ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

By

Published : Jun 4, 2022, 7:11 PM IST

1.Odisha Cabinet Reshuffle: ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଆସୁଛି ଫୋନ କଲ୍, ଭୁବନେଶ୍ୱରରେ ରହିବାକୁ ନିର୍ଦ୍ଦେଶ

ଆସନ୍ତାକାଲି ପୂର୍ବାହ୍ନ 11.45 ରେ ଶପଥ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଟିମ । ଲୋକସେବା ଭବନ କନଭେନସନ ସେଣ୍ଟରେ ଶପଥ ଗ୍ରହଣ କରିବେ ନୂଆମନ୍ତ୍ରୀ । ଏନେଇ ସମସ୍ତ ପ୍ରସ୍ତୁତି ଜାରି ରହିଛି ।

2.Odisha Assembly: କିଏ ହେବେ ପ୍ରଥମ ମହିଳା ବାଚସ୍ପତି ? ପ୍ରମିଳା ନା ଉଷା ଦେବୀ

ଆସନ୍ତାକାଲି ପୂର୍ବାହ୍ନ 11.45 ରେ ଶପଥ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Naveen Patnaik) ଙ୍କ ନୂଆ ଟିମ (New cabinet Minister to take oath) । ରାଜଭବନ ଅଭିଷେକ ହଲ କିମ୍ବା ଲୋକସେବା ଭବନ କନଭେନସନ ସେଣ୍ଟରରେ ଶପଥ ଗ୍ରହଣ କରିବେ ନୂଆମନ୍ତ୍ରୀ । ଏନେଇ ସମସ୍ତ ପ୍ରସ୍ତୁତି ଓ ତାଳିକା ଶେଷ ହୋଇଥିବା ଚର୍ଚ୍ଚା ହେଉଛି ।

3.Corbevax ବୁଷ୍ଟର ଡୋଜକୁ ବ୍ୟବହାରିକ ଅନୁମତି

ଭାରତୀୟ ଫାର୍ମା କମ୍ପାନୀ ବାୟୋଲୋଜିକାଲ- ଇ ଦ୍ବାରା ପ୍ରସ୍ତୁତ କୋର୍ବେଭ୍ୟାକ୍ସ କୋଭିଡ ବୁଷ୍ଟର ଡୋଜକୁ ବ୍ୟବହାରିକ ଅନୁମତି ଦେଲା DCGI । ଦୁଇ ଡୋଜ ନେଇସାରିଥିଲେ କୌଣସି ପ୍ରାପ୍ତବୟସ୍କ ନେଇପାରିବେ ଏହି ବୁଷ୍ଟର ଡୋଜ ।

4.IPL Fixing: ସ୍ବାମୀଙ୍କ ସଙ୍ଗୀନ ଅଭିଯୋଗ, ଫିକ୍ସିଂ ଥିଲା ଆଇପିଏଲ ୨୦୨୨ ଫାଇନାଲ ମ୍ୟାଚ୍‌ !

ଆଇପିଏଲ ୨୦୨୨ ଫାଇନାଲ ମ୍ୟାଚ୍‌କୁ ନେଇ BJP ନେତା ସୁବ୍ରମଣ୍ୟମ ସ୍ବାମୀ ମଧ୍ୟ ଫିକ୍ସିଂ ଅଭିଯୋଗ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ(BCCI) ଟାର୍ଗେଟ ।

5.ASI ପାଇଁ ପୁରୀକୁ ବିପଦ ଆସିବ: ବିଜୟ ମହାପାତ୍ର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ସୁପ୍ରିମକୋର୍ଟଙ୍କ ରାୟ ନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏବଂ ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ । ASI ପାଇଁ ସବୁ ବିଭ୍ରାଟ ହେଉଥିବା କହିଲେ ବିଜୟ ।

6.Controversial Deodorant Advertisement: ନିଷେଧ ଘୋଷଣା ସହ ତଦନ୍ତ ନିର୍ଦ୍ଦେଶ ଦେଲା କେନ୍ଦ୍ର

ମହିଳାଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି ଉତ୍ତେଜକ ବଡି-ସ୍ପ୍ରେ ବିଜ୍ଞାପନ । ନିଷେଧ ଘୋଷଣା ସହ ତଦନ୍ତ ନିର୍ଦ୍ଦେଶ ଦେଲା କେନ୍ଦ୍ର । ୟୁଟ୍ୟୁବ୍ ସହ ସମସ୍ତ ଫର୍ମାଟରୁ ଏହି ଉତ୍ତେଜକ ବିଜ୍ଞାପନକୁ ହଟାଇବା ପାଇଁ ନିର୍ଦ୍ଦେଶ ।

7.ଚଣ୍ଡିଗଡରେ ଗୃହମନ୍ତ୍ରୀ ଶାହଙ୍କୁ ଭେଟିଲେ ସିଦ୍ଧୁ ମୁସେଓ୍ବାଲାଙ୍କ ପରିବାର

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ସିଦ୍ଧୁ ମୁସେଓ୍ବାଲାଙ୍କ ପରିବାର । ଚଣ୍ଡିଗଡରେ ହେଲା ଆଲୋଚନା ।

8.ସମ୍ପନ୍ନ ହେଲା ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରାର ଗଣ୍ଠାଲ ଫିଟା, ରାତିରେ ବିବାହ ଉତ୍ସବ

ସମ୍ବଲପୁର: ଆଜି(ଶନିବାର) ରାତିରେ ମାତା ପାର୍ବତୀଙ୍କ ହାତ ଧରିବେ ଦେବ ଦେବ ମହାଦେବ । ଦେବ ବିବାହ ବା ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ ।ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ । ପରମ୍ପରା ମୁତାବକ ମାତା ପାର୍ବତୀଙ୍କୁ ଚଳିତବର୍ଷର କନ୍ୟା ପିତାମାତା ନିଜ ଘରକୁ ନେବା ପୂର୍ବରୁ ଆଜି ଗଣ୍ଠାଲ ଫିଟା ପରମ୍ପରା ସମ୍ପନ୍ନ ହୋଇଛି ।

9.ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ: ସୁପ୍ରିମକୋର୍ଟଙ୍କ ରାୟକୁ ପୁରୀ ବିଧାୟକଙ୍କ ସ୍ବାଗତ

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ବର୍ଷା ଦିନ ଆସିବା ପୂର୍ବରୁ କାର୍ଯ୍ୟ ସାରିବାକୁ ରାଜ୍ୟ ସରକାରଙ୍କୁ କଲେ ଅନୁରୋଧ ।

10.French Open: ବିଜୟ ସହ ବିରୋଧୀଙ୍କ ହୃଦୟ ଜିତିଲେ ନାଦାଲ, ସଚିନ ଓ ଶାସ୍ତ୍ରୀଙ୍କ ପ୍ରଶଂସା

ନିଜ ପ୍ରତିନ୍ଦ୍ବନ୍ଦ୍ବୀଙ୍କ ପ୍ରତି ରାଫେଲ ନାଦାଲଙ୍କ ଖେଳ ଭାବନା ଓ ଉଚ୍ଚକୋଟୀର ସମ୍ମାନକୁ ବିଶ୍ବବ୍ୟାପୀ ପ୍ରଶଂସା । ସେମିଫାଇନାଲ ମୁକାବିଲା ଜର୍ମାନୀର ଆଲେକଜାଣ୍ଡର ଜ୍ବରେବ ଓ ନାଦାଲଙ୍କ ମଧ୍ୟରେ ଖେଳାଯାଇଥିଲା । ତେବେ ମ୍ୟାଚ୍‌ ସମୟରେ ନାଦାଲଙ୍କ ସେମିଫାଇନାଲ ପ୍ରତିନ୍ଦ୍ବନ୍ଦ୍ବୀ ଜ୍ବରେବ ଗମ୍ଭୀର ଭାବେ ଆହତ ହୋଇଯିବାରୁ ହ୍ବିଲଚେୟାରରେ କୋର୍ଟ ଛାଡି ଯିବାକୁ ପଡିଥିଲା ।

ABOUT THE AUTHOR

...view details