ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୭ ପିଏମ

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

By

Published : Jun 29, 2022, 7:06 PM IST

1.Agnipath Scheme: ବାୟୁସେନାରେ ଭର୍ତ୍ତି ହେବାକୁ ୧ ଲକ୍ଷ ୮୩ ହଜାର ଆଶାୟୀଙ୍କ ଆବେଦନ

ଅଗ୍ନିପଥ ଯୋଜନାରେ ଭାରତୀୟ ବାୟୁସେନାରେ ଭର୍ତ୍ତି ହେବାକୁ ଆଶାୟୀଙ୍କ ଭରପୁର ଆବେଦନ ଜାରି ରହିଛି । ୧ ଲକ୍ଷ ୮୩ ହଜାର ଆବେଦନ ଗ୍ରହଣ କରିଛି ଭାରତୀୟ ବାୟୁସେନା ।

2.Udaipur Killing: NIA କରିବ କହ୍ନେୟାଲାଲ୍‌ ହତ୍ୟାକାଣ୍ଡର ଯାଞ୍ଚ, ଅଭିଯୁକ୍ତଙ୍କ ପାକିସ୍ତାନ ଲିଙ୍କ୍‌ ଖୁଲାସା

କହ୍ନେୟାଲାଲ୍‌ଙ୍କ ଶରୀରରେ ଥରେ କି ଦୁଇ ଥର ନୁହେଁ ୨୬ ଥର ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଅଭିଯୁକ୍ତଙ୍କ ପାକିସ୍ତାନ ସହ ଲିଙ୍କ୍‌ ଥିବା ନେଇ ସୂଚନା ମିଳିଛି ।

3.ହାଇ ସ୍ପିଡ୍‌ ଏକ୍ସପେଣ୍ଡେବେଲ୍‌ ଏରିଏଲ୍‌ ଟାର୍ଗେଟ ଅଭ୍ୟାସର ସଫଳ ପରୀକ୍ଷଣ

ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ୍‌ରୁ ହାଇ ସ୍ପିଡ୍‌ ଏକ୍ସପେଣ୍ଡେବେଲ୍‌ ଏରିଏଲ୍‌ ଟାର୍ଗେଟ high-speed expendable aerial target (HEAT) ABHYAS ବିମାନର ସଫଳ ପରୀକ୍ଷଣ ।

4.Mamita Meher Murder: ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ହାଇକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ ।

5.ମହାପ୍ରଭୁଙ୍କ ସେବାରେ ବୀରକିଶୋରଙ୍କ ପରିବାର, 19 ବର୍ଷ ଧରି ରଥକୁ ଯୋଗାଉଛନ୍ତି ସୋଲଫୁଲ

ଦିନକପରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମାଉସୀ ଘରକୁ ନେବାକୁ ପଥ ଓ ରଥ ଦୁହେଁ ପ୍ରସ୍ତୁତ ଅଛନ୍ତି । ଶିଳ୍ପୀ ଓ କାରିଗରଙ୍କ ହାତରେ ତିଆରି ହୋଇଯାଇଛି କାଳିଆର ରଥ। ଘୋଷ ଯାତ୍ରା ପାଇଁ ସଜେଇ ହୋଇଥିବା ରଥର ସୌନ୍ଦର୍ଯ୍ୟ ବଢ଼ାଇଥାଏ ସୋଲଫୁଲ। ଯାହାକୁ ତିଆରି କରିବାରେ ଲାଗିପଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଭୋଇସାହିର ବୀରକିଶୋରଙ୍କ ପରିବାର। ଆଜିକୁ19 ବର୍ଷ ଧରି ମହାପ୍ରଭୁଙ୍କ ରଥ ପାଇଁ ସୋଲଫୁଲ ଯୋଗାଇ ଆସୁଛନ୍ତି।

6.ଦେଶରେ ଦ୍ରୁତଗତିରେ ବଢୁଛି ନିଶା କାରବାର: SIT ଉପାଧ୍ୟକ୍ଷ

କଟକରେ ଚାଲିଥିବା କଳାଧନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ SIT ବୈଠକ ଶେଷ ହୋଇଛି । ଦେଶରେ କଳାଧନର ସ୍ଥିତି ଓ ଏହାର ମୂଳୋତ୍ପାଟନ ପାଇଁ ବୈଠକରେ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।

7.ବାନ୍ଦିପୁରାରୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ଗିରଫ କଲା ସ୍ପେଶାଲ ଫୋର୍ସ

ଜମ୍ମୁ ଓ କାଶ୍ମୀରର ବାନ୍ଦିପୁରା ପାପଚାନ ଚେକ୍‌ ପଏଣ୍ଟରୁ ଜଣେ ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ ।

8.VP Elections: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା

ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଜି ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ନିର୍ବାଚନ ( Vice President Election) ପାଇଁ ମଧ୍ୟ ତାରିଖ ଘୋଷଣା । ଆସନ୍ତା ଅଗଷ୍ଟ 6 ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ ।

9.Udaipur Tailor Murder: ସାମ୍ନାକୁ ଆସିଲା ବଲିଉଡ ସେଲିବ୍ରିଟିଙ୍କ ପ୍ରତିକ୍ରିୟା, ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦାବି

ରାଜସ୍ଥାନର ଉଦୟପୁରରେ ଦରଜୀ କହ୍ନେୟାଲାଲ ହତ୍ୟା ଘଟଣା ଏବେ ପୁରା ଦେଶକୁ ଦୋହଲାଇ ଦେଇଛି । ଚାରିଆଡୁ ଏହି ଘଟଣାକୁ ନିନ୍ଦା କରାଯାଉଛି । ବଲିଉଡ ସେଲିବ୍ରିଟିଙ୍କଠୁ ନେଇ ଟିଭି କଳାକାର ମଧ୍ୟ ଏହି ଘଟଣାକୁ ନେଇ ନିନ୍ଦା କରିଛନ୍ତି ।

10.Women ICC T-20 Ranking: 13ତମ ସ୍ଥାନକୁ ଉଠିଲେ ରାଧା

ପ୍ରକାଶ ପାଇଛି ସଦ୍ୟ ଆଇସିସି ମହିଳା ଟି-ଟ୍ବେଣ୍ଟି ରାଙ୍କିଙ୍ଗ । ଭାରତୀୟ ମହିଳା କ୍ରିକେଟ ଦଳର ବାମହାତି ସ୍ପିନର ରାଧା ଯାଦବ ମାନ୍ୟତାର 7ଟି ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ABOUT THE AUTHOR

...view details