ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Nov 17, 2021, 9:08 AM IST

1. ଆଜି ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ଆଜି(ବୁଧବାର) ହିମାଚଳ ପ୍ରଦେଶ ଶିମଲାରେ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ ଅନୁଷ୍ଠିତ ହେବ । ଯେଉଁଥିରେ ଭର୍ଚ୍ଚୁଆଲରେ ଅଧ୍ଯକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

2. ପୂର୍ବତନ ବିଧାୟକ ଉମେଶ ସ୍ବାଇଁଙ୍କ ପରଲୋକ

ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ବାଇଁଙ୍କ ପରଲୋକ । ଭୁବନେଶ୍ବର ବାସଭବନରେ 72 ବର୍ଷ ବୟସରେ ଉମେଶଙ୍କ ଦେହାନ୍ତ ହୋଇଛି ।

3. ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ

କାର୍ତ୍ତିକମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ । ଆଡ଼କିଆ ତଥା ତ୍ରିବିକ୍ରମ ବେଶରେ ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯିବାର ପରମ୍ପରା ରହିଛି ।

4. ଓଡିଶା-ଛତିଶଗଡ ପୋଲିସ ବୈଠକ, ମାଓ ମୁକାବିଲା ଉପରେ ଆଲୋଚନା

ଓଡିଶା ଓ ଛତିଶଗଡ଼ ପୋଲିସ ମଧ୍ୟରେ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ମାଓ ଗତିବିଧି ଓ ଆନ୍ତଃରାଜ୍ୟ ନିଶା କାରବାର ଉପରେ ଅଙ୍କୁଶ ଲଗାଇବା ନେଇ ବୈଠକରେ ଆଲୋଚନା ।

5. ଜଳସେଚିତ ହେବ ଅଧିକ ଜମି, ସମୀକ୍ଷା କଲେ ସଚିବ ଅନୁ ଗର୍ଗ

ଓଡ଼ିଶା ଉଠା ଜଳସେଚନ ନିଗମ(ଓଏଲଆଇସି)ର କାର୍ଯ୍ୟାବଳୀ ଓ ନିଗମ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟ ସମୀକ୍ଷା ହୋଇଛି ।

6. ଆଫଗାନିସ୍ତାନ ପ୍ରସଙ୍ଗରେ ଏକାଠି ଆଲୋଚନା କଲେ ଭାରତ-ଆମେରିକା

ଆଫଗାନିସ୍ତାନ ପ୍ରସଙ୍ଗରେ ଭାରତ ଆସିଥିବା ଆମେରିକାର ସ୍ବତନ୍ତ୍ର ପ୍ରତିନିଧି ଥୋମାସ ୱେଷ୍ଟ ଓ ଟିମ ସହ ଆଲୋଚନା କହିଛନ୍ତି ଭାରତର ବିଦୈଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ।

7. ପଞ୍ଚାୟତ ନିର୍ବାଚନରେ ୧୨୫ ସିଟ୍ ହରାଇବେ ପଛୁଆବର୍ଗ !

ରାଜ୍ୟ ସରକାର ପ୍ରକାଶ କରିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାକୁ ନେଇ ଅସନ୍ତୁଷ୍ଟ ସମାଜବାଦୀ ପାର୍ଟି । ଏଥର ପଛୁଆବର୍ଗଙ୍କ ପାଇଁ ଆସନ କମ୍ କରାଯାଇଥିବା ଅଭିଯୋଗ କରିଛି ଦଳ ।

8. ଅନ୍ଧାରରେ ୧୩ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ପରୀକ୍ଷା କରି ରେଜଲ୍ଟ ଭୁଲିଗଲା CHSE !

ଗତମାସ 11 ତାରିଖରେ ପରୀକ୍ଷା ସରିଥିବା ବେଳେ ନଭେମ୍ବର ପ୍ରଥମ ସପ୍ତାହରେ ଫଳ ପ୍ରକାଶ କରିବାକୁ ଘୋଷଣା କରାଯାଇଥିଲା । କିନ୍ତୁ ଏଯାଏଁ ନା ପରୀକ୍ଷା ଫଳ ପ୍ରକାଶ ପାଉଛି ନା ଘୋଷଣା ହେଉଛି ତାରିଖ । ଫଳରେ ଏବେ ଅନ୍ଧାରରେ 13 ହଜାର ଛାତ୍ରଛାତ୍ରୀଙ୍କ ଭାଗ୍ୟ ।

9. ICCର ଉପହାର; ୨୦୨୫ ଚମ୍ପିଆନ୍ସ ଟ୍ରଫି ଆୟୋଜନ କରିବ ପାକିସ୍ତାନ, ଭାରତରେ ୩ଟି ଇଭେଣ୍ଟ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ 2024 ଠାରୁ 2031 ପର୍ଯ୍ୟନ୍ତ ସୀମିତ ଓଭର କ୍ରିକେଟର ୮ଟି ବଡ ଟୁର୍ଣ୍ଣାମେଣ୍ଟର ସୂଚୀ ଓ ଆୟୋଜକ ଦେଶର ନାମ ଘୋଷଣା କରିଛି । ଏହି ସମୟ ଅବଧି ମଧ୍ୟରେ ପାକିସ୍ତାନକୁ ଗୋଟିଏ ICC ଇଭେଣ୍ଟ ଆୟୋଜନ ମାନ୍ୟତା ମିଳିଥିବାବେଳେ ଭାରତକୁ ୩ଟି ଇଭେଣ୍ଟର ଆୟୋଜକ ମାନ୍ୟତା ମିଳିଛି ।

10. NCB ସମନ ପରେ ଅନନ୍ୟାଙ୍କ ପ୍ରଥମ ଇନଷ୍ଟାଗ୍ରାମ ପୋଷ୍ଟ

NCBରେ ପଚରା ଉଚୁରା ପରେ ସୋସିଆଲ ମିଡ଼ିଆରେ ପ୍ରଥମ ପୋଷ୍ଟ କରିଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଏହି ଘଟଣା ପରେ ସେ ସୋସିଆଲ ମିଡ଼ିଆରେ ଆକ୍ଟିଭ ନଥିବା ଦେଖିବାକୁ ମିଳିଥିଲା ।

ABOUT THE AUTHOR

...view details