ଓଡିଶା

odisha

ETV Bharat / bharat

TOP NEWS AT 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 9AM
TOP NEWS AT 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Dec 3, 2022, 8:59 AM IST

1. Odisha Assembly: ରାଜ୍ୟର ୧୩ ହଜାର ପଡା ଗାଁରେ ବିଜୁଳି ଅପହଞ୍ଚ

ରାଜ୍ୟର ପ୍ରାୟ ୧୩ ହଜାର ପଡା ଗାଁରେ ଏବେ ବି ବିଜୁଳି ଅପହଞ୍ଚ । ଗୃହରେ ଉତ୍ତର ରଖିଲେ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ।

2. ଭାରତୀୟ ଆଇଟି କ୍ଷେତ୍ର ପାଇଁ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ: IT ସଚିବ

ଭାରତର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ହବ୍ ଭାବରେ ପରିଣତ ହେବ ଓଡ଼ିଶା । ଏନେଇ ଓରାକଲ୍‍, ଗ୍ଲୋବାଲଫାଉଣ୍ଡ୍ରି ଏବଂ ରେଲଟେଲ ସହିତ ଏମଓୟୁ ସ୍ୱାକ୍ଷରିତ ହୋଇଛି ।

3. ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ପାଇଁ ୧୪୪୩ କୋଟି ପୁଞ୍ଜି ପ୍ରସ୍ତାବ

ମେକ୍ ଇନ ଓଡିଶା କନକ୍ଲେଭ । ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ପାଇଁ ୧୪୪୩ କୋଟି ପୁଞ୍ଜି ପ୍ରସ୍ତାବ ମିଳିଛି ।

4. ଟ୍ରାନ୍ସଫର୍ମିଂ ସ୍କୁଲ୍ ଏଜୁକେସନ ଉପରେ ସ୍ୱତନ୍ତ୍ର ଅଧିବେଶନ, ଅଭିଭାଷଣ ରଖିବେ ମୁଖ୍ୟମନ୍ତ୍ରୀ

ଟ୍ରାନ୍ସଫର୍ମିଂ ସ୍କୁଲ୍ ଏଜୁକେସନ ଫର୍ ଫ୍ୟୁଚର୍ ରେଡି ଓଡ଼ିଶା ଉପରେ ଆଜି ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହେବ । ଏଥିରେ ଅଭିଭାଷଣ ରଖିବେ ମୁଖ୍ୟମନ୍ତ୍ରୀ ।

5.ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ କବିତାଙ୍କୁ CBIର ସମନ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେରା ପାଇଁ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ସିବିଆଇର ସମନ ।

6. ଖୁବଶୀଘ୍ର ସରିବ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ କାର୍ଯ୍ୟ: ACS

ଓଡିଶା ରାଜ୍ୟ ସଂଗ୍ରହାଳୟରେ ଗାନ୍ଧୀ ଗ୍ୟାଲେରୀ ଓ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ କାର୍ଯ୍ୟ ଶେଷ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ନିର୍ଦ୍ଦେଶ ।

7. ଭାରତ ସାହାଯ୍ୟ ପାଇଁ ହାତ ପତାଉନି, ବିଶ୍ୱକୁ ସହଯୋଗର ହାତ ବଢାଉଛି: ମୋଦି

ଗୁଜୁରାଟ ନିର୍ବାଚନ ଲାଗି ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟରେ ମାରାଥନ ପ୍ରଚାର ଜାରି ରଖିଛନ୍ତି । ଏହି ଅବସରରେ ମୋଦି ଭୋଟରଙ୍କ ବିଶ୍ବାସ ଜିତିବା ଲାଗି କହିଛନ୍ତି ଯେ ଆଜି ଭାରତ ସାହାଯ୍ୟ ପାଇଁ ହାତ ପତାଉନି, ସାହାଯ୍ୟ ପାଇଁ ବିଶ୍ବକୁ ହାତ ବଢାଉଛି । ଏଣୁ ତାଙ୍କ ଉପରେ ବିଶ୍ବାସ କରିବା ଲାଗି ସେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

8. World Disabled Day: ସହାୟତାର ହାତ ବଢାଇଲେ ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ

ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ସମଗ୍ର ବିଶ୍ୱରେ ଅକ୍ଷମ କିମ୍ବା ଭିନ୍ନକ୍ଷମଙ୍କ ଅକ୍ଷମତା ସମ୍ବନ୍ଧୀୟ ସମସ୍ୟା ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଏବଂ ସେମାନଙ୍କର ଉପଯୁକ୍ତ ଅର୍ଥନୈତିକ ଏବଂ ସାମାଜିକ ବିକାଶ ପାଇଁ ଉଦ୍ୟମ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର 3 ତାରିଖରେ ବିଶ୍ୱ ଭିନ୍ନକ୍ଷମ ଦିବସ(World Disabled Day) ପାଳନ କରାଯାଏ ।

9. Padmapur By Poll: ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପରେ ବଢିଛି BJDର ବିଜୟ ଆଶା

ପଦ୍ମପୁର ଉପନିର୍ବାଚନ ପାଇଁ ଗତକାଲି ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନିଜେ ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଝାରବନ୍ଧ, ପାଇକମାଲ ଓ ପରେ ପଦ୍ମପୁରରେ ତିନିଗୋଟି ବିରାଟ ଜନସଭାକୁ ସମ୍ବୋଧନ କରିଥିଲେ ।

10. IPLରୁ ଅବସର ନେଲେ ବ୍ରାଭୋ, ବୋଲିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କଲା ଚେନ୍ନାଇ

ଆଇପିଏଲରୁ ଅବସର ନେଲେ ଚେନ୍ନାଇ ସୁପରକିଙ୍ଗ୍‌ସ ଅଲରାଉଣ୍ଡର ଡ୍ବାନେ ବ୍ରାଭୋ । ଆଇପିଏଲ 2023 ସଂସ୍କରଣ ପୂର୍ବରୁ ବ୍ରାଭୋଙ୍କୁ ଦଳୀୟ ବୋଲିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କଲା ଚେନ୍ନାଇ ।

ABOUT THE AUTHOR

...view details