ଓଡିଶା

odisha

By

Published : Feb 15, 2022, 7:12 PM IST

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ରାତି ପାହିଲେ ନିର୍ବାଚନ, ଦାଦନ ରାଇଜରେ ଭୋଟ୍ ଦେବ କିଏ ?

ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଫାଇଟ୍ । ନିର୍ବାଚନ ପାଇଁ ବୁଥ୍ ଏବଂ ପୋଲିଂ ପାର୍ଟି ପ୍ରସ୍ତୁତ ଥିବାବେଳେ ବଲାଙ୍ଗୀର ଦାଦନ ପ୍ରବଣ ଅଞ୍ଚଳ ନାହାନ୍ତି ଭୋଟର । ପେଟପାଟଣା ପାଇଁ ବାହାରେ ଦାଦନ ଖଟୁଛନ୍ତି ଶହ ଶହ ଲୋକେ । ତେଣୁ ଏହି ଏହି ଦାଦନ ରାଇଜର କିଏ ଦେବ ଭୋଟ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

2.ପ୍ରସାଦ ହରିଚନ୍ଦନ ଷ୍ଟାର ପ୍ରଚାରକ ଲିଷ୍ଟରୁ ବାଦ୍‌ ପ୍ରସଙ୍ଗ: ସୁର ରାଉତରାୟଙ୍କ ପ୍ରତିକ୍ରିୟା

ପ୍ରସାଦ ହରିଚନ୍ଦନ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୁରେଶ କୁମାର ରାଉତରାୟ । ତେବେ ଦୁଇ ଜଣଙ୍କ ସ୍ଥାନ ଭିନ ଭିନ୍ନ ।

3.ଅମର୍ଦ୍ଦା ରୋଡ୍‌ ଏୟାରଷ୍ଟ୍ରିପ ପାଇଁ NOC ମାଗିଲେ ମୁଖ୍ୟ ଶାସନ ସଚିବ

ଅମର୍ଦ୍ଦା ରୋଡ୍‌ ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ ନେଇ ପ୍ରତିରକ୍ଷା ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

4.Uttarakhand poll: ହରିଶ ରାଓ୍ବତଙ୍କ ଦୃଢୋକ୍ତି, କଂଗ୍ରେସ ହାତେଇବ ୪୮ ସିଟ୍

ଇଟିଭି ଭାରତକୁ ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତଙ୍କ ପ୍ରତିକ୍ରିୟା । କହିଲେ ରାଜ୍ୟରେ ୪୮ ଆସନ ଜିତିବ କଂଗ୍ରେସ । ମୁଖ୍ୟମନ୍ତ୍ରୀ ନେଇ ନିଷ୍ପତ୍ତି ନେବେ ହାଇକମାଣ୍ଡ ।

5.ପୁଲିଙ୍ଗ ଏଜେଣ୍ଟଙ୍କ ପାଇଁ ନିୟମ କୋହଳ ଦାବି: ବିଜେପିର ଦାବିପତ୍ର

ବିଜେପିର ଏକ ପ୍ରତିନିଧ ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି କୋଭିଡ ନିୟମରେ ପରିବର୍ତ୍ତନ ପାଇଁ ଦେଲେ ଦାବିପତ୍ର । ତେବେ ପୁଲିଙ୍ଗ ଏଜେଣ୍ଟଙ୍କ ପାଇଁ ଥିବା ନିୟମ କୋହଳ କରିବାକୁ ଦାବି ।

6.MBBS ଓ BDS ପାଇଁ ପ୍ରଥମ ପର୍ଯ୍ୟାୟ ଆଡମିଶନ ତାଲିକା ପ୍ରକାଶ

MBBS ଓ BDS ପାଇଁ ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ଆଡମିଶନ ତାଲିକା । ମୋଟ ଆଡମିଶନ କରିଛନ୍ତି 1,139 ଛାତ୍ରଛାତ୍ରୀ ।

7.ଭୁବନେଶ୍ବରରୁ ନିଖୋଜ ୪ ଇଞ୍ଜିନିୟରିଂ ଛାତ୍ରଙ୍କ ମିଳିଲା ପତ୍ତା, ୩ ଜଣ ସାଇବର ଅପରାଧ ଲିଙ୍କରେ ଅଟକ

ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ନିଖୋଜ ଥିବା ୪ ଛାତ୍ରଙ୍କ ମିଳିଲା ପତ୍ତା । ୩ ଜଣ ସାଇବର ଅପରାଧ ଲିଙ୍କରେ ସମ୍ବଲପୁର ଅଇଁଠାପାଲି ଥାନାରେ ଅଟକ ।

8.ନିର୍ବାଚନୀ ହିଂସା ଅଭିଯୋଗ ଆଣିଲା ବିଜେଡି

ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେଡି । ଗତକାଲିରୁ ପ୍ରଚାର ବନ୍ଦ ହୋଇଥିବା ସତ୍ତ୍ବେ ମଧ୍ୟ ହାରିବା ଭୟରେ ଗଜପତି ଓ ପିପିଲି ଭଳି ସ୍ଥାନରେ ବିଜେଡିର ଲୋକଙ୍କୁ ଆକ୍ରମଣ କରୁଛନ୍ତି ବିଜେପି ।

9.Russia Ukraine crisis: ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ ଛାଡିବାକୁ ଦୂତାବାସର ପରାମର୍ଶ

ଋଷ-ୟୁକ୍ରେନ ବଢୁଥିବା ବିବାଦ ଯୁଦ୍ଧର ରୂପ ନେବାର ଆଶଙ୍କାରେ ବଦଳିବା ପରେ ୟୁକ୍ରେନରେ ଥିବା ଭାରତୀୟଙ୍କ ସୁରକ୍ଷା ଚିନ୍ତା କଲା ଦୂତାବାସ । ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ ଛାଡିବାକୁ ପରାମର୍ଶ ।

10.ଘର ଉପକରଣ ବିକ୍ରି ଆଳରେ 10 କୋଟି ଠକେଇ, EOW ଜାଲରେ ନକଲି ସଂସ୍ଥା ନିର୍ଦ୍ଦେଶକ

ଡିଜିଟାଲ ଫ୍ୟାନ ବିକ୍ରି ସ୍କିମ ଦେଖାଇ ୧୦କୋଟି ଠକେଇ। ମାଷ୍ଟର ମାଇଣ୍ଡ ତଥା ଅରୋକ୍ସା ଡିଲ ମଲ୍ଟିଟ୍ରେଡ ପ୍ରାଇଭେଟ ଲିମିଟେଡ କମ୍ପାନୀର ଡାଇରେକ୍ଟର ବାବୁ ସିଂ କୁଶଓ୍ବାହାକୁ ଗିରଫ କଲା EOW।

ABOUT THE AUTHOR

...view details