.13 ଲକ୍ଷ କୋଟି ଡେଇଁଲା ଟିକସ ସଂଗ୍ରହ

ଲଗାତାର 3ୟ ଥର ପାଇଁ 1.1 ଲକ୍ଷ କୋଟି ଟଙ୍କା ମାର୍କ ଡେଇଁଲା ଜିଏସଟି ସଂଗ୍ରହ । ଫେବୃଆରୀରେ 1.13 ଲକ୍ଷ କୋଟି ଟଙ୍କା ଆଦାୟ ହୋଇଛି ଜିଏସଟି ।

8.ଭ୍ୟାକ୍ସିନ ନେଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

ଚେନ୍ନାଇରେ ଟିକା ନେଇଛନ୍ତି ଉପରାଷ୍ଟ୍ରପତି । ସେପଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ଜନ୍ମଦିନରେ ନେଇଛନ୍ତି କୋଭିଡ୍ ଭ୍ୟାକ୍ସିନ ।

9.ବିଜୟ ହଜାରେ ଟ୍ରଫି: ଶାର୍ଦ୍ଦୁଳ ଠାକୁରଙ୍କ ଦମଦାର 92, ବିଜୟୀ ମୁମ୍ବାଇ

ଶାର୍ଦ୍ଦୁଳ ଠାକୁର 92, ସୂର୍ଯ୍ୟକୁମାର ଯାଦବ 91 ଓ ଆଦିତ୍ୟ ତାରେ 83 ରନର ଉପଯୋଗୀ ଇଂନିସ ସହାୟତାରେ ହିମାଚଳ ସାମ୍ନାରେ 321/9 ରନ ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ମୁମ୍ବାଇ ।

10.4ର୍ଥ ଟେଷ୍ଟ ପୂର୍ବରୁ ବିରାଟ ବାହିନୀର ଜୋରଦାର ଅଭ୍ୟାସ

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର 4ର୍ଥ ତଥା ଶେଷ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ଜୋରଦାର ଅଭ୍ୟାସ ।

ABOUT THE AUTHOR

...view details