ଓଡିଶା

odisha

ETV Bharat / bharat

TOP NEWS AT 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 9 AM
TOP NEWS AT 9 AM

By

Published : Aug 19, 2022, 9:03 AM IST

1.ଅବପାତ ରୂପ ନେଲା ଲଘୁଚାପ, ଆଜି ପ୍ରବଳ ବର୍ଷା ସମ୍ଭାବନା

ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେଲା ଅବପାତ । ଏହା ୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଗଭୀର ଅବପାତର ପରିଣତ ହେବା ସମ୍ଭାବନା ।

2.ବିପଦ ସଙ୍କେତ ତଳେ ମହାନଦୀ ଜଳସ୍ତର

ବିପଦ ସଙ୍କେତ ତଳେ ମହାନଦୀ ଜଳସ୍ତର । ମୁଣ୍ଡଳି ଦେଇ ୯ ଲକ୍ଷ ୬୪ ହଜାର ୩୧୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।

3.ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ରାଜ୍ୟରେ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ହୀରାକୁଦ ଗେଟ୍ ପରିଚାଳନା ପାଇଁ ଦେଲେ ପରାମର୍ଶ ।

4.5T Secretary Visits Puri, ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପର ସମୀକ୍ଷା କଲେ ପାଣ୍ଡିଆନ

ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ। ।

5.ମହଙ୍ଗା ପଡ଼ିଲା କାର୍ଯ୍ୟରେ ଅବହେଳା, ମାଲକାନଗିରିରେ ୫ ପୋଲିସ କର୍ମଚାରୀ ନିଲମ୍ବିତ

ମାଲକାନଗିରି ଜିଲ୍ଲା ଓରକେଲ୍ ଥାନା ଅଧିନସ୍ଥ କୁଡୁମୁଲୁଗୁମ୍ମା ଫାଣ୍ଡିର ପୋଲିସ କର୍ମୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

6.କସ୍ତୁରୀ ନଗରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଲୁଟି ନେଲେ ଭରି ଭରି ସୁନା

ରାୟଗଡା ଜିଲ୍ଲା କସ୍ତୁରୀ ନଗରରେ ଏକ ବଡଧରଣ ଚୋରି ହୋଇଛି । ଘର ତାଲା ଭାଙ୍ଗି ୩୦ ଭରି ସୁନାଗହଣା ସହ ୩୦ ହଜାର ନଗଦ ଟଙ୍କା ଏବଂ ୨କେଜିରୁ ଊର୍ଦ୍ଧ୍ବ ରୂପା ଗହଣା ଚୋରି କରି ନେଇଛନ୍ତି ଦୁର୍ବୃତ୍ତ ।

7.ମୃତଦେହ ଛୁଇଁଲେନି ଗ୍ରାମବାସୀ, ମାଆର କୋକେଇକୁ ଘୋଷାଡି ଘୋଷାଡି ନେଲା ପୁଅ

ଜାତିଆଣ ମନୋଭାବରୁ ମୃତଦେହକୁ ମିଳିଲାନି ଚାରି କାନ୍ଧ, ଶେଷରେ ମାଆର କୋକେଇକୁ ଘୋଷାଡି ଘୋଷାଡି ଶ୍ମଶାନକୁ ନେଲା ପୁଅ ।

8.ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହାହେଲେ ଗର୍ଭବତୀ

ଗାଁକୁ ନାହିଁ ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା । କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

9.9ଦିନ ପରେ ବି ଫେରିନି ରାଜୁ ଶ୍ରୀବାସ୍ତବଙ୍କ ଚେତା, ପ୍ରାର୍ଥନା କରିବାକୁ କହିଲେ ଶେଖର ସୁମନ

9ଦିନ ପରେ ବି ଫେରିନି ରାଜୁ ଶ୍ରୀବାସ୍ତବଙ୍କ ଚେତା । ତାଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି ।

10.ପ୍ରଥମ ODIରେ ଜିମ୍ବାୱେକୁ ୧୦ ୱିକେଟରେ ହରାଇଲା ଭାରତ

ଜିମ୍ବାୱେ ବିପକ୍ଷରେ ପ୍ରଥମ ଦିନିକିଆରେ ଦମଦାର ବିଜୟ ହାସଲ କରିଛି ଭାରତ ।

ABOUT THE AUTHOR

...view details