ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS@7PM

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jan 11, 2022, 7:03 PM IST

1.Mihir Das Demise: ପରଲୋକରେ ଓଲିଉଡ ଜଗତର କାକା, ରାଜ୍ୟପାଳ-ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ

କଟକରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ବର୍ଷୀୟାନ ଓଡ଼ିଆ ଅଭିନେତା ମିହିର ଦାସ ।

2.Berhampur Couple Saga: ମୁହଁ ଖୋଲିଲେ ସୁମିତ, କହିଲ ରିୟୁନିଅନ୍‌ ହୋଇପାରେ

ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ଓ ଡିମ୍ପଲଙ୍କ ପାରିବାରିକ ବିବାଦ ଘଟଣାରେ ଦୀର୍ଘଦିନ ପରେ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି ଡାକ୍ତର ସୁମିତ ସାହୁ । ବ୍ରହ୍ମପୁର ଜିଲ୍ଲା ଦୌରାଜଜଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଅପିଲ୍‌ କରିଛନ୍ତି ସୁମିତ ।

3.ପ୍ରଥମ ଦିନରେ ନେଲେ ୫୦ ହଜାରରୁ ଊର୍ଦ୍ଧ୍ବ ପ୍ରିକସନ୍‌ ଡୋଜ

ରାଜ୍ୟରେ ଗତକାଲି(ସୋମବାର)ଠାରୁ ଆରମ୍ଭ ହୋଇଯାଇଛି କୋଭିଡର ପ୍ରିକସନ ଟୀକାକରଣ (precaution dose vaccination) । ପ୍ରଥମ ଦିନରେ ୫୫ ହଜାର ୭୮୧ ଜଣ ପ୍ରିକସନ ଡୋଜ୍‌ ନେଇଛନ୍ତି ।
4.Panchayat Election: ସରକାରଙ୍କ ସପକ୍ଷରେ ଯିବ ନାହିଁ କହିଲେ ମୋହନ ମାଝୀ

ପଞ୍ଚାୟତ ନିର୍ବାଚନ (Panchayat Election) ଘୋଷଣା ପରେ ରାଜ୍ୟ ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ମନ୍ତବ୍ୟ ।

5.ରାଜଧାନୀରେ ଗୁରୁବାରଠୁ ବସିବ ହାଟ, ବଜାରର ହେବ ବିକେନ୍ଦ୍ରୀକରଣ

ରାଜ୍ୟରେ ଦ୍ରୁତ ଗତିରେ ବଢୁଛି ସଂକ୍ରମଣ । ଏଥିଲାଗି ରାଜ୍ୟରେ ବଜାର ହାଟର ବିକେନ୍ଦ୍ରୀକରଣ ସହିତ ଗୁରୁବାରଠୁ ହାଟ ବସିବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ

6.Omicron Fear: ମକର ଓ ପୋଙ୍ଗଲ ପାଇଁ କଟକଣା, ତଟରେ ବୁଡ ପକାଇବା ମନା

କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ମକର ଓ ପୋଙ୍ଗଲ ପାଇଁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର ।
7.UP Assembly Poll: BJPକୁ ଝଟକା, SPରେ ଯୋଗ ଦେଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ବଦଳ ପର୍ବ ଆରମ୍ଭ । ଉତ୍ତର ପ୍ରଦେଶରେ ବିଜପିକୁ ଝଟକା । ସମାଜବାଦୀ ପାର୍ଟିରେ ଯୋଗ ଦେଲେ ଉତ୍ତର ପ୍ରଦେଶ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ । ସ୍ବାଗତ କଲେ ଅଖିଳେଶ ।

8.BrahMos missile: INS ବିଶାଖାପାଟଣାରୁ ବ୍ରହ୍ମୋସର ସଫଳ ପରୀକ୍ଷଣ, ପ୍ରତିରକ୍ଷା ମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ନୌସେନା ଜାହାଜ INS ବିଶାଖାପାଟଣାରୁ ସଫଳତାର ସହ ପରୀକ୍ଷଣ ହେଲା ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ । ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

9.COVID-19: ଭାରତୀୟ କ୍ରିକେଟର ୱାସିଂଟନ ସୁନ୍ଦରଙ୍କୁ କୋରୋନା

ଭାରତୀୟ ସ୍ପିନର ୱାସିଂଟନ ସୁନ୍ଦର COVID-19 ପଜିଟିଭ ଚିହ୍ନଟ । ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଏକଦିବସୀୟ ସିରିଜ ପାଇଁ ତାଙ୍କର ଉପଲବ୍ଧତା ନେଇ ଆଶଙ୍କା ଦେଖାଦେଇଛି ।

10.IPL Title Sponsor: ହଟିଲା VIVO, ଏଣ୍ଟ୍ରି ମାରିଲା TATA Group

ଆସନ୍ତାବର୍ଷ ଚାଇନିଜ ମୋବାଇଲ ନିର୍ମାତା କମ୍ପାନୀ VIVO ବଦଳରେ ଆଇପିଏଲର ମୁଖ୍ୟ ପ୍ରାୟୋଜକ ହେବ ଟାଟା ଗ୍ରୁପ ।

For All Latest Updates

TAGGED:

TOP NEWS@7PM

ABOUT THE AUTHOR

...view details