ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ହେଡଲାଇନ୍‌

ନଜର ପକାନ୍ତୁ କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 22, 2021, 7:03 PM IST

Updated : Sep 22, 2021, 7:24 PM IST

1.କୋରୋନାରେ ମୃତକଙ୍କ ପରିବାରକୁ ମିଳବ ୫୦ ହଜାର

କୋରୋନାରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦିଆଯିବା ନେଇ ହୋଇଛି ଘୋଷଣା । ଏହି ଟଙ୍କା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପାଣ୍ଠିରୁ ମିଳିବ । ସର୍ବନିମ୍ନ କ୍ଷତିପୂରଣ ଉପରେ ଗାଇଡଲାଇନ ପାଇଁ କହିଥିଲେ ସୁପ୍ରିମକୋର୍ଟ ।

2.ବୀମା ନାଁରେ ଘରକୁ ଆସୁଛନ୍ତି, ରାତ୍ରିଯାପନ ପରେ ନିଶା ଦେଇ ଲୁଟୁଛନ୍ତି

ଇନସୁରାନ୍ସ କରାଇବା ବାହାନାରେ ଘରକୁ ଆସିବାକୁ ଅଫର। ଏହାପରେ ବାର୍ତ୍ତାଳାପ କରି ବଢାଉଛନ୍ତି ସମ୍ପର୍କ । ନିଜ ସୌନ୍ଦର୍ଯ୍ୟ ଫାସରେ ଯୁବକଙ୍କୁ ପକାଇ ରାତ୍ରୀଯାପନ କରି ନିଶା ଦେଇ ଲୁଟ କରୁଛନ୍ତି ମହିଳା ।

3.ଭିଜିଲାନ୍ସ ପଞ୍ଝାରେ ମୋଟୁ ଥାନା IIC

ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଥାନାଧିକାରୀ । ୨ଲକ୍ଷ ୮୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗିରଫ କରିଛି ଭିଜିଲାନ୍ସ ଟିମ ।

4. ମନ୍ତ୍ର ଉଚ୍ଚାରଣ ପୁଷ୍ପବର୍ଷା ମଧ୍ୟରେ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଦିଆଗଲା ଭୂ-ସମାଧୀ

ଶହ ଶହ ସାଧୁ ସନ୍ଥ । ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ଅଖିଳ ଭାରତୀୟ ଆଖଡା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କୁ ଦିଆଗଲା ଭୂ-ସମାଧି ।

5. ପାକିସ୍ତାନ ବାୟୁମାର୍ଗରେ ଆଗକୁ ବଢିଲା Air India One, ମୋଦିଙ୍କ ନନଷ୍ଟପ ଆମେରିକା ଯାତ୍ରା

ଦିଲ୍ଲୀରୁ ୱାଶିଂଟନ ଡିସି ପର୍ଯ୍ୟନ୍ତ ଯାତ୍ରାରେ ପାକିସ୍ତାନ ବାୟୁସୀମାରେ ପ୍ରବେଶ କରି ଆଗକୁ ବଢିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ଏୟାର ଇଣ୍ଡିଆ ୱାନ ।

6.ସୀମା ବିବାଦ ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

କୋଟିଆ ସୀମା ବିବାଦ ପ୍ରସଙ୍ଗରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦେଲେ ୪ ଟି ପ୍ରସ୍ତାବ ।

7.ସାଧାରଣ ଉଦ୍ୟୋଗ ବିଭାଗର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ସାଧାରଣ ଉଦ୍ୟୋଗ ବିଭାଗର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।

8. ଆଜି ଓଡିଶାରେ ପହଞ୍ଚିବ ଶ୍ରମିକଙ୍କ ମୃତଦେହ, ମସ୍କଟରେ ହରାଇଥିଲେ ପ୍ରାଣ

ଓମାନ ରାଜଧାନୀ ମସ୍କଟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ମୃତଦେହ ଆଜି ଓଡିଶାରେ ପହଞ୍ଚିବ । ବାହାରିନ୍‌ ପ୍ରବାସୀ ଓଡ଼ିଆ ସମାଜ ପ୍ରଚେଷ୍ଟାରେ ଅଣାଯାଉଛି ମୃତଦେହ । ସୂଚନା ଦେଲେ ପ୍ରତିଷ୍ଠାତା ଅରୁଣ ପ୍ରହରାଜ ।

9. IPL2021: ଟସ୍‌ ଜିତିଲେ ଓ୍ବିଲିୟମସନ, ପ୍ରଥମେ ବ୍ୟାଟିଂ କରିବ SRH

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ସନରାଇଜର୍ସ ହାଇଦ୍ରାବାଦ ।

10. ନୀରଜ ଚୋପ୍ରାଙ୍କୁ କ୍ୟୁଟ୍‌ 'ଟୋକିଓ' ଉପହାର ଦେଲେ ଅଭିନବ ବିନ୍ଦ୍ରା

ଟୋକିଓ ଅଲମ୍ପିକ୍ସ ୨୦୨୦ରେ ସ୍ବର୍ଣ୍ଣ ପଦକ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଏକ ନିଆରା ଉପହାର ଦେଲେ ୨୦୦୮ ଅଲମ୍ପିକ୍ସ ପଦକ ବିଜେତା ଅଭିନବ ବିନ୍ଦ୍ରା

Last Updated : Sep 22, 2021, 7:24 PM IST

ABOUT THE AUTHOR

...view details