ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Nov 3, 2021, 9:00 AM IST

1- ଆଜି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ

ଆଜି ୧୨ ଘଣ୍ଟିଆ ବନ୍ଦ ରହିବ କୁଚିଣ୍ଡା । ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବନ୍ଦ ଡାକରା ଦେଲା ବିଜେପି ।

2-ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଅର୍ଚ୍ଚନା ଯୋଶୀଙ୍କୁ ଅତିରିକ୍ତ ଦାୟିତ୍ୱ

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଅର୍ଚ୍ଚନା ଯୋଶୀଙ୍କୁ ଅତିରିକ୍ତ ଦାୟିତ୍ୱ । ପୂର୍ବତଟ ରେଳପଥର ବିଦାୟୀ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଗତ 31 ଅକ୍ଟୋବର 2021ରେ ଅବସର ଗ୍ରହଣ କରିଛନ୍ତି ।

3-ନବୀନ ବାବୁ ଗୁଣ୍ଡାରାଜ କରି କଂଗ୍ରେସର ସ୍ବରକୁ ଚପାଇ ପାରିବେ ନାହିଁ: ୟାସିର ନୱାଜ

ସମ୍ବଲପୁର କୁଚିଣ୍ଡାରେ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମରେ କଂଗ୍ରେସ କର୍ମୀଙ୍କ ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ।

4-ସଂଶୋଧିତ ହେଲା ସର୍ବନିମ୍ନ ଶ୍ରମିକ ମଜୁରୀ

ସର୍ବନିମ୍ନ ଶ୍ରମିକ ମଜୁରୀ ସଂଶୋଧନ କଲେ ରାଜ୍ୟ ସରକାର । ୪ ଟଙ୍କା ବଢିଲା ଶ୍ରମିକଙ୍କ ଦୈନିକ ମହଙ୍ଗା ଭତ୍ତା ।

5-ଚା' ଦୋକାନରେ ମାଡିଗଲା ଟ୍ରକ, ୬ ମୃତ

ଉତ୍ତର ପ୍ରଦେଶ ଗାଜିଆବାଦର ଏକ ଚା' ଦୋକାନରେ ମାଡିଗଲା ଟ୍ରକ । ଫଳରେ ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଛି । ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ।

6-ନିଜ ପାର୍ଟିରେ ମିଶିବାକୁ ମୋଦିଙ୍କୁ ଡାକିଲେ ଇସ୍ରାଏଲ ପିଏମ

ଇସ୍ରାଏଲରେ ଲୋକମାନେ ମୋଦିଙ୍କୁ ଖୁବ୍ ପସନ୍ଦ କରନ୍ତି । ତେଣୁ ତାଙ୍କୁ ନିଜ ପାର୍ଟିରେ ମିଶିବାକୁ ନିମନ୍ତ୍ରଣ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ।

7-କଂଗ୍ରେସ ଛାଡିଲେ କ୍ୟାପଟେନ ଅମରିନ୍ଦର, ଘୋଷଣା କଲେ ନିଜ ନୂଆ ଦଳ ନାଁ

କଂଗ୍ରେସରୁ ବିଧିବଦ୍ଧ ଭାବେ ଇସ୍ତଫା ଦେଲେ ଅମରିନ୍ଦର ସିଂହ । ନିଜର ଦଳ ନାଁ ମଧ୍ୟ କଲେ ସାର୍ବଜନୀନ ।

8-ସକାଳୁ ଭୂକମ୍ପରେ ଥରିଲା ଜମ୍ମୁ-କାଶ୍ମୀର

ଜମ୍ମୁ-କାଶ୍ମୀରରେ ଭୂମିକମ୍ଫ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ ହୋଇଥିବା ସୂଚନା ।

9-T-20WC; ଆଜି ଭାରତ-ଆଫଗାନିସ୍ତାନ ଭେଟ, ଭାରତ ପାଇଁ ଶେଷ ଆଶା

ଆଜି(ବୁଧବାର) ବିଶ୍ବକପର ସୁପର-୧୨ରେ ଗ୍ରୁପ-୨ରେ ଏକ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ଭାରତ । ସେମିରେ ଆଶା ଉଜ୍ଜିବୀତ କରିବାକୁ ହେଲେ ଭାରତକୁ ଆଜି କିଛି ମିରାକିଲ୍‌ କରିବାକୁ ପଡିବ । ଭାରତ ପାଇଁ ଆଜିର ମ୍ୟାଚ ଶେଷ ସୁଯୋଗ ।

10-T-20 WC, ନାମ୍ବିଆକୁ ହରାଇ ସେମିରେ ପାକିସ୍ତାନ

ଗୋଟିଏ ପରେ ଗୋଟିଏ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଜିତିବାରେ ଲାଗିଛି ବାବର ବାହିନୀ । ଟି-ଟେଣ୍ଟି ବିଶ୍ବକପ ଗ୍ରୁପ-୨ର ଏକ ମ୍ୟାଚରେ ନାମ୍ବିଆକୁ ୪୫ ରନରେ ହରାଇଛି । ଦ୍ବିତୀୟ ଦଳ ଭାବରେ ସେମିଫାଇନାଲରେ ପ୍ରବେଶ କରିଛି ।

ABOUT THE AUTHOR

...view details