ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 24, 2021, 9:11 PM IST

1.ଘଣ୍ଟାକୁ ଘଣ୍ଟା ପରିବର୍ତ୍ତିତ ହେଉଛି ବାତ୍ୟା ୟସର ମଡେଲ

ମେ ୨୬ ତାରିଖ ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଏବଂ ବାଲେଶ୍ବର ଜିଲ୍ଲା ବାଲିଆପାଳ ମଧ୍ୟ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ଏହା ପୂର୍ବାନୁମାନ କରିଛି ସୋଆ ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ( ସିଇସି ) ।

2.ବାତ୍ୟା ‘ୟସ’ ମୁକାବିଲାରେ ନିୟୋଜିତ କର୍ମଚାରୀଙ୍କ ହେବ ଆଣ୍ଟିଜେନ ଟେଷ୍ଟ

ବାତ୍ୟା ୟସ ମୁକାବିଲା ପାଇଁ ନିୟୋଜିତ ଥିବା କର୍ମଚାରୀଙ୍କ ହେବ ଆଣ୍ଟିଜେନ୍ ପରୀକ୍ଷା ।

3.ଭୟ ବଢାଉଛି ବହୁରୂପୀ କବକ, ବ୍ଲାକ-ହ୍ବାଇଟ ପରେ ଚିହ୍ନଟ ହେଲା ୟେଲୋ ଫଙ୍ଗସ

କୋରୋନା ରୋଗୀଙ୍କ ଠାରେ ବ୍ଲାକ, ହ୍ବାଇଟ ଫଙ୍ଗସ ପରେ ଏବେ ଦେଖିବାକୁ ମିଳିଲାଣି ୟେଲୋ ଫଙ୍ଗସ । ତେବେ କିଭଳି ବ୍ୟାପେ ଏହା, ଲକ୍ଷଣ କଣ ରହିଛି ଓ ଏହାର ପ୍ରତିକାର, ଜାଣନ୍ତୁ..

4.ବାତ୍ୟାରେ ଓପିଟିସିଏଲ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ 10 ଲକ୍ଷ ଅନୁକମ୍ପା ରାଶି

ଓପିଟିସିଏଲର ବଡ ଘୋଷଣା, ବାତ୍ୟାରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ 10 ଲକ୍ଷ ଅନୁକମ୍ପା ରାଶି ।

5.ବାତ୍ୟା ୟସ ପାଇଁ 3ଟି ଜିଲ୍ଲାରେ ଟୀକକାରଣ ବନ୍ଦ

ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜରେ 25 ତାରିଖରୁ 27 ତାରିଖ ପର୍ଯ୍ୟନ୍ତ ଟୀକାକରଣ ବନ୍ଦ ରହିବା ସହ ଡୋର ଟୁ ଡୋର ସର୍ଭେ ମଧ୍ୟ ବନ୍ଦ ରହିବ।

6.ବାତ୍ୟା ୟସ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ସବୁ ବିଭାଗ ପ୍ରସ୍ତୁତ :ଧର୍ମେନ୍ଦ୍ର ପ୍ରଧାନ

ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲାନେଇ ଉଚ୍ଚସ୍ତରୀୟ ବୈଠକ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା । ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଓଡ଼ିଶାରେ ଏନଡିଆରଏଫ ଟିମ ପକ୍ଷରୁ ୫୨ଟି ଟିମ୍ ମୁତୟନ କରାଯାଇଛି ବୋଲି ଉଚ୍ଚସ୍ତରୀୟ ବୈଠକ ପରେ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

7.ବାତ୍ୟା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ବାତ୍ୟା ୟଶ ପାଇଁ ରାଜ୍ୟର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ କଲେ ରାଜ୍ୟ ସରକାର ।

8.ସୋମବାର ସୁସ୍ଥ ହେଲେ ଆଉ 11,614 କୋଭିଡ ରୋଗୀ

ସୋମବାର ରାଜ୍ୟରୁ ଆଉ 11,614 ଜଣ କୋଭିଡ ରୋଗୀ ସୁସ୍ଥ ।

9.ଉଡିଉଡି ସାତ ଜନ୍ମର ସାଥୀ ହେଲେ ଦମ୍ପତି, ଦେଖନ୍ତୁ ଭିଡି

ବିମାନରେ ବିବାହ । ଉଡିଉଡି ସାତ ଜନ୍ମର ସାଥୀ ହେଲେ ତାମିଲନାଡୁର ଏକ ଦମ୍ପତି । ଆଉ କୋଭିଡ ଗାଇଡଲାଇନ ଭାଙ୍ଗିଥିବାରୁ ଡିଜିସିଏ ପଠାଇଲା ନୋଟିସ ।

10.ମିଲଖା ସିଂହ ଅସୁସ୍ଥ, ଅକ୍ସିଜେନ ମାତ୍ରା କମିବା ପରେ ହସ୍ପିଟାଲରେ ଭର୍ତ୍ତି

ଫ୍ଲାଇଂ ଶିଖ ନାମରେ ପରିଚିତ 91 ବର୍ଷୀୟ ମିଲଖା ସିଂହ ଗତ ଗୁରୁବାର କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ABOUT THE AUTHOR

...view details