ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jan 18, 2022, 7:15 PM IST

୧. ହାଇକୋର୍ଟରେ ଢିଙ୍କିଆ ପ୍ରସଙ୍ଗ, ଉପଯୁକ୍ତ କ୍ଷତିପୂରଣ ପାଇଁ ଆବେଦନ

ହାଇକୋର୍ଟରେ ପହଞ୍ଚିଲା ଢିଙ୍କିଆ ପ୍ରସଙ୍ଗ । ଘଟଣାରେ ଉପଯୁକ୍ତ କ୍ଷତିପୂରଣ ପାଇଁ କୋର୍ଟରେ ଆବେଦନ କରାଯାଇଛି ।

୨.UP Election 2022: ପୁଅକୁ ଟିକଟ ପାଇଁ ସାଂସଦ ପଦ ଛାଡିବି କହିଲେ ରୀତା ବହୁଗୁଣା ଯୋଶୀ

ଆହ୍ଲାବାଦ ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀ ନିଜ ପୁଅର ବିଧାନସଭା ଟିକଟ ପାଇଁ ସାଂସଦ ପଦରୁ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି । ପୁଅକୁ ଲକ୍ଷ୍ନୌ କେଣ୍ଟରୁ ଟିକଟ ଦିଆଯିବା ପାଇଁ ଦାବି କରିଛନ୍ତି ।

. ବେଆଇନ ଲିଙ୍ଗ ନିରୂପଣ ଘଟଣା, ଜେଲ ଗଲେ ଲ୍ୟାବ୍‌ର ୨ କର୍ମଚାରୀ

କଟକରେ ଲ୍ୟାବ୍‌ରେ ବେଆଇନ ଭାବେ ଲିଙ୍ଗ ନିରୂପଣ କରାଯାଉଥିବା ଘଟଣା । ଲ୍ୟାବ୍‌ର ୨ କର୍ମଚାରୀଙ୍କୁ ଗିରଫ କଲା ପୋଲିସ ।

୪. ମା' ତାରିଣୀ କଲେଜରେ ନିର୍ବାଚନୀ ସଭା ପ୍ରସଙ୍ଗ: କଲେଜ ଅଧ୍ୟକ୍ଷ ଓ SDPOଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ

ନିର୍ବାଚନୀ ସଭା କରି ହଟହଟା ମହାକାଳପଡ଼ା ମା' ତାରିଣୀ କଲେଜ ଅଧ୍ୟକ୍ଷ ଓ ସାଲେପୁର SDPO । ସସପେଣ୍ଡ ଲାଗି ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ ।

୫. Avalanche: ହିମସ୍ଖଳନରେ ଫଶିଥିବା ୩୦ ନାଗରିକଙ୍କୁ ଉଦ୍ଧାର କଲା ସେନା

ଜମ୍ମୁକାଶ୍ମୀରର ତଙ୍ଗଧାର ସେକ୍ଟରରେ ପ୍ରବଳ ବରଫପାତ ଯୋଗୁଁ ହିମସ୍ଖଳନ ସୃଷ୍ଟି ହୋଇଛି । 30 ଜଣ ସାଧାରଣ ଲୋକଙ୍କୁ ଉଦ୍ଧାର କରିଛି ସେନାର ଉଦ୍ଧାରକାରୀ ଦଳ ।

୬. ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଉପ ସେନାମୁଖ୍ୟ

ନୂତନ ସିଡିଏସ ଜେନରାଲ ନିଯୁକ୍ତିକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଭାରତ ସରକାର ମଙ୍ଗଳବାର ଭାରତୀୟ ସ୍ଥଳ ସେନାର ଉପ ସେନାମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କୁ ନିଯୁକ୍ତି ହେବା ନେଇ ବିଶେଷ ସୂତ୍ରରୁ ଖବର ପ୍ରକାଶ ପାଇଛି ।

୭. Interesting News: ସାଧାରଣ ଲୋକ ନୁହେଁ, ୫ ଡୋଜ କୋଭିଡ ଟିକା ନେଇ ଚର୍ଚ୍ଚାରେ ଡାକ୍ତରାଣୀ

ଥରେ କି ଦୁଇ ଥର ନୁହେଁ ପାଞ୍ଚ ଥର ନେଇଛନ୍ତି କୋରୋନା ଟିକା । ଏ କଥା ଆମେ କହୁନାହୁଁ କହୁଛି ରିପୋର୍ଟ । ମହାମାରୀରୁ ବଞ୍ଚିବା ପାଇଁ କୋରୋନା ଟିକାର ଦୁଇଟି ଡୋଜ ନେବାକୁ ପଡିଥାଏ (Bihar doctor took 5 Covid vaccine shots) ।

୮. ଭିଜିଲାନ୍ସ ଜାଲରେ ଯାଜପୁର ହସ୍ତତନ୍ତ ନିଗମର ୨ କର୍ମଚାରୀ, ନେଉଥିଲେ ୨୦ ହଜାର ଲାଞ୍ଚ

ଲାଞ୍ଚ ନେବା ସମୟରେ ଧରାପଡିଲେ ଯାଜପୁର ଜିଲ୍ଲା ବ୍ୟାସନଗରରେ ଥିବା ହସ୍ତତନ୍ତ ନିଗମର ୨ କର୍ମଚାରୀ ।

୯. ଆହୁରି ୨ ଦିନ ଜାଡ, ଘନ କୁହୁଡି ନେଇ ସତର୍କତା ଜାରି

ଆହରୁ ୨ ଦିନ ଜାଡରେ ଥରିବ ଓଡିଶା । ଘନ କୁହୁଡି ନେଇ ସତର୍କ କରାଇଲା ଆଞ୍ଚଳିକ ପାଣିପାଗ ବିଭାଗ ।

୧୦. SA vs Ind: ଦିନିକିଆ ସିରିଜରେ ଓପନିଂ କରିବେ ରାହୁଲ

ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ପକ୍ଷରୁ ଓପନିଂ ବ୍ୟାଟିଂ କରିବେ କାମଚଳା କ୍ୟାପଟେନ କେଏଲ ରାହୁଲ । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଓପନର ଦାୟିତ୍ବ ତୁଲାଇବେ ।

ABOUT THE AUTHOR

...view details