ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଆଜିର ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Nov 1, 2021, 9:04 AM IST

1-ଆଜିଠୁ ୟୁଜି ପ୍ରଥମବର୍ଷ ଶ୍ରେଣୀଗୃହ ପାଠପଢା

ରାଜ୍ୟରେ ଧିରେ ଧିରେ କୋରୋନା ସ୍ଥିତିରେ ସୁଧାର ଆସୁଛି । ଅନଲାଇନ ପାଠପଢା ପରିବର୍ତ୍ତେ ଅଫଲାଇନ ପାଠପଢା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ଶିକ୍ଷା ବିଭାଗ ଏହି ପରିପ୍ରେକ୍ଷୀରେ ଆଜିଠୁ(ସୋମବାର) ୟୁଜି (ସ୍ନାତ୍ତକ) ପ୍ରଥମ ବର୍ଷ ପିଲାଙ୍କ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ ।

2-ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

କୋରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଦୀର୍ଘ ୬ ମାସର ବ୍ୟବଧାନ ପରେ ପର୍ଯ୍ୟଟକ ବୁଲିବେ ଶିମିଳିପାଳ ଅଭୟାରଣ୍ୟ ।

3-ମମିତା ମର୍ଡର ତାତି, ବିଜେପିର ୮ ଘଣ୍ଟିଆ ବରଗଡ ବନ୍ଦ ଡାକରା

ବରଗଡ ଟାଉନ ଥାନା ହାଜତ ମୃତ୍ୟୁ ମାମଲା ଓ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ବିଜେପି ପକ୍ଷରୁ ୮ ଘଣ୍ଟିଆ ବରଗଡ ବନ୍ଦ ଡାକରା ।

4-ତେଲେଙ୍ଗାନାରେ ଫସିଥିଲେ ଦାଦନ, ଟ୍ବିଟ କରି ଉଦ୍ଧାର କଲେ ଟ୍ବିଟର ଗାର୍ଲ ଦୀପା

ନିର୍ଯ୍ୟାତିତ ଶ୍ରମିକଙ୍କୁ ତେଲେଙ୍ଗାନାରୁ ଉଦ୍ଧାର କଲେ ବରଗଡର ଟ୍ବିଟର ଗାର୍ଲ ଦୀପା ବାରିକ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରିଥିଲେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

5-Dantewada Encounter; ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମହିଳା ନକ୍ସଲ

ସୁରକ୍ଷାକର୍ମୀଙ୍କ ନକ୍ସଲ ବିରୋଧୀ ଅପରେସନ । ରବିବାର ଛତିଶଗଡ ଦନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ମହିଳା ନକ୍ସଲଙ୍କ ମୃତ୍ୟୁ ଘଟିଛି ।

6-ଗ୍ଲାସଗୋରେ ମୋଦି, ଆଜି COP26 ସମ୍ମିଳନୀରେ ଦେବେ ଯୋଗ

ଗତକାଲି ରୋମର ଜି-୨୦ ସମ୍ମିଳନୀରେ ଯୋଗ ଦେବା ପରେ ୟୁକେର ଗ୍ଲାସଗୋ ଅଭିମୁଖେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଆଜି(ସୋମବାର) 26ତମ cop26 କାର୍ଯ୍ୟକ୍ରମରେ ଯୋଗ ଦେବେ ।

7-Goa Assembly poll; ଆଜି ଗୋଆ ଯିବେ କେଜ୍ରିୱାଲ

ଆସନ୍ତାବର୍ଷ ଗୋଆ ବିଧାନସଭା ନିର୍ବାଚନ । ଏନେଇ ରଣନୀତି ପ୍ରସ୍ତୁତ କଲାଣି ଆମ ଆଦମୀ ପାର୍ଟି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଜି ଗୋଆ ଗସ୍ତ କରୁଛନ୍ତି ।

8-ବିଗିଡିବାରେ ଲାଗିଛି ଦିଲ୍ଲୀ ବାୟୁ, ନଭେମ୍ବରରେ ବଢିପାରେ ପ୍ରଦୂଷଣ

ରାଜଧାନୀ ଦିଲ୍ଲୀରେ ପୁଣି ବିଗିଡିଲା ବାୟୁର ଗୁଣବତ୍ତା । ଫଳରେ ଅସ୍ତବ୍ୟସ୍ତ ହୋଇଯାଇଛି ଦିଲ୍ଲୀବାସୀଙ୍କ ଜନଜୀବନ । ସୋମବାର ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ଜଣାପଡିଛି ।

9-ହଲ୍ପିଟାଲରୁ ଡିସଚାର୍ଜ ହେଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ

୩ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ଗତ ଗୁରୁବାର ଦିନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ରଜନୀକାନ୍ତ ।

10-T-20WC; ଆଜି ଶ୍ରୀଲଙ୍କା-ଇଂଲଣ୍ଡ ଫାଇଟ, ଶ୍ରୀଲଙ୍କା ପାଇଁ କର ବା ମର ସ୍ଥିତି

ଚଳିତ ଟି-ଟ୍ବେଣ୍ଟି ବିଶ୍ବକପର ସୁପର-୧୨ ରାଉଣ୍ଡ(ଗ୍ରୁପ-1)ରେ ଆଜି(ସୋମବାର) ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ହେବ ଟକ୍କର । ଶ୍ରୀଲଙ୍କା ପାଇଁ ଆଜିର ମ୍ୟାଚ 'କର ବା ମର' ପରିସ୍ଥିତି ସୃଷ୍ଟି କରିଛି ।

ABOUT THE AUTHOR

...view details