ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

By

Published : Jun 2, 2022, 7:03 PM IST

1.ପଞ୍ଚଭୂତରେ ଲୀନ ହେଲେ କେ.କେ, ଭରଶୋଭା ମୁକ୍ତିଧାମ ଶ୍ମଶାନରେ ସଂପନ୍ନ ହେଲା ଶେଷକୃତ୍ୟ

ପଞ୍ଚଭୂତରେ ଲୀନ ହେଲେ କେ.କେ। ଛଳଛଳ ଆଖିରେ ବିଦାୟ ଦେଲେ ବନ୍ଧୁ, ସିନେପ୍ରେମୀ, ପ୍ରଶଂସକ ଓ ପରିବାରବର୍ଗ। ଶେଷ ବିଦାୟ ନେଇ ପ୍ରସିଦ୍ଧ ଗାୟକ କେ.କେ ଓରଫ୍‌ କୃଷ୍ଣ କୁମାର କୁନ୍ନଥ ପରପାରିକୁ ଚାଲିଯାଇଥିବାବେଳେ ଫିଲ୍ମ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଯାଇଛନ୍ତି।

2.ସୋନିଆଙ୍କୁ କୋରୋନା: ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

କୋଭିଡ ଆକ୍ରାନ୍ତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

3.କଂଗ୍ରେସ ନବ ସଂକଳ୍ପ ଶିବିରର ଦ୍ବିତୀୟ ଦିନ, ନବୀନଙ୍କୁ ଗାଦିଚ୍ୟୁତ କରିବାକୁ ଦଳର ପ୍ରସ୍ତୁତି

ଶାସକ ଦଳ ବିଜେଡି ଓ ବିଜେପି ସହ ଲଢେଇ ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ । ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ସତ୍ତା ପାଇଁ କସରତ ଆରମ୍ଭ କରିଛି । ଏ ନେଇ ଦଳର ଦୁଇ ଦିନିଆ ନବ ସଂକଳ୍ପ ଶିବିର ଆୟୋଜିତ ହୋଇଛି ।

4.Railway Luggage: ବିମାନ ଭଳି ରେଳରେ ନେଇପାରିବେନି ମାତ୍ରାଧିକ ଜିନିଷପତ୍ର, କରିବାକୁ ପଡିବ ଆଗୁଆ ବୁକିଂ

ରେଳ ଯାତ୍ରା ବେଳେ ମାତ୍ରାଧିକ ଲଗେଜ ନେବା ଉପରେ ବଢିଲା କଟକଣା । ଏଣିକି ପାର୍ସଲ କାର୍ଯ୍ୟାଳୟରେ କରିବାକୁ ହେବ ବୁକିଂ । ଟ୍ବିଟ ଯୋଗେ ସୂଚନା ଦେଲା ରେଳ ମନ୍ତ୍ରଣାଳୟ ।

5.ବିଧାୟକଙ୍କ ଆପାର୍ଟମେଣ୍ଟ ନିର୍ମାଣ ମାମଲା: ଉତ୍ତର ନଦେବା ଯାଏଁ ଗଛକଟା ବନ୍ଦ କଲେ ହାଇକୋର୍ଟ

ରାଜଧାନୀରେ ବିଧାୟକଙ୍କ ପାଇଁ ଗଛକାଟି ଅତ୍ୟାଧୁନିକ ଆପାର୍ଟମେଣ୍ଟ ନିର୍ମାଣ ପ୍ରସଙ୍ଗ । ଗଛ କଟା ଉପରେ ରୋକ ଲଗାଇଲେ ହାଇକୋର୍ଟ । ସମାଜସେବୀ ଜୟନ୍ତ ଦାସଙ୍କ ପକ୍ଷରୁ ରୁଜୁ ହୋଇଥିବା ମାମଲାର ଶୁଣାଣି କରି ସତ୍ୟପାଠ ମାଧ୍ୟମରେ ତଥ୍ୟ ରଖିବାକୁ ସାଧାରଣ ପ୍ରଶାସନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସେ ପର୍ଯ୍ୟନ୍ତ କୌଣସି ଗଛ ନକାଟିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

6.Movie Samrat Prithviraj: ଉତ୍ତରପ୍ରଦେଶରେ ଟ୍ଯାକ୍ସଫ୍ରି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଉତ୍ତରପ୍ରଦେଶରେ ଟ୍ଯାକ୍ସଫ୍ରି ହେବ ମୁଭିଲାଭ କରିବାକୁ ଥିବା ବହୁ ପ୍ରତୀକ୍ଷିତ ମୁଭି Samrat Prithviraj । ଆଜି ସ୍ପେଶାଲ ସ୍କ୍ରିନିଂରେ ଚଳଚ୍ଚିତ୍ର ଦେଖିବା ପରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ।

7.Singer KKs death: କେମିତି ହେଲା KKଙ୍କ ମୃତ୍ୟୁ ? ତଦନ୍ତ ଦାବିରେ ଶାହଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ

କଣ୍ଠଶିଳ୍ପୀ କେକେଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ତଦନ୍ତ ଦାବି କରି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ ସୌମିତ୍ର ଖାନ । ଚିଠିରେ ଉଲ୍ଲେଖ କଲେ କାର୍ଯ୍ୟକ୍ରମ ସମୟର ଏକାଧିକ ଆପତ୍ତିଜନକ ସ୍ଥିତି ।

8.ମଥୁରାରେ ମଦ ବିକ୍ରି ଉପରେ ଲାଗିଲା ରୋକ: ଜୁନ ୧ରୁ ନୂଆ ନିୟମ ଲାଗୁ କଲେ ଯୋଗୀ ସରକାର

ଉତ୍ତରପ୍ରଦେଶ ଶ୍ରୀକୃଷ୍ଣ ଜନ୍ମଭୂମି ମଥୁରା ପରିସର ଓ ଆଖପାଖ ଅଞ୍ଚଳରେ ମଦ ବିକ୍ରି ଉପରେ ଲାଗିଲା ରୋକ୍ ।

9.Anubhav-Varsha Dispute: ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ

ବହୁ ଚର୍ଚ୍ଚିତ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଆଜି ଏକ ଗୁୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି କଟକ SDJM କୋର୍ଟ । ଅନୁଭବଙ୍କ ପିଟିସନଙ୍କୁ ଗ୍ରହଣ କରିଛନ୍ତି ଏସଡିଜେଏମ୍ କୋର୍ଟ । ପୈତୃକ ଘର ଛାଡିବାକୁ ଆବେଦନ କରିଥିଲେ ଅନୁଭବ ।

10.Ind vs SA T20: ବାରବାଟୀ ଷ୍ଟାଡିୟମ ସ୍ଥିତି ସମୀକ୍ଷା କଲା ଜିଲ୍ଲା ପ୍ରଶାସନ

ଜୁନ୍‌ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍‌ । ହାତରେ ଆଉ ୯ ଦିନ ସମୟ । ମ୍ୟାଚ୍‌ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ABOUT THE AUTHOR

...view details